RBI ଅଧିକ ଟଙ୍କା ଛାପିଲେ ମଧ୍ୟ ଧନୀ ହେବନାହିଁ ଦେଶ : ୨ କୋଟି ଟଙ୍କା ଥିଲେ ବି ଆପଣ ଗରିବରେ ପରିଗଣିତ ହେବେ, ଜାଣନ୍ତୁ ଏହାର କାରଣ

64

ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ଅଛି ନୋଟ୍ ଛାପିବାର ଅଧିକାର । ତେବେ ଆପଣ ଭାବୁଥିବେ ଯଦି ଅଧିକାର ଅଛି ତେବେ ଆରିବଆଇ ଅଧିକ ମାତ୍ରାରେ ନୋଟ୍ ଛାପୁନାହିଁ କାହିଁକି ? ଭାରତ ଏକ ବିକାଶଶୀଳ ଦେଶ । ଅଧିକ ନୋଟ୍ ଛାପିଲେ ଦେଶର ବିକାଶରେ ମ୍ୟଧ ତେବେ ମନଇଚ୍ଛା ନୋଟ୍ ଛାପିଲେ କ୍ଷତି କ’ଣ । ବତ୍ତର୍ମାନ ଗୁଗଲ ସର୍ଚ୍ଚ ଇଞ୍ଜିନ ଓ କ୍ୟୋରା ପରି ପ୍ଲାଟଫର୍ମରେ ଏହି ପ୍ରଶ୍ନ ପଚାରାଯାଉଛି । ଏହାସହ କିଛି ଲୋକ ପଚାରୁଛନ୍ତି କାହିଁକି ଦେଶରେ ଅଧିକ ଟଙ୍କା ଛପା ଯାଉନାହିଁ । ଯଦ୍ୱାରା ଦେଶକୁ ଧନୀ ଦେଶ ଗୁଡ଼ିକରେ ପରିଗଣିତ ହୋଇପାରିବ । ତେବେ ଏହି ପ୍ରଶ୍ନର ଯବାବ ଆସୁଛି କୌଣସି ଦେଶ ଏପରି ଭୁଲ କରିବ ନାହିଁ ।

source : India Today

କାହିଁକି ଅଧିକ ଟଙ୍କା ଛାପେନାହିଁ ଆରିବଆଇ ?
ଭାରତୀୟ ରିଜର୍ଭ ବ୍ୟାଙ୍କ ନୁହେଁ କୌଣସି ବି ଦେଶ ଅଧିକ ନୋଟ ଛାପିବା ପାଇଁ ଚାହିଁବ ନାହିଁ । ଅତୀତରେ ଅନେକ ଦେଶରେ ଏପରି ପ୍ରୟାସ ମଧ୍ୟ କରାଯାଇଥିଲା । ଆଉ ସେଥିପାଇଁ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ିଥିଲା ।

କେମିତି ସ୍ଥିର ହୁଏ ଦେଶରେ କେତେ ନୋଟ୍ ଛପାଯିବ ?
ଭାରତୀୟ ରିଜର୍ଭ ବ୍ୟାଙ୍କ ମୁତାବକ କୌଣସି ବି ଆର୍ଥିକ ବର୍ଷରେ କେତେ ଟଙ୍କା ଛପାହେବ ତାହା ବଜାରରେ ଥିବା ଟଙ୍କା ସର୍କୁଲେସନ ଉପରେ ନିର୍ଭର କରେ । ଏହା ବ୍ୟତୀତ ଇକୋନୋମି ଓ ଅନେକ ଫ୍ୟାକ୍ଟର ଉପରେ ବିଚାର କରାଯାଏ । ଏହାପରେ କେତେ ପରିମାଣ ନୋଟ୍ ଛପାଯିବ ତାହର ନିଷ୍ପତ୍ତି ନିଆଯାଏ । ଅଧିକ ଟଙ୍କା ଛପିଲେ ସମସ୍ତ ସାମଗ୍ରୀ ମଧ୍ୟ ମହଙ୍ଗା ହେବ । କାରଣ ସମସ୍ତଙ୍କ ପାଖରେ ଅଧିକ ଟଙ୍କା ରହିଲେ ସେହି ଅନୁସାରେ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ ହେବ । ଯାହା ଦେଶ ପାଇଁ ବଡ଼ ବିପଦ ସୃଷ୍ଟି କରିବ ।

କୋଟି କୋଟି ଟଙ୍କା ଥିଲେ ବି ଆପଣ ଗରିବ ହେବେ :
ଧରନ୍ତୁ ଏବେ ଯେଉଁ ସାମଗ୍ରୀକୁ ଆପଣ ୧୦ ଟଙ୍କାରେ କିଣୁଛନ୍ତି , ଅଧିକ ଟଙ୍କା ଛପିଲେ ତାହାର ମୂଲ୍ୟ ଦଶ ଗୁଣା ବଢ଼ିଯିବ । ଆପଣଙ୍କ ପାଖରେ କୋଟି କୋଟି ଟଙ୍କା ଥିଲେ ମଧ୍ୟ ତାହାର କୌଣସି ମୂଲ୍ୟ ରହିବ ନାହିଁ । କାରଣ ଅଧିକ ଟଙ୍କା ରହିଲେ ସମସ୍ତ ସାମଗ୍ରୀର ଚାହିଦା ମଧ୍ୟ ବଢ଼ିବ । ଏପରି ହେଲେ ନକଲି ନୋଟ କାରବାର ଅଧିକ ବଢ଼ିଯିବ । ଗୋଟିଏ କ୍ଷୀର ପ୍ୟାକେଟ୍ କିଣିବା ପାଇଁ ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇ ପଡ଼ିବ ।

ବର୍ତ୍ତମାନ ସମୟରେ ଭେନେଜୁଏଲାର ଏପରି ପରିସ୍ଥିତିର ଶିକାର ହୋଇଛି । ସାମଗୀ ଦର ଆକାଶଛୁଆଁ ହୋଇଯାଇଛି । ସୂଚନା ଅନୁସାରେ ସେଠାରେ କେନ୍ଦ୍ରୀୟ ବ୍ୟାଙ୍କ ଅର୍ଥନୀତିକୁ ସମ୍ଭାଳିବା ପାଇଁ ଅଧିକ ପରିମାଣ ନୋଟ୍ ଛାପିଦେଇଥିଲେ । ଏସବୁ ସତ୍ୱେ ଲୋକେ ଏବେ ସେଠାରେ ଖାଦ୍ୟ ଖାଇବା ପାଇଁ ଡହକ ବିକଳ ହେଉଛନ୍ତି । ବଜାରରେ କୌଣସି ଜିନିଷ ମିଳୁନାହି । ଏକ ଲିଟର କ୍ଷୀର କିଣିବା ପାଇଁ ଲୋକେ ୧ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରୁଛନ୍ତି ।