ଯଦି ରାଜନୀତିକୁ ଆସନ୍ତି ରଜନୀକାନ୍ତ ! ତେବେ ଏମିତି ହେବ ନିର୍ବାଚନ . . . ନହସି ରହିପାରିବେନି

31

ସାଉଥ୍ ସୁପରଷ୍ଟାର୍ ରଜନୀକାନ୍ତ ସଫା ସଫା କହିଦେଇଛନ୍ତି ଏବେ ସେ ରାଜନୀତିକୁ ଆସିବେ ନାହିଁ । ରାଜନୀତିକୁ ସେବେ ଆସିବେ ଯେବେ ଭଗବାନ୍ ଚାହିଁବେ । ତେବେ ଥଲଇବାଙ୍କ ଏହି ବୟାନ୍ ପରେ ଭଗବାନ୍ ବି ମନ କରିସାରିବେଣି ରଜନୀକାନ୍ତଙ୍କୁ ରାଜନୀତିକୁ ଆସିବା ଦରକାର । କାରଣ ରଜନୀକାନ୍ତଙ୍କ କଥାକୁ କିଏ କାଟି ପାରିବ ।

କିନ୍ତୁ କେବେ ଆପଣ ଭାବିଛନ୍ତି ରଜନିକାନ୍ତ ପାଦ ରଖିବା ପରେ ଭାରତୀୟ ରାଜନୀତିର ରୂପ ରେଖା କେମିତି ବଦଳିଯିବ । ଏବେ ନଜର ପକାନ୍ତୁ ଥଲଇବା ନିର୍ବାଚନ ଲଢିଲେ ମାହୋଲ କେମିତି ହେବ ।

• ରଜନୀକାନ୍ତଙ୍କ ପାର୍ଟିରେ ସେ ନିଜେ ପ୍ରାର୍ଥୀ ଏବଂ ସଦସ୍ୟ ରହିବେ । କାରଣ ତାଙ୍କୁ କୌଣସି ପ୍ରକାର ପ୍ରଚାରର ଆବଶ୍ୟକତା ନାହିଁ ।

• ଏହି ନିର୍ବାଚନରେ ଇଭିଏମର ମଧ୍ୟ ଆପଶ୍ୟକତା ପଡିବ ନାହିଁ । କାରଣ ଲୋକମାନେ କେବଳ ରଜନୀକାନ୍ତଙ୍କ ବିଷୟରେ ଭାବିବେ ଏବଂ ତାଙ୍କୁ ଭୋଟ୍ ମିଳିଯିବ । ଏମିତିରେ ୧୦୦ ପ୍ରତିଶତ ଭୋଟିଂ ହେବାର ସମ୍ଭାବନା ରହିଛି ।

• ରଜନୀକାନ୍ତଙ୍କ ପାର୍ଟିରେ ନିର୍ବାଚନୀ ଚିହ୍ନ ସେ ନିଜେ ରହିବେ । କାରଣ ତାଙ୍କ ବ୍ୟତୀତ ଦୁନିଆଁରେ କୌଣସି ଜିନିଷ ତାଙ୍କୁ ପ୍ରତିନିଧିତ୍ୱ କରି ପାରିବ ନାହିଁ ।

• ରଜନୀକାନ୍ତଙ୍କ ବିରୋଧରେ କିଏ ଲଢିବ ସେଥିପାଇଁ ପ୍ରଥମେ ଅନ୍ୟ ପାର୍ଟି ମାନଙ୍କୁ ନିଜ ମଧ୍ୟରେ ନିର୍ବାଚନ କରିବାକୁ ପଡିବ । କାରଣ ଥଲଇବାଙ୍କ ସାମ୍ନାରେ ଠିଆ ହେବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ ।

• ରଜନୀକାନ୍ତଙ୍କ ବିପକ୍ଷରେ ନିର୍ବାଚନ ଲଢି ନିଜ ଜମାନତ ହରାଇବା ପାଇଁ ବାହୁବଳୀଙ୍କ ବ୍ୟତୀତ ଅନ୍ୟ କୌଣସି ପାର୍ଥୀଙ୍କ ବିଷୟରେ ଭାବିବା କଷ୍ଟ ।

• ରଜନୀକାନ୍ତଙ୍କ ଘୋଷଣା ପତ୍ରରେ ସ୍ପଷ୍ଟ ଭାବରେ ଲେଖା ଯିବ ଯେ ସେ ନିର୍ବାଚନ ଜିତିବା ପରେ କୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ହେବ ନାହିଁ । କାରଣ ରଜନୀକାନ୍ତ ବନ୍ୟାର ସମସ୍ତ ପାଣି ପିଇ ଯିବେ ଏବଂ ପାଣିପାଗ ଅତ୍ୟନ୍ତ ଭଲ ରହିବ ।

• ନିଜର ଶପଥ ଗ୍ରହଣ ଉତ୍ସବରେ ସେ କେବଳ ଏତିକି କହିବେ ‘ମୁଁ ରଜନୀକାନ୍ତ. . .’ ଆଉ ତାଙ୍କ ଶପଥ ପୁରା ହୋଇଯିବ ।

• ଥଲଇବା ଜିତିବା ପରେ ଅନ୍ୟ ଛୋଟ ଛୋଟ ନେତା ରଜନୀକାନ୍ତଙ୍କ ଶପଥ ନେବେ ।

• ରଜନୀକାନ୍ତ ଜିତିବା ପରେ ଦେଶରେ ଦ୍ୱିତୀୟ ଥର ନିର୍ବାଚନ କରିବାର ଆବଶ୍ୟକତା ପଡିବନି ।

( କନକ ନ୍ୟୁଜକୁ ଭାରତର ନିର୍ବାଚନ ବ୍ୟବସ୍ଥା ଉପରେ ସଂପୁର୍ଣ୍ଣ ବିଶ୍ୱାସ ଅଛି, ଏହି ପ୍ରୟାସ କେବଳ ଆପଣଙ୍କୁ ହସାଇବା ପାଇଁ କରାଯାଇଛି )