କାମ କରୁନି ଦାମଙ୍କ ଅସ୍ତ୍ର । ବ୍ରଜ ତ୍ରିପାଠୀଙ୍କ ପରେ ରାସ୍ତା ଭାଙ୍ଗିଲେ ବୈଜୟନ୍ତ । କଣ ହେବ ପୁରୁଖା ନେତାଙ୍କ ଆଭିମୁଖ୍ୟ?

ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିବାକୁ ମୌକା ଖୋଜୁଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ବିଜେପିକୁ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ଅଲବିଦା କରିବା ପରେ ଦାମ ସେମାନଙ୍କୁ ସାଥୀ ବନେଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ପରିବର୍ତନ ପାଇଁ ଦୁଇଜଣଙ୍କୁ ବିଜୁ ସମତାକ୍ରାନ୍ତି ଦଳରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ । ମେସେଜ କରି ତାଙ୍କ ପାର୍ଟିର ଦ୍ୱାର ଖୋଲା ଥିବା ଜଣାଇଥିଲେ । ହେଲେ କିଛି ନିଷ୍ପତି ନେବା ଆଗରୁ ଖୋଦ ଦାମ ବାବୁ, ବ୍ରଜ ତ୍ରିପାଠୀଙ୍କଠାରୁ ଦୂରେଇ ଗଲେ ।

195

କନକ ବ୍ୟୁରୋ : ବିଜେଡିରୁ ବହିଷ୍କାର, ବ୍ରଜ ତ୍ରିପାଠୀଙ୍କ ସହ ମିଶି ବିଜୁ ସମତା କ୍ରାନ୍ତି ଦଳ ଗଢିବାକୁ ଘୋଷଣା ଏବଂ ପୁଣି ମତାନ୍ତର କାରଣରୁ ନୂଆ ଦଳ ଗଠନ କରିବାକୁ ନିଷ୍ପତି । ଏମିତି ଏକ ରାଜନୈତିକ ତ୍ରିଶଙ୍କୁ ଅବସ୍ଥାରେ ଅଛି ବରିଷ୍ଠ ନେତା ଦାମୋଦର ରାଉତଙ୍କ ରାଜନୈତିକ ଭବିଷ୍ୟତ । ୨୦୧୯ ନିର୍ବାଚନ କେଉଁ ଶିବିରରୁ ଲଢିବେ ଦାମ ବାବୁ ତାକୁ ନେଇ ଲାଗିରହିଛି ସସପେନ୍ସ ।

ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିବାକୁ ମୌକା ଖୋଜୁଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ବିଜେପିକୁ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ଅଲବିଦା କରିବା ପରେ ଦାମ ସେମାନଙ୍କୁ ସାଥୀ ବନେଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ପରିବର୍ତନ ପାଇଁ ଦୁଇଜଣଙ୍କୁ ବିଜୁ ସମତାକ୍ରାନ୍ତି ଦଳରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ । ମେସେଜ କରି ତାଙ୍କ ପାର୍ଟିର ଦ୍ୱାର ଖୋଲା ଥିବା ଜଣାଇଥିଲେ । ହେଲେ କିଛି ନିଷ୍ପତି ନେବା ଆଗରୁ ଖୋଦ ଦାମ ବାବୁ, ବ୍ରଜ ତ୍ରିପାଠୀଙ୍କଠାରୁ ଦୂରେଇ ଗଲେ ।

ବ୍ରଜଙ୍କ ସହ ମତାନ୍ତର ପରେ ଦାମ କହିଥିଲେ, ସେ ସମତା କ୍ରାନ୍ତି ଦଳର ସଦସ୍ୟ ହୋଇନଥିଲେ । ଲୋକେ ତାଙ୍କ ସାମିଲ ହେବାକୁ ପସନ୍ଦ କରୁନଥିବାରୁ ସେ ନୂଆ ଦଳ ତିଆରି କରିବେ । ଏହାର ଚିହ୍ନ କଣ ରହିବ ଏବଂ ଦଳର ନାଁ କଣ ରହିବ ସେନେଇ ସେ ନିର୍ବାଚନ କମିଶନଙ୍କ ସହ ଆଲୋଚନା କରିବେ । ବିଜେଡିରୁ ବହିଷ୍କୃତ ହେବା ପରେ ଦାମୋଦର ରାଉତ କୁଆଡେ ଯିବେ ତା ଉପରେ ରହିଥିଲା ସମସ୍ତଙ୍କ ନଜର । ଆଉ ଦାମ ସାମିଲ ହୋଇଥିଲେ ବ୍ରଜ କିଶୋର ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳରେ । ଏପରିକି ସାମ୍ବାଦିକ ସମ୍ମିଳନୀ କରି ଏହାର ନାଁ ବିଜୁ ସମତା କ୍ରାନ୍ତି ଦଳ ବୋଲି ଘୋଷଣା କରି ନିଜେ ପ୍ରଚାରକ ସାଜିଥିଲେ ।

ନିର୍ବାଚନ ପାଖେଇ ଆସୁଛି । ଏପର୍ଯ୍ୟନ୍ତ ବିଜୁଙ୍କ ନାଁରେ ନୂଆ ଦଳ ଗଢିବାର ପରିକଳ୍ପନା କାର୍ଯ୍ୟକାରୀ ହୋଇପାରି ନାହିଁ । ତେଣୁ କଣ ହେବ ଦାମ ବାବୁଙ୍କା ଆଗାମୀ ପଦକ୍ଷେପ, ତାକୁ ନେଇ ସସପେନ୍ସ ବଢିବାରେ ଲାଗିଛି । କିନ୍ତୁ ଯେତେବେଳେ ନିର୍ବାଚନ ପାଖେଇ ଆସେ, ସେତେବେଳେ ନୂଆ ସମୀକରଣ ମଧ୍ୟ ତିଆରି ହୂଏ । ନିର୍ବାଚନ ପୂର୍ବରୁ ନୂଆ ଦଳ ଗଠନ କରି ନବୀନଙ୍କୁ ଚ୍ୟାଲେଂଜ୍ କରିବା ଏକ ପ୍ରକାର ଅସମ୍ଭବ ବୋଲି ମନେ କରୁଛନ୍ତି ବିଜୁ ଅନୁଗତ । ତେଣୁ ଜାତୀୟ ଦଳ ସହ ବୁଝାମଣା କରି ବିଜେଡିକୁ ମାତ୍ ଦେବାକୁ ଚିନ୍ତା କରୁଥାଇ ପାରନ୍ତି ।

ଦାମଙ୍କ ବିଜେଡି ବିରୋଧୀ ରାଜନୈତିକ ଦଳରେ ବିଜୁ ଅନୁଗତମାନେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ହେଲେ ପଂଚାନନ କାନୁନଗୋ କଂଗ୍ରେସରେ ସାମିଲ ହୋଇଛନ୍ତି । ବୈଜୟନ୍ତ ପଣ୍ଡା ବିଜେପିର ହାତ ଧରିଛନ୍ତି । ବ୍ରଜଙ୍କ ସହ ମତାନ୍ତର ହୋଇସାରିଛି । ଐର ଖାରବେଳ ସ୍ୱାଇଁଙ୍କ ନିଜ ଦଳ ଉକ୍ରଳ ଭାରତ ଅଛି । ବିଜୟ ଓ ଦିଲ୍ଲୀପଙ୍କ ଆଗାମୀ ନିଷ୍ପତି କଣ ହେବ ତାକୁ ନେଇ ଦ୍ୱନ୍ଦ ରହିଛି । ତେଣୁ କାହାକୁ ନେଇ ଓ କେତେବେଳେ ନୂଆ ଦଳ ଗଢିବେ ଦାମୋଦର ତାକୁ ନେଇ ସନ୍ଦେହ ବଢିଚାଲିଛି ।