ବିଶ୍ୱକପ୍ ମ୍ୟାଚ୍ ନେଇ ସରକାର ନେବେ ନିଷ୍ପତ୍ତି : ପାକିସ୍ତାନ ସହ କ୍ରିକେଟ ସମ୍ପର୍କ ତୁଟାଇବାକୁ ଚିଠି ଲେଖିବ ବିସିସିଆଇ

74

କନକ ବ୍ୟୁରୋ : କ୍ରିକେଟ୍ ବିଶ୍ୱକପରେ ପାକିସ୍ତାନକୁ ବାଦ ଦେବା ପାଇଁ ଆଇସିସି ଉପରେ ଚାପ ପକାଇଛି ବିସିସିଆଇ । ଭାରତ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚରୁ ବହିଷ୍କାର ନିଷ୍ପତି ସିଓଏ ସରକାରଙ୍କ ଉପରେ ଛାଡିଛି । ସିଓଏ ମୁଖ୍ୟ ବିନୋଦ ରାୟ କହିଛନ୍ତି, ପାକିସ୍ତାନ ବିରୋଧରେ ଖେଳିବା ବା ନଖେଳିବା ଯାହା ସରକାର ନିର୍ଦ୍ଦେଶ ଦେବେ ବିସିସିଆଇ ମାନିବ । ଏହା ଉପରେ ସରକାର ସହ ଆଲୋଚନା ହେବା ପରେ ହିଁ ଯାହା ନିଷ୍ପତ୍ତି ନିଆଯିବ ।

ଭାରତ ପାକିସ୍ତାନ ସହ ବିଶ୍ୱକପରେ ମ୍ୟାଚ୍ ଖେଳିବ କି ନାହିଁ ତାଉପରେ ସିଓଏ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ବୈଠକ ପରେ ସିଓଏ ପକ୍ଷରୁ କୁହାଯାଇଛି ଯେ, ଏ ସଂପର୍କରେ ସରକାରଙ୍କ ସହ ଆଲୋଚନା ପରେ ହିଁ କୌଣସି ନିଷ୍ପତି ଗ୍ରହଣ କରାଯିବ । ପୁଲୱାମା ଆକ୍ରମଣ ପରେ ସାରା ଦେଶରେ ପାକିସ୍ତାନ ବିରୋଧୀ ସ୍ୱର ଜୋରଦାର ହେଉଛି ।