ହାତ ଛାଡିଲା ବିଜେଡି, ନିରବ ରହିଗଲେ ବୈଜୟନ୍ତ! ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଚୁପ ରହିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା

33

କନକ ବ୍ୟୁରୋ : ବିଜେଡିରୁ ନିଲମ୍ବିତ ହେବା ପରେ ଏବେ କଣ କରିବେ ବୈଜୟନ୍ତ ? ଏଭଳି ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ପାଳଟିଛି । ବହିଷ୍କାର ନୁହେଁ, ନିଲମ୍ବିତ ହୋଇଥିବାରୁ ଅନ୍ୟ ଦଳରେ ମଧ୍ୟ ବର୍ତମାନ ଯୋଗ ଦେଇପାରିବେ ନାହିଁ । ଅନ୍ୟଦଳରେ ଯୋଗଦେବାକୁ ହେଲେ ତାଙ୍କୁ ଦଳରୁ ଇସ୍ତଫା ଦେବାକୁ ପଡିବ । ଏବଂ ଦଳରୁ ଇସ୍ତଫା ଦେଲେ ସାଂସଦ ପଦ ବି ହରାଇବାକୁ ପଡିବ । ତେବେ ପରବର୍ତୀ ପଦକ୍ଷେପ ନେଇ ସାଂସଦ ଚର୍ଚା ଆଲୋଚନା କରୁଥିବା ଜଣାପଡିଛି । ସେପଟେ ୨୪ ଘଂଟା ବିତିଯାଇଥିଲେ ମଧ୍ୟ ସାଂସଦ ବୈଜୟନ୍ତ ପଣ୍ଡା କୌଣସି ସୂଚନା ନଦେଇ ନିରବ ରହିଛନ୍ତି ।

BAIJYANTAସସପେଣ୍ଡ ହେବାର ୨୪ ଘଂଟା ବିତିଗଲାଣି । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ନିରବ ରହିଛନ୍ତି ବୈଜୟନ୍ତ । ଗତକାଲି ଏକ ଟ୍ୱିଟ କରି କହିଥିଲେଯେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି, ଏବଂ ଦଳର ନେତା ତାଙ୍କ ବିରୋଧରେ ଚାଲିଥିବା ଷଡ଼ଯନ୍ତ୍ରକୁ ସେ ବୁଝିପାରିଲେ ନାହିଁ । ବିଜେଡ଼ି ତାଙ୍କୁ ନିଲମ୍ବନ କରିବା ପରେ ବୈଜୟନ୍ତ ତାଙ୍କ ଲୋକସଭା ସଦସ୍ୟତା ହାରାଇବାର ଆଶଙ୍କା ନାହିଁ । ଦଳରୁ ଇସ୍ତଫା ଦେଲେ ହିଁ ସେ ଅନ୍ୟ ଦଳରେ ଯୋଗ ଦେଇପାରିବେ, ଏବଂ ଇସ୍ତଫା ଦେଲେ ସଂପୃକ୍ତ ନିର୍ବାଚନ ମଣ୍ଡଳୀରେ ପୁଣିଥରେ ନିର୍ବାଚନ ହେବ ।

କୁହାଯାଇଛି ବୈଜୟନ୍ତ ନିଜର ପରବର୍ତ୍ତୀ ପଦକ୍ଷେପ ନେଇ ତର୍ଜମା ଆରମ୍ଭ କରିଛନ୍ତି । ହେଉଥିବା ଆଲୋଚନା ଅନୁସାରେ ବିଜେପିରେ ଯୋଗ ଦେବା ନେଇ ଏତେ ଶୀଘ୍ର ସେ ନିଷ୍ପତ୍ତି ନେଇପାରନ୍ତି । କାରଣ ସେଭଳି କଲେ ତାଙ୍କୁ ସାଂସଦ ପଦବୀ ହରାଇବାକୁ ପଡ଼ିବ । ବିଜେଡି ତାଙ୍କୁ ନିଲମ୍ବନ କରିବା ପରେ ବୈଜୟନ୍ତ ତାଙ୍କ ଲୋକସଭା ସଦସ୍ୟତା ହରାଇବାର ଆଶଙ୍କା ନାହିଁ । କିନ୍ତୁ ସେ କୌଣସି ଦଳରେ ଯୋଗ ଦେଇପାରିବେ ନାହିଁ । ଦଳରୁ ଇସ୍ତଫା ଦେଲେ ହିଁ ସେ ଅନ୍ୟ ଦଳରେ ଯୋଗ ଦେଇପାରିବେ । ଏବଂ ଇସ୍ତଫା ଦେଲେ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀରେ ପୁଣି ଥରେ ନିର୍ବାଚନ ହେବ । ବିଜେଡ଼ିରୁ ୪-୪ ଥର ସାଂସଦ ରହିଥିବା ଏହି ବରିଷ୍ଠ ନେତା ଏବେ ଏକ ପ୍ରକାର ଝୁଲି ରହିଛନ୍ତି । ନା ତାଙ୍କର ବିଜେଡ଼ି ଦଳରେ କୌଣସି ଅଧିକାର ରହିଛି ନା ଅନ୍ୟ ଦଳକୁ ଯାଇପାରିବେ ।

ତେବେ ବିଭିନ୍ନ ସମୟରେ ସାଂସଦ ପଣ୍ଡା ବିଜେପି କିମ୍ବା ମୋଦିଙ୍କୁ ପ୍ରଶଂସା କରି ଆସିଛନ୍ତି । ଏହି କାର୍ଯ୍ୟାବଳୀରୁ ବୈଜୟନ୍ତ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଯଦି ବୈଜୟନ୍ତ ବିଜେପିରେ ଯୋଗ ଦେବେ ତେବେ ଦଳରୁ ଇସ୍ତଫା ଦେଇ ଲୋକସଭାରୁ ସଦସ୍ୟତା ଛାଡ଼ି ଏବେ ଠାରୁ ସାଧାରଣ ନିର୍ବାଚନ ପାଇଁ ବିଜେପି ସହ କାମ କରିବାକୁ ପଡ଼ିବ । କିମ୍ବା ନିର୍ବାଚନ ପୂର୍ବରୁ ମଧ୍ୟ ସେ ଏହି ନିଷ୍ପତ୍ତି ନେଇ ପାରନ୍ତି । ତେବେ ଏ ନେଇ ବୈଜୟନ୍ତ କିଛି ସ୍ପଷ୍ଟ କରିନଥିବା ବେଳେ ତାଙ୍କର ପରବର୍ତ୍ତୀ ପଦକ୍ଷେପକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି ।