ବର୍ଷ ୧୯୭୧ର ସାଧାରଣ ନିର୍ବାଚନ ପରେ କେନ୍ଦ୍ର ଓ ରାଜ୍ୟର ନିର୍ବାଚନ ଏକ ସମୟରେ ହେବା ବନ୍ଦ ହୋଇଗଲା । ଜାଣନ୍ତୁ କାହିଁକି

109

ବର୍ଷ ୧୯୭୧ର ନିର୍ବାଚନରେ ଇନ୍ଦିରା ଗାନ୍ଧୀଙ୍କ ଶକ୍ତିଶାଳୀ ଓ ଲୋକପ୍ରିୟ ଛବିକୁ ଚ୍ୟାଲେଂଜ ଦେବା ଭଳି କେହି ନଥିଲେ ଏବଂ ସେ ସହଜରେ ୫୧୮ରୁ ୩୫୨ ସିଟ୍ ଜିତିବାରେ ସଫଳ ହୋଇଥିଲେ । କିନ୍ତୁ ୧୯୭୧ରେ ପ୍ରମୁଖ ବିରୋଧୀ ଦଳ ମେଣ୍ଟ କରିଥିଲେ । ଏକ କ୍ଷେତ୍ର, ଏକ ପ୍ରାର୍ଥୀ ତାଙ୍କର ସିଦ୍ଧାନ୍ତ ଥିଲା । ଏଥିରେ ସାମିଲ ଦଳ ଥିଲେ କଂଗ୍ରେସ(ଓ), ଜନସଂଘ, ସ୍ୱତନ୍ତ୍ର ଦଳ ଓ ଏସଏସପି । ଏହି ମେଣ୍ଟର ନାମ ଥିଲା ନ୍ୟାସନାଲ ଡେମୋକ୍ରେଟିକ୍ ଫ୍ରଣ୍ଟ (ଏନଡିଏଫ) । ଏହି ଫ୍ରଣ୍ଟ ପାଖରେ ଚତୁର୍ଥ ଲୋକସଭାରେ ୧୫୦ଟି ସିଟ୍ ଥିଲା । ପଢ଼ନ୍ତୁ ଏହି ନିର୍ବାଚନ ବିଷୟରେ କିଛି ବିଶେଷ କଥା-

• ୧୯୭୧ର ପୁରା ନିର୍ବାଚନ ଇନ୍ଦିରା ଗାନ୍ଧୀଙ୍କ ପକ୍ଷରେ ଥିଲା । କିନ୍ତୁ ଇନ୍ଦିରା ଗାନ୍ଧୀ ଏହାର ଫାଇଦା ଉଠାଇ ନାରା ତିଆରି କଲେ । ‘ସେମାନେ କୁହନ୍ତି ଇନ୍ଦିରା ହଟାଅ, ମୁଁ କହେ ଦାରିଦ୍ର‌୍ୟ ହଟାଅ ।’ ଯାହାପରେ ପଂଚମ ଲୋକସଭାରେ ଏନଡିଏଫ୍ ମାତ୍ର ୪୯ଟି ସିଟରେ ରହିଗଲା ।

• ୧୯୭୧ର ସାଧାରଣ ନିର୍ବାଚନର ପ୍ରଚାର ସମୟରେ ଇନ୍ଦିରା ଗାନ୍ଧୀ ୨୫୨ ନିୟମିତ ଓ ୫୭ ରାସ୍ତାକଡର ସଭାରେ ସମ୍ବୋଧନ କରିଥିଲେ । ସେ ଆକାଶ ଓ ସଡକ ମାର୍ଗ ଉଭୟରେ ମିଶାଇ ୩୩,୦୦୦ ମିଲ ଯାତ୍ରା କରିଥିଲେ । ଏକ ଅନୁମାନ ଅନୁସାରେ, ୨ କୋଟି ଲୋକ ତାଙ୍କ ରାଲିରେ ପହଂଚିଥିଲେ ।

• ଇନ୍ଦିରା ଗାନ୍ଧୀଙ୍କ ନୂଆ କଂଗ୍ରେସ(ଆର) ତାମିଲନାଡୁରେ ଡିଏମକେ ଓ କେରଳରେ ସିପିଆଇ ସହିତ ମେଣ୍ଟ କରିଥିଲେ ।

• ଦଳର ପ୍ରମୁଖ ନେତାଙ୍କ ଠାରୁ ଭିନ୍ନ ଏକ ଦଳ ତିଆରି କରି ଓ କମ୍ୟୁନିଷ୍ଟ ପାର୍ଟିର ସାହାଯ୍ୟରେ ସରକାରରେ ବନି ରହିଥିବା ଇନ୍ଦିରା ଗାନ୍ଧୀ କାର୍ଯ୍ୟକାଳ ପୁରା ହେବା ପୂର୍ବରୁ ହିଁ ଲୋକସଭାକୁ ଭଙ୍ଗ କରିଦେଇଥିଲେ । ଯଦ୍ୱାରା ୧୯୭୨ ବଦଳରେ ୧୯୭୧ରେ ହିଁ ଲୋକସଭା ନିର୍ବାଚନ ନିର୍ଦ୍ଧାରିତ ହେଲା । ଏବଂ ଏହା ସହିତ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନର ତାରିଖ ଏକ ସମୟରେ ପଡିବା ବନ୍ଦ ହୋଇଗଲା ।