ହାଡ଼ ଭଙ୍ଗା ଶୀତରୁ ବଞ୍ଚିବା ପାଇଁ କେବଳ ଗରମ କପଡା ଯଥେଷ୍ଟ ନୁହେଁ : ଶରୀରକୁ ଗରମ ରଖିବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ

ଶୀତଦିନେ ଶରୀରକୁ ବାହାରୁ ଗରମ ରଖିବା ସହ ଭିତରୁ ମଧ୍ୟ ଗରମ ରଖିବା ନିହାତି ଆବଶ୍ୟକ ।

255

ଶୀତ ଦିନେ ହେଉଥିବା ହାଡ଼ ଭଙ୍ଗା ଶୀତରୁ ବଞ୍ଚିବା ପାଇଁ ଲୋକମାନେ ଗରମ କପଡ଼ା ପିନ୍ଧିଥାନ୍ତି । କିନ୍ତୁ ଶୀତଦିନେ ଶରୀରକୁ ବାହାରୁ ଗରମ ରଖିବା ସହ ଭିତରୁ ମଧ୍ୟ ଗରମ ରଖିବା ନିହାତି ଆବଶ୍ୟକ । କାରଣ ଯଦି ଆପଣ ଭିତରୁ ଦୁର୍ବଳ ରହିବେ, ତେବେ ବାହାରେ ଯେତେ ପୋଷାକ ପିନ୍ଧିଲେ ମଧ୍ୟ ଶରୀର ଗରମ ହେବ ନାହିଁ । ତେବେ ଶୀତ ଦିନେ ଶରୀରକୁ କିଭଳି ଭାବରେ ଭିତରୁ ଶକ୍ତ ଏବଂ ଗରମ ରଖିବେ, ଆସନ୍ତୁ ଜାଣିବା ।

• ଶୀତଦିନ ଫାଇବର, ପ୍ରୋଟିନ୍, କ୍ୟାଲ୍ସିୟମ, ପୋଟାସିୟମ୍, ଜିଙ୍କ, ଆଇରନ, ଫସ୍ଫରସ୍ ଏବଂ ଥିୟାମିନ୍ ଥିବା ଖାଦ୍ୟ ଭରପୂର ମାତ୍ରାରେ ଖାଇବା ଦରକାର ।

• ଶୀତ ଦିନେ ଶୁଖିଲା ଖାଦ୍ୟ ସେବନ କରନ୍ତୁ । ଏଥିରେ ଭିଟାମିନ୍ ଇ, ବି-କମ୍ପ୍ଲେକ୍ସ, ଓମେଗା ଏସ୍, ଜିଙ୍କ୍, ଫ୍ଲୋରିଡ୍, କ୍ୟାଲସିୟମ ଏବଂ ସୁସ୍ଥକର ପ୍ରୋଟିନ୍ ରହିଥାଏ । ଯାହାକି ଶରୀରକୁ ଗରମ ରଖିବା ସହ ଶରୀରକୁ ସୁସ୍ଥ ରଖିଥାଏ । ଶୀତ ଦିନେ ଆପଣ କାଜୁ ବାଦାମ୍, ଅଖରୋଟ୍ ଇତ୍ୟାଦି ଖାଇ ପାରିବେ ।

• ଶୀତ ଦିନେ ପ୍ରତିଦିନ ଅଣ୍ଡା ଖାଇବା ଆରମ୍ଭ କରନ୍ତୁ । ଏହା ଶରୀରକୁ ଗରମ ରଖିଥାଏ । ଏଥିରେ ଭିଟାମିନ୍ ଏ, ବି-୧୨, ବି-୬, କ୍ୟାଲସିୟମ୍, ଆଇରନ୍, ପଟାସିୟମ୍, ସେଲେନିୟମ୍, ଫ୍ୟାଟି ଏସିଡ୍ ଏବଂ ପ୍ରୋଟିନ୍ ରହିଥାଏ, ଯାହା ଶରୀରକୁ ଗରମ ରଖିବା ସହ ରୋଗମୁକ୍ତ ରଖିଥାଏ ।

• ଏହି ଋତୁରେ ରସାଳ ଫଳ ଖାଇବା ଦେହ ପ୍ରତି ହିତକର । ଲେମ୍ବୁ, କମଳା, ମୌସୁମୀ, ଅଙ୍ଗୁର ଇତ୍ୟାଦି ଏହି ଦିନେ ଖାଇବା ଦ୍ୱାରା ଶରୀରରେ ଜଳୀୟଅଂଶ ଠିକ୍ ରହିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।