ଆଇପିଏଲ ସିଜନ ଟେନ୍ ପାଇଁ ବାଜିବ ବିଗୁଲ ! ଆଜି ଏକାସାଙ୍ଗରେ ୮ଟି ସହରରେ ହେବ ଉଦଘାଟନୀ ଉତ୍ସବ

30

କନକ ବ୍ୟୁରୋ : ଆରମ୍ଭ ହେଉଛି ଫଟାଫଟ କ୍ରିକେଟ ସମର । ଆଜି ଆରମ୍ଭ ହେଉଛି ଭାରତୀୟ କ୍ରିକେଟ ବୋର୍ଡର ଆଇପିଏଲ ସିଜନ -୧୦ । ଏହି ଲୋକପ୍ରିୟ ଲିଗର ଟ୍ରଫି ପାଇଁ ୮ଟି ଦଳ ମଧ୍ୟରେ ଦେଢ ମାସରୁ ଅଧିକ ସମୟ ଧରି ଲଢେଇ କରିବାକୁ ପଡିବ । ଆଇପିଏଲର ଗତ ନବମ ସଂସ୍କରଣ ଯାଏଁ ୬ଟି ଦଳ ବିଭିନ୍ନ ସିଜନରେ ଚାମ୍ପିଅନ ହୋଇଛନ୍ତି । ଗତ ସଂସ୍କରଣରେ ସମସ୍ତଙ୍କୁ ଚମକାଇ ହାଇଦ୍ରାବାଦ ଚାମ୍ପିଅନ ହୋଇଥିଲା ।

ଚଳିତ ଥର କିଏ ହାତେଇବ ଏହି ସମ୍ମାନଜନକ ଟ୍ରଫି ଏନେଇ କ୍ରିକେଟ ବିଶେଷଜ୍ଞ ତଥା ପ୍ରଶଂସକ ମଧ୍ୟରେ ଚର୍ଚା ଜୋର ଧରିଛି । ଚଳିତ ବର୍ଷ ମ୍ୟାଚ ଖେଳାଯିବାକୁ ଥିବା ୧୦ଟି ସ୍ଥାନ ମଧ୍ୟରୁ ୮ଟି ସ୍ଥାନରେ ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ । ଆଜି ହାଇଦ୍ରାବାଦରେ ଉଦଘାଟନୀ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚାଲେଂଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ । ମେ ୨୧ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –