ମାଇଗ୍ରେନର ସମସ୍ୟା ଥିଲେ ଏହି ଖାଦ୍ୟ ପଦାର୍ଥ ଠାରୁ ରୁହନ୍ତୁ ଦୂରେଇ, ନହେଲେ ହୋଇପାରେ ଘାତକ

265

ଅନେକ ସମୟରେ କାର‌୍ୟ୍ୟବ୍ୟସ୍ତତା ହେତୁ ଲୋକମାନେ ନିଜ ଉପରୁ ନଜର ହଟାଇ ଦେଉଛନ୍ତି । କାମ ପାଇଁ ମସ୍ତିଷ୍କ ଉପରେ ଚାପ ରହୁଥିବାରୁ ମୁଣ୍ଡ ବିନ୍ଧା ଭଳି ଅସୁବିଧା ଦେଖା ଦେଉଛି । କିନ୍ତୁ କିଛି ଲୋକ ଏହାକୁ ସାମାନ୍ୟ ଭାବି ଅଣଦେଖା କରିବାରୁ ଏହା ଧୀରେ ଧୀରେ ଭୟଙ୍କର ରୂପ ନେଉଛି । ପ୍ରତିଦିନର ମୁଣ୍ଡବିନ୍ଧାକୁ ଅଣଦେଖା କରିବାରୁ ତାହା ମାଇଗ୍ରେନରେ ପରିଣତ ହୋଇଯାଉଛି । ମାଇଗ୍ରେନକୁ ସାଇଲେଣ୍ଟ କିଲର ବୋଲି କୁହାଯାଏ, ଯାହା ମସ୍ତିଷ୍କକୁ ହଠାତ୍ ଆକ୍ରମଣ କରିଥାଏ । ମାଇଗ୍ରେନ୍ ପ୍ରଭାବରେ ମସ୍ତିଷ୍କର ଅଧା ଭାଗ ବିନ୍ଧିବା ଆରମ୍ଭ ହୋଇଥାଏ । କିଛି ଲୋକଙ୍କର ମସ୍ତିଷ୍କର ମଧ୍ୟ ଭାଗରେ ମଧ୍ୟ ବିନ୍ଧିଥାଏ । ଅଧିକ ସମୟ କମ୍ପ୍ୟୁଟର ଆଗରେ ବସି କାମ କରିବା, ଠିକ୍ ଭାବରେ ନିଦ ନ ହେବା, ମାନସିକ ସ୍ତରରେ ଅଶାନ୍ତି ରହିବା ଦ୍ୱାରା ମାଇଗ୍ରେନର ସମସ୍ୟା ଦେଖାଯାଇଥାଏ । ଏହାକୁ ଭଲ କରିବା ପାଇଁ କିଛି ଲୋକ ଔଷଧ ସେବନ କରିଥାନ୍ତି । ଏମିତି କିଛି ଖାଦ୍ୟ ପଦାର୍ଥ ଅଛି ଯାହର ସେବନ କରିବା ଦ୍ୱାରା ମୁଣ୍ଡ ବିନ୍ଧା ଅଧିକ ବଢ଼ିଯାଏ । ଏଭଳି ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରୁହନ୍ତୁ ।

ଚକଲେଟ୍ : ଚକଲେଟର ସେବନ ମାଇଗ୍ରେନ୍ ବ୍ୟଥାକୁ ବଢ଼ାଇଥାଏ । ମାଇଗ୍ରେନ୍ ସମୟରେ ମିଠାର ସେବନ ବ୍ୟଥାକୁ ଅଧିକ ବଢ଼ାଇଥାଏ । ଯଦି ଆପଣଙ୍କୁ ମାଇଗ୍ରେନ ସମସ୍ୟା ଅଛି, ଚକଲେଟର ସେବନ କରିବା ବନ୍ଦ କରନ୍ତୁ ।

ପ୍ୟାକେଟ୍ ଖାଦ୍ୟ କିମ୍ବା ପାନୀୟ : ପ୍ୟାକେଟ ଖାଦ୍ୟରେ କୃତ୍ରିମ ମିଠା ଥାଏ, ଯାହା ମାଇଗ୍ରେନ୍ ବ୍ୟଥାକୁ ବଢ଼ାଇଥାଏ ।

ପ୍ରିଜରଭ ମିଟ୍ : ପ୍ରୋସେସଡ ମିଟରେ ସୋଡିୟମ୍ ନାଇଟ୍ରେଟ୍ ନାମକ ପ୍ରିଜରଭେଟିଭ୍ ଥାଏ । ଯାହା ମାଇଗ୍ରେନ୍ ବ୍ୟଥାକୁ ଅଧିକ ବଢ଼ାଇଥାଏ । ଏବଂ ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ ।

କୈଫିନ୍ : କୈଫିନ୍ ମସ୍ତିଷ୍କର ରିସେପ୍ଟର୍ସକୁ ପ୍ରଭାବିତ କରିିଥାଏ ଓ ମାଇଗ୍ରେନ୍ ବ୍ୟଥାକୁ ବଢ଼ାଇଥାଏ । ଏହା ବଦଳରେ ଆପଣ ସୁସ୍ଥ ପାନୀୟ ପଦାର୍ଥର ସେବନ କରନ୍ତୁ ।