କଣ କରିବେ ନବୀନ ? ଛାଡିବେ ନା ଛକିବେ

20

କନକ ବ୍ୟୁରୋ : ବର୍ତମାନ ସମସ୍ତଙ୍କ ନଜର କ’ଣ କରିବେ ବିଜେଡି ସୁପ୍ରିମୋ । ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଏହି ସମୀକ୍ଷା ପରାମର୍ଶକୁ ଏକ ବିଦ୍ରୋହ ଭାବରେ ଗ୍ରହଣ କରିବେ ନବୀନ ନା’ ଏକ ସୁଚିନ୍ତିତ ମତ ଭାବରେ ଗ୍ରହଣ କରିବେ । ତା’ ଉପରେ ଏବେ ସମସ୍ତଙ୍କ ନଜର ।

ଚାରି-ଚାରି ଥର ସାଂସଦ ହୋଇଥିବା ପ୍ରଭାବଶାଳୀ ନେତା ବୈଜୟନ୍ତ ପଣ୍ଡା, ବିଜେଡି ପାଇଁ ଦାଣ୍ଡ ହାଟରେ ଦେଇଛନ୍ତି ଗୁରୁମନ୍ତ୍ରୀ । ଏହାକୁ କେମିତି ଗ୍ରହଣ କରିବେ ବିଜେଡି ସୁପ୍ରିମୋ? ଦଳୀୟ ଶୃଙ୍ଖଳା ବିରୋଧରେ ଯାଉଥିବା ନେତାଙ୍କୁ ସହଜରେ ଛାଡୁ ନଥିବା ନବୀନ, ପୂର୍ବରୁ ନେତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅନେକ ନଜରି ରହିଛି ।

ଏବେ ସ୍କାନରକୁ ଆସିଛନ୍ତି ଦଳର ସାଂସଦ ବୈଜୟନ୍ତ ପଣ୍ଡା । ଯିଏ ଦଳର ଜଣେ ପ୍ରତିଷ୍ଠାତା ସଦସ୍ୟ । ଦିଲ୍ଲୀରେ ଯାହାଙ୍କର ବେଶ୍ କାଟତି । ପ୍ରଭାଶାଳୀ ସାଂସଦ ହେବା ସହ ତାଙ୍କ ହାତରେ ରହିଛି ଏକ ପ୍ରଭାବଶାଳୀ ଗଣମାଧ୍ୟମ । ଗୋଟିଏ ପଟେ ବୈଜୟନ୍ତଙ୍କ ପ୍ରଭାବ ଅନ୍ୟ ପଟେ ସନ୍ଦେହ ଘେରରେ ସାଂସଦଙ୍କ ଭୂମିକା । କ’ଣ କରିବେ ନବୀନ ?

ଅନେକ ଘଟଣା ବି ଏହା ଭିତରେ ଘଟିଛି । ଯେତେବେଳେ ବିଜେଡି ସୁପ୍ରିମୋ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଚୁପ୍ ରହିଯାଇଛନ୍ତି । ସିଏ ଭୁବନେଶ୍ୱର ମେୟରଙ୍କ କେଳାଙ୍କାରୀ ଅଭିଯୋଗ ଘଟଣା ହେଉ କିମ୍ବା କଟକ ସାଂସଦଙ୍କ କଂଗ୍ରେସ ସହ ମେଂଟ ସପକ୍ଷରେ ମନ୍ତବ୍ୟ ହେଉ । ଏମିତିକି ଦାମ ବାବୁ ଅନେକ ସମୟରେ ଦଳ ଏବଂ ଦଳୀୟ ନେତାଙ୍କ ବିରୋଧରେ ଖୋଲାଖୋଲି ବିଶୋଦକାର କରୁଥିବେ ବି ଚୁପ୍ ରହିଛନ୍ତି ।

ତେବେ ବୈଜୟନ୍ତଙ୍କ ଏହି ଲେଖା ବିଜେଡି ରାଜନୀତି ଭିତରେ ଛିଡ଼ା କରିଛି ଅନେକ ପ୍ରଶ୍ନ । କାହିଁକି ଦଳକୁ ପରାମର୍ଶ ଦେବା ପାଇଁ ଗଣମାଧ୍ୟମକୁ ବାଛିଲେ ବୈଜୟନ୍ତ ? ଦଳୀୟ ସୁପ୍ରିମୋ କିମ୍ବା ଦଳୀୟ ନେତାଙ୍କ ସହ ଆଲୋଚନା କରିବା ପରିବର୍ତେ ଦାଣ୍ଡ ହାଟରେ କାହିଁକି ବାଂଟିଲେ ଗୁରୁମନ୍ତ୍ର?