ମହାତ୍ମା ଗାନ୍ଧୀଙ୍କ ହତ୍ୟା ପରେ ନାଥୁରାମ ଗଡସେ ବାପୁଙ୍କ ପୁଅକୁ କହିଥିଲେ ଏହି କଥା…

3,302

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୩୦ ଜାନୁୟାରୀ ୧୯୪୮ରେ ଗୁଳି କରି ହତ୍ୟା କରାଯାଇଥିଲା । ବାପୁଙ୍କ ହତ୍ୟା ନାଥୁରାମ ଗଡସେ କରିଥିଲେ । ଗାନ୍ଧୀ ୩୦ ଜାନୁୟାରୀ ୧୯୪୮ରେ ଦିଲ୍ଲୀର ବିଡଳା ଭବନର ସନ୍ଧ୍ୟାର ପ୍ରାର୍ଥନା ସଭାରୁ ଉଠୁଥିବା ସମୟରେ ଗଡସେ ତାଙ୍କ ଛାତିରେ ଗୁଳି କରିଥିଲେ । ଗଡସେ ବାପୁଙ୍କ ସାଥିରେ ଛିଡା ହୋଇଥିବା ମହିଳାଙ୍କୁ ହଟାଇଲେ ଓ ନିଜ ସେମି ଅଟୋମେଟିକ୍ ପିସ୍ତଲରେ ଗୋଟିଏ ପରେ ଗୋଟିଏ ୩ଟି ଗୁଳି ମାରି ହତ୍ୟା କରିଥିଲେ । ହତ୍ୟା କରିବା ପରେ ପରେ ଗଡସେଙ୍କୁ ଗିରଫ କରାଯାଇଥିଲା । ୧୫ ନଭେମ୍ବର, ୧୯୪୯କୁ ନାଥୁରାମ ଗଡସେଙ୍କୁ ଗାନ୍ଧୀଙ୍କ ହତ୍ୟା ଅପରାଧରେ ଫାସି ଦଣ୍ଡ ଶୁଣାଯାଇଥିଲା ।

ଗାନ୍ଧୀଙ୍କ ହତ୍ୟାପରେ ତାଙ୍କ ପୁଅ ଦେବଦାସ ଗାନ୍ଧୀ ନାଥୁରାମ ଗଡସେଙ୍କ ପାଖକୁ ଭେଟିବାକୁ ଯାଇଥିଲେ । ଏହି ବିଷୟରେ ନାଥୁରାମ ଗଡସେଙ୍କ ଭାଇ ନିଜ ପୁସ୍ତକ “ମୁଁ ଗାନ୍ଧୀଙ୍କ ହତ୍ୟା କାହିଁକି କଲି” ରେ ଲେଖିଛନ୍ତି କି, “ଦେବଦାସ କାଳେ ଏହି ଆଶାରେ ଆସିଥିବେ କି ବିଭତ୍ସ ଚେହେରା ଥିବ, ହତ୍ୟାକାରୀ ନଜର ଆସୁଥିବ, କିନ୍ତୁ ନାଥୁରାମ ଶାନ୍ତ ଓ ସୌମ୍ୟ ଥିଲେ । ତାଙ୍କ ଆତ୍ମବିଶ୍ୱାସ ଥିଲା । ଦେବଦାସ ଯେମିତି ଭାବିଥିବେ, ତାହାର ଏକଦମ ଓଲଟା ଥିଲା ।”

ନାଥୁରାମ ଗଡସେ ଗାନ୍ଧୀଙ୍କ ପୁଅକୁ କ’ଣ କହିଥିଲେ…

ଯେତେବେଳେ ମହାତ୍ମା ଗାନ୍ଧୀଙ୍କ ପୁଅ ଦେବଦାସ ନାଥୁରାମ ଗଡସେଙ୍କୁ ଜେଲକୁ ଭେଟିବାକୁ ଯାଇଥିଲେ, ଗଡସେ ତାଙ୍କୁ କହିଥିଲେ କି, “ତୁମ ପିତାଙ୍କ ମୃତ୍ୟୁରେ ମୁଁ ବହୁତ ଦୁଃଖିତ । ମୁଁ ନାଥୁରାମ ବିନାୟକ ଗଡସେ । ଆଜି ତୁମେ ତୁମ ପିତାଙ୍କୁ ହରାଇଛ । ମୋ କାରଣରୁ ତୁମେ ବହୁତ ଦୁଃଖିତ । ତୁମ ପରିବାରକୁ ଯେଉଁ ଦୁଃଖ ହୋଇଛି ସେଥିପାଇଁ ମୁଁ ମଧ୍ୟ ଦୁଃଖିତ । ଦୟାକରି ମୋର ବିଶ୍ୱାସ କର, ମୁଁ ଏହି କାମ କୌଣସି ବ୍ୟକ୍ତିଗତ ପ୍ରତିଶୋଧ ପାଇଁ କରିନି, ନା ହିଁ ମତେ ତୁମ ଠାରୁ କିଛି ଦ୍ୱେଷ ଅଛି ଏବଂ ନା କୌଣସି ଖରାପ ଭାବ ଅଛି । ”

ନାଥୁରାମ ଗଡସେ ମହାତ୍ମା ଗାନ୍ଧୀଙ୍କ ସେହି ନିଷ୍ପତ୍ତି ବିରୁଦ୍ଧରେ ଥିଲେ, ଯେଉଁଥିରେ ସେ ଚାହୁଁଥିଲେ କି ପାକିସ୍ତାନକୁ ଭାରତ ତରଫରୁ ଆର୍ଥିକ ସହାୟତା ଦିଆଯାଉ । ଏଥିପାଇଁ ବାପୁ ଉପବାସ ମଧ୍ୟ ରଖିଥିଲେ । ତାଙ୍କୁ ଏହା ଲାଗୁଥିଲା କି ସରକାରଙ୍କ ମୁସଲମାନଙ୍କ ପ୍ରତି ତୁଷ୍ଟିକରଣ ନୀତି ଗାନ୍ଧିଜୀଙ୍କ କାରଣରୁ ଅଛି । ନାଥୁରାମ ଗଡସେ ଏହା ମାନୁଥିଲେ କି, ଭାରତ ବିଭାଜନ ଓ ସେହି ସମୟରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ଲକ୍ଷ ଲକ୍ଷ ହିନ୍ଦୁଙ୍କ ହତ୍ୟା ପାଇଁ ମହାତ୍ମା ଗାନ୍ଧୀ ଦାୟୀ ଥିଲେ ।