ସେଓରେ ମିଶୁଥିବା ୱାକ୍ସ ବା ମିନେରାଲ୍ ଅଏଲ୍ କ’ଣ ? ଶରୀର ପାଇଁ କେତେ କ୍ଷତିକାରକ, ଜାଣନ୍ତି କି ?

44

କୁହାଯାଏ ପ୍ରତ୍ୟେକ ଦିନ ଗୋଟିଏ ସେଓ ଖାଇଲେ ଦେହ ସୁସ୍ଥ ରହିବ ଓ ଆପଣଙ୍କୁ ଆଉ ଡାକ୍ତରଙ୍କ ପାଖକୁ ଯିବାକୁ ପଡିବ ନାହିଁ । ବଜାର , ମଲ ଓ ସବୁ ଦେକାନରେ ଏବେ ମିଳୁଛି ଚକଚକିଆ ସେଓ । କିନ୍ତୁ ଏହି ଆପଣଙ୍କ ଶରୀର ପାଇଁ କେତେ ସୁରକ୍ଷିତ ତାହା ଆପଣ ଜାଣିଛନ୍ତି କି? । ଏହା ଜାଣିବାକୁ କନ୍ୟକ ନ୍ୟୁଜ କରିଥିଲା ଅନୁସନ୍ଧାନ । ଆଉ ସେଓକୁ ପଠାଯାଇଥିଲା ରାଜ୍ୟ ସରକାରଙ୍କ ଜନସ୍ୱାସ୍ଥ୍ୟ ବିଜ୍ଞାନଗାରର। ଆଉ ରିପୋର୍ଟରୁ ଯାହା ଆସିଲା ତାହା ଚମକାଇବାଭଳି । ଆପଲକୁ ଚମକାଇବା ଲାଗି ୱାକ୍ସ ବା ମହମ ବା ମିନେରାଲ ଅଏଲ ଦିଆଯାଇଥାଏ । ଆଉ ଏହା ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ବୋଲି ଜଣାଯାଇଛି । ଆଉ ଦେକାନୀ ବି ସେଓରେ ମହମ ମିଶିବା କଥାକୁ ସ୍ୱୀକାର କରିଛନ୍ତି ।

ସେଓକୁ ଚକଚକ କରିବା ପାଇଁ ଏପ୍ରକାର ମହମ ବ୍ୟବହାର କରାଯାଇଥାଏ । କିନ୍ତୁ ସାଧାରଣତଃ ଏହି ମହମ ଦୁଇ ପ୍ରକାର ହୋଇଥିବା ବେଳେ ସେଓକୁ ଚକ୍ଚକ୍ କରିବା ପାଇଁ ମର୍ଫୋଲିନ୍ ନାମକ ଏକ ମିନେରାଲ୍ ଅଏଲ୍ ମିଶାଇ ସେଓର ଉପରଭାଗରେ ଦିଆଯାଇଥାଏ । ଏହାଦ୍ୱାରା ବେଶ ଅଧିକ ଦିନ ଧରି ଆପଲ୍କୁ ସତେଜ ରଖାଯାଇପାରେ । ସବୁଠାରୁ ରୋଚକ କଥା ହେଉଛି- ଯେଉଁମାନେ ଏହି ସେଓକୁ ବିକ୍ରି କରୁଛନ୍ତି ସେମାନେ ବି ସେଓରେ ମହମ ମିଶିବା କଥାକୁ ଜାଣିଛନ୍ତି ।

ତେବେ ଏନେଇ ଡାକ୍ତର କହିଛନ୍ତି,ସେଓରେ ଥିବା ମର୍ଫୋଲିନ୍ ଶରୀର ଭିତରକୁ ଗଲେ ତାହା ନାଇଟ୍ରସ୍ ମର୍ଫୋଅଲିନରେ ପରିଣତ ହୋଇଯାଏ । ତେବେ ଏହି କେମିକାଲ ଖାଇଲେ ଲିଭର କ୍ୟାନସର, କିଡ଼ନୀ କ୍ୟାସରର ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଶରୀରରେ ଅଲର୍ଜି ମଧ୍ୟ ଦେଖାଦେଇପାରେ ।