ଭାଇରସ୍ ଭୟରେ ଭାରତ ! ଜାଣନ୍ତୁ କଣ ଏହି ‘ୱାନାକ୍ରାଏ ରାନ୍‌ସମ୍‌ୱେର’ ଏବଂ କିଭଳି କଂପ୍ୟୁଟରକୁ ରହିବେ ସୁରକ୍ଷିତ

22

ଶହେ ଦେଶରେ ସାଇବର ଆକ୍ରମଣ ପାଇଁ ‘ୱାନାକ୍ରାଏ ରାନ୍‌ସମ୍‌ୱେର’ ଭାଇରସ ଦାୟୀ ବୋଲି କୁହାଯାଉଛି । ଏବେ ଜାଣନ୍ତୁ କଣ ଏହି ରେନସମବେୟର ଭାଇରସ । ଏହା ଏକ ଏଭଳି ଭାଇରସ ଯାହା କମ୍ପ୍ୟୁଟର ଫାଇଲକୁ ନଷ୍ଟ କରିବାକୁ ଧମକ ଦେଇଥାଏ । ଆଉ କମ୍ପ୍ୟୁଟରରେ ଧମକପୂର୍ଣ୍ଣ ମେସେଜ ଆସିଥାଏ ଯେ, ଫାଇଲ ସୁରକ୍ଷିତ ରଖିବାକୁ ହେଲେ ଫିସ ଦେବାକୁ ପଡିବ । ଏହି ଭାଇରସ କମ୍ପ୍ୟୁଟରରେ ଥିବା ଫାଇଲ ଓ ଭିଡିଓକୁ ଇନସ୍କ୍ରିପ୍ଟ କରିଦେଇଥାଏ ।

ୟୁରୋପ ସମେତ ବିଶ୍ୱର ଶହେ ଦେଶର ସାଇବର ଆଟାକ ହୋଇଛି । ୟୁରୋପ, ଆମେରିକା, ଚୀନ ଓ ଋଷର କିଛି ସ୍ଥାନରେ କମ୍ପ୍ୟୁଟର କାମ କରିବା ବନ୍ଦ କରିଦେଇଛି । ତେବେ ଓଡ଼ିଶାରେ ମଧ୍ୟ ଏହି ‘ୱାନାକ୍ରାଏ ରାନ୍‌ସମ୍‌ୱେର’ ଭାଇରସ ଆଟାକ ହୋଇଥିବା ଜଣାପଡିଛି । ବ୍ରହ୍ମପୁର ସିଟି ହସ୍ପିଟାଲର ସିଷ୍ଟମର ତଥ୍ୟକୁ ହ୍ୟାକ୍ କରାଯାଇଥିବା ସୂଚନା ମିଳିଛି । ସିଷ୍ଟମକୁ ହ୍ୟାକ କରି ହ୍ୟାକର ୩ଶହ ଡଲାର ଦାବି କରିଛି ।

ଏହି ଭାଇରସରୁ କିପରି ରହିବେ ସୁରକ୍ଷିତ :

• ନିଜ ଗୁରୁତ୍ୱପୁର୍ଣ୍ଣ ଫାଇଲ ଏବଂ ଡାଟାକୁ ପେନଡ୍ରାଇଭରେ ବ୍ୟାକଅପ୍ ରଖନ୍ତୁ ।

• କୌଣସି ଇମେଲ୍ ବା ଲିଙ୍କ୍ ଖୋଲନ୍ତୁ ନାହିଁ । ତେଣିକି ମେଲ୍ ପଠାଇଥିବା ବ୍ୟକ୍ତି ଜଣକ ଆପଣଙ୍କ ଚିହ୍ନା ପରିଚିତ ହୁଅନ୍ତୁ ନାଁ କାହିଁକି । କାରଣ ଏହି ଭାଇରସ୍ ଆସିବାର ଆସିବାର ସହଜ ବାଟ ହେଉଛି ଇମେଲ୍ ।

• କୌଣସି ୱେବସାଇଟରୁ କିଛି ଡାଉନଲୋଡ୍ କରନ୍ତୁ ନାହିଁ ।

• ୱେବ୍‌ସାଇଟ୍‌ ବ୍ୟବହାର କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ ।

• ଅାଣ୍ଟି ଭାଇରସ୍ ସଫ୍ଟୱେର ଅପ୍‌ଡେଟ୍‌ ରଖିବା ସହ ସିଷ୍ଟମ୍‌କୁ ଅପ୍‌ଡେଟ୍ ରଖନ୍ତୁ  ।