ନଖ ଉପରେ ଧଳା ଅର୍ଦ୍ଧଚନ୍ଦ୍ରର ଅର୍ଥ କ’ଣ ? ଆପଣ ଜାଣିଛନ୍ତି କି?

141

ଆପଣ ନଖ ଉପରେ ହୋଇଥିବା ଅର୍ଦ୍ଧଚନ୍ଦ୍ରକୁ ପ୍ରତିଦିନ ଦେଖୁଥିବେ କିନ୍ତୁ କେବେ ଧ୍ୟାନ ଦେଇ ନଥିବେ । ନଖର ଏହି ଅଂଶ ବହୁତ ସେନ୍ସିଟିଭ ଥାଏ ଓ ଏହାକୁ ‘ଲୁନୁଲା’ କୁହାଯାଏ । ଏହା ଏକ ଲାଟିନ ଶବ୍ଦ । ଏହାର ଅର୍ଥ ହେଉଛି ଛୋଟ ଜହ୍ନ । ଆସନ୍ତୁ ଜାଣିବା ଏହା ବିଷୟରେ ଆହୁରି କିଛି ।

• ଆଙ୍ଗୁଠି ଉପରେ ଏହା ସ୍ୱଚ୍ଛ ଭାବରେ ଦେଖାଯାଏ ।

• ଏହା ଧଳା ରଙ୍ଗର ହୋଇଥାଏ । କାହିଁକିନା ଏହା ଏପିଡର୍ମିସର ୫ନଂ ସ୍ତର ।

• ଏହା ନଖର ମୂଳ । ଯଦି ଏହାକୁ ଆଘାତ ପହଂଚାଯିବ, ତେବେ ନଖ କେବେ ବି ଉଠିବନି ।

• ଏହି ଅଂଶକୁ କେବେ କ୍ଷତି ପହଂଚାଇବା ଉଚିତ ନୁହେଁ । ଏହା ବହୁତ ସମ୍ବେଦନଶୀଳ ।

• କୁହାଯାଏ ଯେ ଲୁନୁଲାର ଆଧାରରେ ମଣିଷର ସ୍ୱାସ୍ଥ୍ୟ ବିଷୟରେ ଜାଣିପାରିବ । ଯଦି ବିଲକୁଲ ଦେଖାଯାଉନି ତେବେ ରକ୍ତାଭାବ ବି ହୋଇପାରେ । ଯଦି ଧଳା ଦେଖା ନଯାଇ ହଳଦିଆ ବା ନୀଳ ଦେଖାଯାଏ, ତେବେ ଡାଇବେଟିସ ହେବାର ସମ୍ଭାବନା ଥାଏ । ଯଦି ନାଲି ଦେଖାଯାଏ, ତେବେ ହୃଦୟ ରୋଗ ହୋଇପାରେ । ତେବେ ନିଜେ ଏହାର ଚିକିତ୍ସା ନକରି ଡାକ୍ତରଙ୍କ ପାଖକୁ ଯାଆନ୍ତୁ ।

• ଯଦି ବହୁତ ଛୋଟ ଦେଖାଯାଉଛି, ତେବେ ପେଟ ସମସ୍ୟା ଅଛି ।

• ଦୁଇଟି ହାତକୁ ମିଶାଇ ଯଦି ସର୍ବନିମ୍ନ ୮ଟି ଲୁନୁଲା ରହୁଛି, ତେବେ ତାହା ଠିକ ।

• ଲୁନୁଲା ଦେଖି ଏହା ବି କୁହାଯାଇପାରିବ କି ମଣିଷ ଚଂଚଳ ନା ମାନ୍ଦା ।