ଲମ୍ବା ଦାଢି ରଖିଥିବା ଜଣେ ବୁଢା ଲୋକ ଯାହାକୁ ସମସ୍ତେ ସାଣ୍ଟାକ୍ଲସ୍ କୁହନ୍ତି , ସେ ଅସଲରେ କିଏ ?

530

ବଡଦିନର ଅନ୍ୟ ଏକ ପ୍ରମୁଖ ବ୍ୟକ୍ତି ହେଉଛନ୍ତି ସାଣ୍ଟା କ୍ଲଜ୍ । କିନ୍ତୁ ବାସ୍ତବରେ ଏହି ସାଣ୍ଟା କ୍ଲଜ୍ କିଏ ? ସେ କେଉଁଠାରେ ରୁହନ୍ତି? ସେ କ’ଣ ଆଜି ବି ପିଲାଙ୍କୁ ଉପହାର ଦିଅନ୍ତି? ପିଲାମାନେ କାହିଁକି କ୍ରୀଷ୍ଟମାସରେ ସାଣ୍ଟାକୁ ଅପେକ୍ଷା କରନ୍ତି? ଏଭଳି ପ୍ରଶ୍ନ ସବୁବେଳେ ମନକୁ ଆନ୍ଦୋଳିତ କରିଥାଏ ।

ସାଣ୍ଟାଙ୍କ ଅସଲ ନାମ ସେଣ୍ଟ୍ ନିକୋଲାସ୍ । ସେ ଯୀଶୁଙ୍କ ପ୍ରତି ଖୁବ୍ ଆସକ୍ତ ଥିଲେ । ସେ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମିଥିଲେ ମଧ୍ୟ ପିଲାବେଳୁ ବାପାମା’ ଛେଉଣ୍ଡ ଥିଲେ । ବଡ ହେବା ପରେ ସେ ଏକ ଗୀର୍ଜାରେ ପାଦ୍ରି ହୋଇଗଲେ । ଗରିବ ଲୋକଙ୍କୁ ସାହାଯ୍ୟ କରିବା ଏବଂ ଛୋଟ ପିଲାଙ୍କୁ ଉପହାର ଦେବା ତାଙ୍କୁ ବହୁତ ଭଲ ଲାଗୁଥିଲା । ଦୟାଳୁ ପ୍ରବୃତିର ସେଣ୍ଟ୍ ନିକୋଲାସ୍ ଏହି ମହତ୍ କାମ କାହାରିକୁ ନ ଜଣାଇ କରୁଥିଲେ । ପିଲାମାନଙ୍କୁ ଉପହାର ମଧ୍ୟ ସେ ରାତିର ଅନ୍ଧକାରରେ ଦେବାକୁ ଆସୁଥିଲେ । ୧୭ ଶତାବ୍ଦୀ ପରେ ସେଣ୍ଟ୍ ନିକୋଲାସ୍ ଙ୍କୁ ସାଣ୍ଟା କ୍ଲସ୍ କରିଦିଆଗଲା ।

ବ୍ରିଟେନ୍ ବାସୀ ସାଣ୍ଟାଙ୍କୁ ପତ୍ର ଲେଖିବା ପରେ ଜଳାଇ ଦିଅନ୍ତି । ତାଙ୍କ ମାନିବା ଅନୁସାରେ ସାଣ୍ଟାଙ୍କ ପାଖକୁ ଏହି ଜଳିଥିବା ପତ୍ର ଯିବ । ମେକ୍ସିକୋରେ ପିଲାମାନେ ହିଲିୟମ୍ ବେଲୁନ୍ ରେ ନିଜ ମନକଥା ଲେଖି ଆକାଶକୁ ଛାଡିଦିଅନ୍ତି । ସାଣ୍ଟାଙ୍କ ପାଖକୁ ଏହି ବାର୍ତ୍ତା ଯିବ ବୋଲି ଧାରଣା ରଖିଥାନ୍ତି ।