ହାଇକମାଣ୍ଡ କ୍ଷୁବ୍ଧ, ଦଳ ଛାଡିବେ କି ନେତା ! ୨୦୧୯ ପୂର୍ବରୁ କଂଗ୍ରେସର ୯ ବିଧାୟକଙ୍କୁ ନେଇ ଚର୍ଚ୍ଚା

54

କନକ ବ୍ୟୁରୋ: ଅଲ୍ ଇଣ୍ଡିଆ କଂଗ୍ରେସ କମିଟିରୁ ବାଦ୍ ପଡିବା ପରେ କଂଗ୍ରେସର ୯ ବିଧାୟକଙ୍କ ଉପରେ ଏବେ ନଜର । କଣ କରିବେ ବିଧାୟକ? କ’ଣ ହେବ ଆଭିମୁଖ୍ୟ? ବିଧାୟକ ନେବେ କି କିଛି ଚରମ ନିଷ୍ପତି? ପିସିସି ମୁଖିଆଙ୍କୁ ଖୋଲାଖୋଲି ବିରୋଧ କରିଆସୁଥିବା ଏହି ବିଧାୟକ ମାନେ ହାଇକମାଣ୍ଡଙ୍କ ନିଷ୍ପତିକୁ ସିଧାସଳଖ ବିରୋଧ ନକଲେ ବି ପରୋକ୍ଷରେ ତୀବ୍ର ଅସନ୍ତୁଷ୍ଟ ଅଛନ୍ତି । ଆଉ ସେମାନଙ୍କ ଅସନ୍ତୋଷ ଦଳ ପାଇଁ ବଡ ଅଡୁଆ ସୃଷ୍ଟି କରିବା ସମ୍ଭାବନା ରହିଛି ।

congressରାଜ୍ୟ କଂଗ୍ରେସର ୯ ଚେହେରା, ଯାହାଙ୍କ ଉପରେ ଦିଲ୍ଲୀ କ୍ଷୁବ୍ଧ, ପିସିସ ସଭାପତି ନାରାଜ୍ । ଯେଉଁମାନେ ଏବେ ଏଆଇସିସି ପାଇଁ ଅଲୋଡା । ଏଆଇସିସି ତାଲିକାରୁ ବାଦ୍ ପଡ଼ିବା ପରେ ଯେଉଁମାନଙ୍କୁ ଏଆଇସିସି ଓଡ଼ିଶା ସହଯୋଗୀ ତାଲିକାରେ ମଧ୍ୟ ସ୍ଥାନଟିଏ ମିଳିନି ।କ’ଣ କରୁଛନ୍ତି ୯ ବିଧାୟକ? ୯ ବିଧାୟକ ଯେଉଁମାନେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଛନ୍ତି, ସେମାନେ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଉପେକ୍ଷିତ ହେବା ପରେ କ’ଣ ହେବ ଏହି ବିଧାୟକଙ୍କ ଆଭିମୁଖ୍ୟ । ପିସିସି ମୁଖିଆଙ୍କୁ ବିରୋଧ କରି ଆସୁଥିବା ଏହି ବିଧାୟକମାନେ ବାଛି ନେବେ କି ବିକଳ୍ପ ବାଟ

ବଡ କଥା ହେଉଛି-ଏକା ସାଙ୍ଗରେ ଯଦି ସମସ୍ତ ୯ ଜଣ ବିଧାୟକ, କଂଗ୍ରେସକୁ ବାଏ ବାଏ କରନ୍ତି, ତେବେ ଦଳବଦଳ ନିୟମ ପରିଧିରେ ବି ଆସିବେ ନାହିଁ । କାରଣ ନିର୍ବାଚିତ ସଦସ୍ୟଙ୍କ ମଧ୍ୟରୁ ଏକତୃତୀୟାଂଶ ଦଳବଦଳ ନିଷ୍ପତି ନେଲେ, ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହେଉ ନାହିଁ । ଏଆଇସିସି ତାଲିକାରୁ ବାଦ୍ ଦେଇ କ’ଣ ବାର୍ତା ଦେବାକୁ ଚାହୁଁଛନ୍ତି କଂଗ୍ରେସ ହାଇକମାଣ୍ଡ? ଆଗାମୀ ନିର୍ବାଚନରେ ଏହି ବିଧାୟକଙ୍କ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିବା ଏତେ ସହଜ ହେବ କି ?

ଅନ୍ୟପଟେ କିନ୍ତୁ ହାଇକମାଣ୍ଡଙ୍କ ଏହି ନିଷ୍ପତିକୁ ଗ୍ରହଣ କରି ନେଇଛନ୍ତି କଂଗ୍ରେସର ତୁଙ୍ଗ ନେତା । ନରସିଂହ ମିଶ୍ର କହିଛନ୍ତି- ଯାହାକୁ ଉଚିତ ଭାବିଲେ ରାହୁଲ ରଖିଲେ । ଆଉ ସୁର ରାଉତରାୟଙ୍କ କହିବାର କଥା ହେଲା-ଏମିତି ହୁଏ ଆଗରୁ ବି ଅନେକ ଥର ହୋଇଛି । କିନ୍ତୁ ପ୍ରଶ୍ନ ଉଠୁଛି-ଏ ନିଷ୍ପତିକୁ କେମିତି ଗ୍ରହଣ କରୁଛନ୍ତି ଏଆଇସିସି ତାଲିକାରୁ ବାଦ୍ ପଡ଼ିଥିବା ଏହି ୯ ଜଣ ବିଧାୟକ । ପ୍ରସାଦଙ୍କ ବିରୋଧରେ ଖୋଲାଖୋଲି ସ୍ୱର ଉତୋଳନ କରୁଥିବା ଥିବା ନେତା ଦଳ ବିରୋଧରେ ଯାଇ ନେବେ କି ଚରମ ନିଷ୍ପତି ?
ପ୍ରସାଦ ହରିଚନ୍ଦନଙ୍କ ବିରୋଧରେ ନିର୍ବାଚନ ଲଢିବୁ ନାହିଁ ବୋଲି ଖୋଲାଖୋଲି କିଛି ବିଧାୟକ କରୁଥିବା ବେଳେ ଏଆଇସିସି ତାଲିକାରୁ ମଧ୍ୟ ସେମାନେ ବାଦ୍ ପଡ଼ିଛନ୍ତି । ଏଭଳି ସ୍ଥିତିରେ କୁଆଡେ ଯିବେ କଂଗ୍ରେସ ନେତା ? କେଉଁ ଆଭିମୁଖ୍ୟ ଗ୍ରହଣ କରିବେ କଂଗ୍ରେସ ବିଧାୟକ?