ଭାରତୀୟ ରେଳ କୋଚରେ ଲେଖା ହୋଇଥିବା ସଂଖ୍ୟାଗୁଡିକର ଅର୍ଥ କ’ଣ, ଜାଣନ୍ତି କି ?

144

ପ୍ରାୟତଃ ୧୬୪ ବର୍ଷ ପୂର୍ବରୁ ୧୬ ଅପ୍ରେଲ ୧୮୫୩ରେ ଭାରତୀୟ ରେଲୱେ ନିଜର ରେଳ ସେବା ଆରମ୍ଭ କରିଥିଲା । ଏବଂ ପ୍ରଥମ ଟ୍ରେନ ମୁମ୍ବାଇରୁ ଥାନେ ପର୍ଯ୍ୟନ୍ତ ୩୩ କମି ଯାତ୍ରା କରିଥିଲା । ଉକ୍ତ ଟ୍ରେନରେ ୧୪ ଟି କୋଚ ଥିବା ସହ ଯେତେବେଳ ଟ୍ରେନ ୪୦୦ ଯାତ୍ରୀଙ୍କୁ ନେଇ ୩.୩୦ରେ ବୋରୀ ବନ୍ଦର ପହଞ୍ଚିଥିଲା ସେହି ଦିନକୁ ସାର୍ବଜନିକ ଅବକାଶ ରୂପରେ ଘୋଷଣା କରାଗଲା ।

୧୯୫୧ରେ ଭାରତୀୟ ରେଲୱେକୁ ଜାତୀୟକରଣ କରାଗଲା । ଆମେ ସମସ୍ତେ ଜାଣନ୍ତି ଭାରତୀୟ ରେଳ କୋଚରେ କିଛି ସଂଖ୍ୟା ଲେଖା ହୋଇଥାଏ । କିନ୍ତୁ ଆପଣ ଜାଣନ୍ତିି କି ସେହି ସଂଖ୍ୟାର ମାନେ କ’ଣ ବା ଏହା କାହିଁକି ଲେଖା ହୋଇଥାଏ ।

ଭାତୀୟ ରେଳ କୋଚରେ ଲେଖା ହୋଇଥିବା ସଂଖ୍ୟାର ଅର୍ଥ କ’ଣ ?

– ଆପଣ ଦେଖିଥିବେ କୋଚରେ ସାଧାରଣତଃ ୪,୫ ଓ ୬ ଅଙ୍କର ସଂଖ୍ୟାର ଲେଖା ହୋଇଥାଏ । ଯେଉଁଠି ପ୍ରଥମ ଦୁଇ ଅଙ୍କ ନିର୍ମାଣ ବର୍ଷକୁ ଦର୍ଶାଇଥାଏ । ଉଦାହରଣ ସ୍ୱରୂପ, ୮୪୩୯-ଯାହାର ଅର୍ଥ ଟ୍ରେନ ୧୯୮୪ରେ ନିର୍ମିତ ହୋଇଛି ,୦୪୦୫୨–ଯାହାର ଅର୍ଥ ଟ୍ରେନ ୨୦୦୪ରେ ନିର୍ମିତ ହୋଇଛି ।

– ଏହାସହ ଅନ୍ୟ କିଛି ମାମଲାରେ ପ୍ରଥମ ଦୁଇ ଅଙ୍କ ସେହି ବର୍ଷକୁ ଦର୍ଶାଇଥାଏ, ଯେଉଁଠି ରେଲୱେ ସ୍ଥାନାନ୍ତରିତ କରାଯାଇଥିଲା ଏବଂ କେବେ କେବେ ସେହି ବର୍ଷକୁ ମଧ୍ୟ ଦର୍ଶାଇଥାଏ ଯେଉଁ ବର୍ଷ କୋଚର ପୁନଃନିର୍ମାଣ କରାଯାଇଥିଲା । କିନ୍ତୁ ଉତ୍ତର ରେଲୱେର କିଛି ରାଜଧାନୀ ଗାଡି ଗୁଡିକ ଉପରେ ଲେଖାହେିଇଥିବା ଅଙ୍କ ଏହି ସବୁ ଉପରେ ଆଧାରିତ ନୁହଁ । ଉକ୍ତ ଗାଡି ମାନଙ୍କରେ ୨୯୫୧/୨ କିମ୍ବା ୨୯୫୩/୪ ଇତ୍ୟାଦି ସଂଖ୍ୟା ଲେଖା ହୋଇଥାଏ ।

– କିଛି କୋଚରେ ସଂଖ୍ୟାସହ ଅକ୍ଷର ମଧ୍ୟ ଲେଖାହୋଇଥାଏ । ଏହି ପ୍ରକ୍ରିୟାରେ ୩,୪ କିମ୍ବା ୫ ଲେଖା ହୋଇଥିବା ସିରିଆଲ ନମ୍ବର ଥିବା ସହ ଅକ୍ଷର ଗଡିକ ଅନୁସାରେ ଅନେକ ପୁରୁଣା କୋଚ ପୁନଃନାମିତ କରାଯାଇଥାଏ ।

-୨୦୦୦ ପରଠାରୁ ନିର୍ମାଣ ବର୍ଷ ରୂପରେ ୦୦,୦୧ ଆଦି କୋଚରେ ପ୍ରାରମ୍ବିକ ସଂଖ୍ୟା ରୂପରେ ଦର୍ଶାଇଥାଏ । କେବେ କେବେ ରେଲୱେ ଜୋନକୁ ପ୍ରଦର୍ଶିତ କରିବା ପାଇଁ ତାହାର ସଂରକ୍ଷିତ ନାମକୁ ମଧ୍ୟ ବ୍ୟବହାର କରାଯାଏ । ଉଦାହରଣ ସ୍ୱରୁପ ଏସକେ୦୧୨୫୨ ଏବି, ଯେଉଁଠି ଏସକେ ର ଅର୍ଥ ଯାହାର ଦେଖାଶୁଣା ରୂପରେ ଦକ୍ଷିଣ ମଧ୍ୟ ରେଲୱେ କୋଙ୍କଣ ରେଲୱେ ଦ୍ୱାରା କରାଯûଏ ।

ଆସନ୍ତୁ ଶେଷରେ ଲେଖା ହୋଇଥିବା ୩ ନମ୍ବର ବିଷୟରେ ଜାଣିବା-

୦୦୧-୦୨୫ : ଏସି ପ୍ରଥମ ଶ୍ରେଣୀ ,ଏଏନଇଆର ରେ,୨୦୦୦/୨୦୦୧ରେ ନିର୍ମିତ କିଛି ଡବା
୦୨୬-୦୫୦-ସମଗ୍ର ୧ ଏସି +ଏସି-୨ ଟି
୦୫୧-୧୦୦:ଏସି-୨ଟି
୧୦୧-୧୫୦:ଏସି ୩ଟି
୧୫୧-୨୦୦ସିସି ( ଏସି ଚେୟାର କାର)
୨୧୦-୪—ଏସଏଲ(ଦ୍ୱିୀତୀୟ ଶ୍ୟେଣୀ ସ୍ଲିପର)
୪୦୧-୬୦୦: ଜିଏସ (ସାମାନ୍ୟ ଦ୍ୱିତୀୟ ଶ୍ରେଣୀ)
୬୦୧-୭୦୦:୨ ଏସ ଦ୍ୱିତୀୟୟ ଶ୍ରେଣୀୟ ସିଟିଂ