ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ ୱିଙ୍ଗ କମାଣ୍ଡରଙ୍କ ସୁରକ୍ଷା ‘କବଚ’ ବନିବ ଏହି ଅନ୍ତର୍ଜାତୀୟ ସନ୍ଧି । ଜାଣନ୍ତୁ ଏହା ବିଷୟରେ…

632

ଭାରତୀୟ ସୀମାକୁ ଅନୁପ୍ରବେଶ କରିଥିବା ପାକିସ୍ତାନୀ ବିମାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସମୟରେ ଭାରତୀୟ ବାୟୁସେନାର ଏକ ମିଗ୍ ୨୧ ବିମାନକୁ କ୍ଷତି ପହଂଚିଥିଲା । ଭାରତ ସରକାର ସ୍ପଷ୍ଟ କରିଛି କି, ପାକିସ୍ତାନ ବାୟୁସେନାର ୱିଙ୍ଗ କମାଣ୍ଡରଙ୍କୁ ବନ୍ଦୀ କରିନେଇଛନ୍ତି । ସରକାର ତାଙ୍କୁ ଅତିଶୀଘ୍ର ଭାରତ ପଠାଇବାର ଦାବି କରିଛି ।

ୱିଙ୍ଗ କମାଣ୍ଡରଙ୍କ ପାଇଁ ପାକିସ୍ତାନରେ ସୁରକ୍ଷା କବଚର କାମ କରିବ ଏକ ଅନ୍ତର୍ଜାତୀୟ ସନ୍ଧି । ଯାହାକୁ ଜେନେଭା କନଭେନସନ୍ ବା ଜେନେଭା ସନ୍ଧି କହନ୍ତି । କୌଣସି ଦେଶର ସୈନିକ ଧରାପଡିଲେ, ତାଙ୍କ ଉପରେ ଏହି ସନ୍ଧି ଲାଗୁ ହୋଇଥାଏ । କୌଣସି ବି ଯୁଦ୍ଧ ବନ୍ଦୀଙ୍କ ସହିତ ଅମାନବୀୟ ବ୍ୟବହାର ନକରିବା ପାଇଁ ଏହି ସନ୍ଧି ଚାପ ଦିଏ । ଆସନ୍ତୁ ଜାଣିବା କ’ଣ ଏହି କନଭେନସନ୍ ?

ରାଜନୀତି ବିଜ୍ଞାନର ବିଶେଷଜ୍ଞଙ୍କ କହିବାନୁସାରେ, ଭିନ୍ନ ଭିନ୍ନ ଦେଶଗୁଡିକ ମଧ୍ୟରେ ତାଙ୍କ ରାଜନେତା ଓ ନାଗରିକଙ୍କ ମାନବାଧିକାରର ରକ୍ଷା ପାଇଁ ଜେନେଭା କନଭେନସନ୍ ମୁଖ୍ୟ ଅସ୍ତ୍ର । ଦିଲ୍ଲୀ ୟୁନିଭର୍ସିଟିର ରାଜନୀତି ବିଜ୍ଞାନର ଆସୋସିଏଟ୍ ପ୍ରଫେସରଙ୍କ କହିବାନୁସାରେ, ଏହି ସନ୍ଧି ଅଧିନରେ ଯୁଦ୍ଧବନ୍ଦୀଙ୍କୁ ସୁରକ୍ଷିତ ତାଙ୍କ ଦେଶକୁ ଫେରାଇବାକୁ ପଡିଥାଏ । ଜେନେଭା ସମ୍ମିଳନୀରେ ୪ ସନ୍ଧି ଓ ୩ ଅତିରିକ୍ତ ପ୍ରୋଟୋକଲ୍ ଅଛି । ଯାହା ଯୁଦ୍ଧବନ୍ଦୀଙ୍କୁ ଅଧିକାର ଦିଏ । ଏହାର ଉଦ୍ଦେଶ୍ୟ ଯୁଦ୍ଧ ସମୟରେ ମାନବୀୟ ମୂଲ୍ୟକୁ ବଜାୟ ରଖିବା । ଏହି ସନ୍ଧି ଅଧିନରେ ଆହତ ସୈନିକଙ୍କୁ ଉଚିତ୍ ଦେଖରେଖ କରାଯିବ । ଅମାନବୀୟ ବ୍ୟବହାର କରାଯିବ ନାହିଁ । ଖାଦ୍ୟପାନୀୟ ସମେତ ସମସ୍ତ ଜରୁରୀ ଜିନିଷ ଦିଆଯିବ । ଏହା ଅଧିନରେ ଶତ୍ରୁ ଦେଶ ତାଙ୍କୁ ହଇରାଣ କରିପାରିବେ ନାହିଁ, ନା ଧମକ ଦିଆଯିବ । ଅପମାନିତ କରାଯିବ ନାହିଁ । ନା ହିଁ ମେଡିକାଲ ସୁବିଧାରୁ ବଂଚିତ କରାଯିବ । ଏହା ସହିତ ଯୁଦ୍ଧବନ୍ଦୀଙ୍କ ଜାତି, ଧର୍ମ ବିଷୟରେ ପ୍ରଶ୍ନ କରାଯିବାର ବ୍ୟବସ୍ଥା ନାହିଁ । ଯୁଦ୍ଧବନ୍ଦୀକୁ କେବଳ ତାହାର ନାମ, ସେନାରେ ପଦ ଓ ୟୁନିଟ୍ ବିଷୟରେ ହିଁ ପଚରାଯାଇପାରିବ ।

ପ୍ରଥମେ ଜେନେଭା ସନ୍ଧି ୧୮୬୪ରେ ହୋଇଥିଲା । ଦ୍ୱିତୀୟ ସନ୍ଧି ୧୯୦୬ ଓ ତୃତୀୟ ୧୯୨୯ରେ ହୋଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୧୯୪୯ରେ ୧୯୪ ଦେଶଗୁଡିକ ମିଶି ଚତୁର୍ଥ ସନ୍ଧି କରିଥିଲେ । ଏହା ଅଧିନରେ ଯୁଦ୍ଧବନ୍ଦୀ ଉପରେ ମୋକଦ୍ଦମା ଚାଲିବ । କିନ୍ତୁ ଯୁଦ୍ଧବନ୍ଦୀଙ୍କୁ ନେଇ ଜନତା ମଧ୍ୟରେ ଉତ୍ସୁକତା ସୃଷ୍ଟି କରିପାରିବ ନାହିଁ ।