କୋହଲୀ – କୁମ୍ବଲେ ବିବାଦ ! ସାମ୍ନାକୁ ଆସିଲା ଚାମ୍ପିୟନ୍ସ ଟ୍ରଫି ଫାଇନାଲ୍ ମ୍ୟାଚର ଚାଂଚଲ୍ୟକର ସତ. . . ଯାହାର ଫଳ ଭୋଗିଲା ଭାରତ

69

ଭାରତୀୟ କ୍ରିିକେଟ୍ ଟିମ୍ ଆଗାମୀ ମ୍ୟାଚ୍ ପାଇଁ ୱେଷ୍ଟଇଣ୍ଡଜରେ ପହଂଚି ସାରିଲାଣି । କିନ୍ତୁ କୋଚ୍ ଏବଂ କ୍ୟାପଟେନଙ୍କ ମଧ୍ୟରେ ହୋଇଥିବା ବିବାଦ ଏପର୍ଯ୍ୟନ୍ତ ଗଣମାଧ୍ୟମର ମୁଖ୍ୟଖବର ହୋଇ ରହିଛି । କୋଚ୍ ଅନୀଲ୍ କୁମ୍ବଲେ ଇସ୍ତଫା ଦେବା ପରେ ଭାରତୀୟ ଟିମରେ ଯେମିତି ଭୁମିକମ୍ପ ଆରମ୍ଭ ହୋଇ ଯାଇଛି । ତେବେ ଏହା ଭିତରେ ଆଉ ଏକ ଚାଂଚଲ୍ୟକର ଖୁଲାସା ହୋଇଛି । ସୂଚନା ଅନୁସାରେ, ଚାମ୍ପିୟନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଟିମ୍ ମିଟିଙ୍ଗରେ ନିଷ୍ପତି ହୋଇଥିଲା । କିନ୍ତୁ କ୍ୟାପଟେନ୍ ବିରାଟ୍ କୋହଲୀ ମୈଦାନରେ ପହଂଚି ଠିକ୍ ଓଲଟା ନିଷ୍ପତି ନେଇ ଫିଲ୍ଡିଂ କରିଥିଲେ ।

ତେବେ ଟସ୍ ଜିତିବା ପରେ ଯେତେବେଳେ କୋହଲୀ ଡ୍ରେସିଙ୍ଗ୍ ରୁମକୁ ଆସିଥିଲେ ସେତେବେଳେ ଏନେଇ କୁମ୍ବେଲେ ତାଙ୍କୁ ପ୍ରଶ୍ନ ପଚାରିଥିଲେ । କିନ୍ତୁ କୋହଲୀ କିିଛି କହି ନଥିଲେ । ଯାହା ଫଳରେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ହିଁ ଟିମର ମାହୋଲ୍ ବିଗିଡି ଯାଇଥିଲା । ଯାହାର ପରିଣାମ ସ୍ୱରୁପ ପାକିସ୍ତାନ୍ ଠାରୁ ଭାରତ ୧୮୦ ରନରେ ଶୋଚନୀୟ ପରାସ୍ତ ହୋଇଥିଲା ।

କଣ ଥିଲା ଟିମ୍ ମ୍ୟାନେଜମେଂଟର ନିଷ୍ପତି :
ଲିଗ୍ ମ୍ୟାଚରେ ଯେତେବେଳେ ଭାରତ ଏବଂ ପାକିସ୍ତାନ୍ ମଧ୍ୟରେ ମ୍ୟାଚ୍ ହୋଇଥିଲା ସେତେବେଳେ ଭାରତ ୩୧୯ ରନ୍ କରିଥିଲା । ଆଉ ପାକିସ୍ତାନୀ ଟିମ୍ ଏତେ ବଡ ବିଶାଳ ସ୍କୋର୍ ଯୋଗୁଁ ଚାପରେ ଆସି ହାରି ଯାଇଥିଲା । ଏହାକୁ ଆଖି ଆଗରେ ରଖି ଟିମ୍ ମ୍ୟାନେଜମେଂଟ୍ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ହେଲେ ଠିକ୍ ସମମୟରେ ବିରାଟଙ୍କ ଫଇସଲାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

୬ ମାସ ହେବ କୋହଲୀ ଏବଂ କୁମ୍ବଲେଙ୍କ ମଧ୍ୟରେ କଥା ନାହିଁ :
ଏହା ଭିତରେ ଆଉ ଏକ ଚାଂଚଲ୍ୟକର ଖବର ଆସିଛି ସାମ୍ନାକୁ । କୁମ୍ବଲେ ଏବଂ କୋହଲୀଙ୍କ ମଧ୍ୟରେ ବିବାଦ ଏତେ ଗଭୀର ଥିଲା ଯେ ଉଭୟ ପୁରା ୬ ମାସ ହେବ ପରସ୍ପର ସହ କଥା ହୋଇ ନାହାଁନ୍ତି । ବିସିସିଆଇ ଏହି ବିବାଦକୁ ସମାଧାନ କରିବାକୁ ଅନେକ ଥର ଚେଷ୍ଟା କରି ମଧ୍ୟ ବିଫଳ ହୋଇଛି ।

କୋହଲୀଙ୍କ ବିସିସିଆଇର ଚେତାବନୀ :
ସେପଟେ କୁମ୍ବଲେଙ୍କ ଇସ୍ତଫା ପରେ କୋହଲୀଙ୍କୁ ଚେତାବନୀ ଦେଇଛି ବିସିସିଆଇ । କହିଛି , କେବଳ କ୍ୟାପଟେନ୍ସି ଉପରେ ଧ୍ୟାନ ଦିଅ ।