LTE ଓ VoLTE ମଧ୍ୟରେ ପାର୍ଥକ୍ୟ କ’ଣ ? ଏହା କିପରି କରେ କାମ ?

90

ଆଜିକାଲି ସମସ୍ତ ସ୍ମାର୍ଟଫୋନ୍ 4G VoLTE କିମ୍ବା 4G LTE ସପୋର୍ଟ କରୁଛି । ତେବେ ଆପଣ ଏହି ଦୁଇ ନେଟୱର୍କ ଭିତରେ ପାର୍ଥକ୍ୟ କ’ଣ ଜାଣନ୍ତି କି ? କେବେ ନା କେବେ ଆପଣଙ୍କ ମନରେ ଏନେଇ ପ୍ରଶ୍ନ ଉଠିଥିବ । ଏହି ଦୁଇ ନେଟୱର୍କ ସପୋର୍ଟ କରୁଥିବା ସ୍ମାର୍ଟଫୋନରୁ କ’ଣ ଫାଇଦା ମିଳୁଛି ଓ କେଉଁ ପ୍ରକାରେ ଏହା କାମ କରେ ଏନେଇ ଆଜି ଆମେ ଆଲୋଚନା କରିବା ।

LTE କ’ଣ ?


LTE କୁ ଲଙ୍ଗ ଟର୍ମ ଇଭୋଲ୍ୟୁସନ କୁହାଯାଏ । ଭାରତରେ ୨୦୧୨ରେ ଏୟାରଟେଲ୍ ପ୍ରଥମ ଥର ପାଇଁ LTE ସେବା ଆରମ୍ଭ କରିଥିଲା । ଏହି ସେବା ସମୟରେ ସ୍ମାର୍ଟଫୋନରେ ୪ଜି ବଗେରେ ଇଂଟରନେଟ୍ ଚାଲେ । ଏହି ନେଟୱର୍କର ଦୁର୍ବଳତା ହେଲା ଯଦି ଆପଣ ଏହାକୁ ବ୍ୟବହାର କରୁଛନ୍ତି, ତେବ ଆପଣଙ୍କ ନମ୍ବରକୁ କଲ୍ ଆସିଲେ ଇଂଟରନେଟ୍ କନେକ୍ଟିଭିଟି ବନ୍ଦ ହୋଇଯାଏ । ଏହାକୁ ଦୂର କରିବା ପାଇଁ VoLTE ଜ୍ଞାନକୌଶଳର ଆସିଲା । ରିଲାଏନ୍ସ ଜିଓ ଭାରତରେ VoLTE ସେବା ପ୍ରଦାନ କରୁଥିବା ପ୍ରଥମ ଟେଲିକମକ କମ୍ପାନୀ ।

 

VoLTE କ’ଣ ?


VoLTEର ଅର୍ଥ ଭଏସ୍ ଓଭର ଲଙ୍ଗ୍ ଟର୍ମ ଇଭୋଲ୍ୟୁସନ୍ । ଏହା ମଧ୍ୟ ୪ଜି ନେଟୱର୍କକୁ ସପୋର୍ଟ କରେ । LTE ପରି ଏଥିରେ ଆପଣ ହାଇ ସ୍ପିଡ଼ି ନେଟୱର୍କର ଆନନ୍ଦ ଉଠାଇପାରିବେ । ଏହି ନେଟୱ୍ୱର୍କର ବ୍ୟବହାର କଲେ ଆପଣଙ୍କ ଫୋନକୁ କଲ୍ ଆସିଲେ ମଧ୍ୟ ଆପଣ ଇଂଟରନେଟର ବ୍ୟବହାର କରିପାରିବେ । ରିଲାଏନ୍ସ ଜିଓ ପରେ ଭାରତୀ ଏୟାରଟେଲ ଏବଂ ଭୋଡ଼ାଫୋନ୍ ଇଣ୍ଡିଆ ତଥା ଭାରତରେ ପ୍ରାୟ ଟେଲିକମ ସେବା ଯୋଗାଣକାରୀ କମ୍ପାନୀ ବିଭିନ୍ନ ସର୍କଲରେ VoLTE ସେବାେ ଆରମ୍ଭ କରିବା ପାଇଁ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି । ଏହାସହ କିଛି ଅଂଚଳରେ ଏହି ସେବା ଆରମ୍ଭ ମଧ୍ୟ ହୋଇସାରିଛି ।