ପ୍ରଧାନମନ୍ତ୍ରୀ ଅଙ୍ଗରକ୍ଷୀଙ୍କ ହାତରେ ଦେଖାଯାଉଥିବା ଏହି ବ୍ରିଫକେସର ଅର୍ଥ କ’ଣ ! କ’ଣ ଥାଏ ଏହି ବ୍ରିଫକେସରେ ଜାଣନ୍ତୁ ।

82

ଆପଣଙ୍କ ମନରେ ବେଳେବେଳେ ସରକାର ଏବଂ ସରକାରୀ ସ୍ତରର କିଛି କଥାକୁ ନେଇ ପ୍ରଶ୍ନ ଉଠୁଥିବ । ଯାହାକୁ ଜାଣିବାକୁ ଇଚ୍ଛା ହେଉଥିଲେ ହେଁ କର୍ମମୟ ଜୀବନ ମଧ୍ୟରେ ରହି ଏହି ପ୍ରଶ୍ନ ପରମୁହୂର୍ତ୍ତରେ ଆମେ ଭୁଲିଯାଇଥାଉ । ତେବେ ଏଭଳି ଏକ ପ୍ରଶ୍ନ ଦେଶର ପ୍ରଧାନମନ୍ତ୍ରୀଙ୍କୁ ନେଇ ମଧ୍ୟ ଆସୁଥିବ ଯେ ପ୍ରଧାନମନ୍ତ୍ରୀ ଜୀବନଶୈଳୀ କିଭଳି,ସେ ନିଜର ପ୍ରତିଦିନ କିଭଳି ରୁଟିନ୍ ମେଣ୍ଟେନ୍ କରନ୍ତି ଇତ୍ୟାଦି । ତେବେ କେବେ ଆପଣ ପ୍ରଧାନମନ୍ତ୍ରୀଙ୍କ ଗସ୍ତବେଳରେ ସୁରକ୍ଷାରେ ଥିବା ଅଙ୍ଗରକ୍ଷୀଙ୍କୁ ଦେଖିଛନ୍ତି? ଏହି ଅଙ୍ଗରକ୍ଷୀମାନେ ହାତରେ ଗୋଟିଏ ବ୍ରିଫକେସ୍ ଧରିଥାନ୍ତି । ତେବେ ଏଠାରେ ପ୍ରଶ୍ନ ଉଠେ ଯେ ଏହି ବ୍ରିଫକେସରେ ଥାଏ କ’ଣ! ତେବେ ଆପଣଙ୍କୁ ଆମେ ଆଉ ଅଧିକ ଚିନ୍ତାରେ ନ ପକାଇ ଆପଣଙ୍କୁ ସିଧାସଳଖ ଏ ବିଷୟରେ ଜଣାଉଛୁ ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାର ଦାୟିତ୍ୱ “ସ୍ପେଶାଲ୍ ପ୍ରୋଟେକ୍ସନ୍ ଗ୍ରୁପ୍” ନାମକ ଏକ ସଂସ୍ଥା ବୁଝିଥାଏ । କେବଳ ପ୍ରଧାନମନ୍ତ୍ରୀ ନୁହଁ ପୂର୍ବ-ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାରର ସୁରକ୍ଷା ଦାୟିତ୍ୱ ମଧ୍ୟ ଏହି ସଂସ୍ଥା ବୁଝିଥାଏ । କିନ୍ତୁ ପୂର୍ବ-ପ୍ରଧାନମନ୍ତ୍ରୀ ଚାହିଁଲେ ଏହି ସେବାରୁ ନିବୃତ ହେବାକୁ ମଧ୍ୟ କହିପାରିବେ ।

ତେବେ ଏହି ଅଜବ ଧରଣର ବ୍ରିଫକେସ୍ ହେଉଛି ଏକ ନ୍ୟୁକ୍ଲିୟର୍ ବଟନ୍ ଯାହା ପ୍ରଧାନମନ୍ତ୍ରୀଙ୍କ କିଛି ଦୂରତାରେ ରହିଥାଏ । ଏହା ଅସଲରେ ଏକ ପୋର୍ଟେବଲ୍ ଫୋଲ୍ଡଆଉଟ୍ ବେଲିଷ୍ଟିକ୍ ସିଲ୍ଡ ଯାହା ଏନଆଇଜି ଲେବଲ୍-୩ କୁ ସୁରକ୍ଷା ପ୍ରଦାନ କରିଥାଏ । ଏହା ଦେଖିବାକୁ ଖୁବ୍ ପତଳା । ଯଦି ଅଙ୍ଗରକ୍ଷୀଙ୍କୁ କୌଣସି ପ୍ରକାର ଅଘଟଣର ସୁଚନା ମିଳେ ତେବେ ସେମାନେ କେବଳ ଏହି ବ୍ରିଫକେସକୁ ତଳପଟୁ ଖୋଲିଦିଅନ୍ତି । ଯାହା ଏକପ୍ରକାରର ସୁରକ୍ଷା କବଚ ରୂପେ କାମ କରିଥାଏ । ଏସପିଜି ସହ ଏକ କାଉଣ୍ଟର ଆଟାକ୍ ଟିମ୍ (କେଟ୍) ମଧ୍ୟ ଥାଏ । ଯାହା ସୁରକ୍ଷାର ଭିନ୍ନ ଭିନ୍ନ ଉପାୟ ଆପଣାଇଥାଏ । ଏହି ଟିମର ଟ୍ରେନିଙ୍ଗ୍ ଖୁବ୍ ଖାସ୍ ହୋଇଥାଏ । ଏହି ଟିମକୁ କୌଣସି ଆଟାକ୍ ସମୟରେ ପ୍ରଧାନମନ୍ତ୍ରୀଙ୍କ ଜୀବନର କିଭଳି ସୁରକ୍ଷା ହୋଇପାରିବ ଏଥିପାଇଁ ଖୁବ୍ କଡା ଟ୍ରେନିଙ୍ଗ୍ ଦିଆଯାଇଥାଏ ।