କ’ଣ ଏହି ହାଇ-ଗ୍ରେଡ୍ କ୍ୟାନସର୍ ? କାହିଁକି କ୍ୟାନସରରେ ବିଭିନ୍ନ ପ୍ରକାରର ଷ୍ଟେଜ୍ ଦେଖାଯାଏ ଓ ଏହାର ଅର୍ଥ କ’ଣ ?

72

ନିକଟରେ ବଲିଉଡ୍ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ନିଜ ଇନଷ୍ଟାଗ୍ରାମ୍ ପୋଷ୍ଟରେ କର୍କଟ ରୋଗରେ ପୀଡିତ ଥିବା ନେଇ ସୁଚନା ଦେଇଥିଲେ । ଯାହା ତାଙ୍କ ପ୍ରଶଂସକ ଏବଂ ସମ୍ପୁର୍ଣ୍ଣ ବଲିଉଡର ହୋସ୍ ଉଡାଇ ଦେଇଥିଲା । ତେବେ ସୋନାଲୀ ହାଇ-ଗ୍ରେଡ୍ କ୍ୟାନସରରେ ପୀଡିତ ଥିବା ନେଇ ସୁଚନା ଦେଇଥିଲେ । କିଛି ଲୋକ ଏହି ଖବର ଶୁଣିଲା ପରେ ପ୍ରଥମେ ଏହି ଚିନ୍ତାରେ ପଡିଥିବେ ଯେ କ’ଣ ଏହି ହାଇ-ଗ୍ରେଡ୍ କ୍ୟାନସର ଯାହା ସୋନାଲୀଙ୍କୁ ଗ୍ରାସ କରିଛି । ତେବେ ଆଜି ଆମେ ଆପଣଙ୍କୁ ଏହି କ୍ୟାନସର୍ ବିଷୟରେ କହିବାକୁ ଯାଉଛୁ ।

କ’ଣ ଏହି ହାଇ-ଗ୍ରେଡ୍ କ୍ୟାନସର ?

କ୍ୟାନସର୍ ଭଳି ମାରାତ୍ମକ ରୋଗକୁ ୪ ଟି ଷ୍ଟେଜରେ ବିଭକ୍ତ କରାଯାଇଛି । ୧,୨,୩ ଏବଂ ୪ । ତେବେ ୪ ର୍ଥ କର୍କଟର ଷ୍ଟେଜ୍ ସାଙ୍ଘାତିକ ସାବ୍ୟସ୍ତ ହୋଇଥାଏ । ଅନ୍ୟ ଷ୍ଟେଜରେ କର୍କଟ ରୋଗ ଶରୀରର ଗୋଟିଏ ଅଙ୍ଗରୁ ଆଉ ଏକ ଅଙ୍ଗକୁ ବ୍ୟାପିଥାଏ । କିନ୍ତୁ ୪ର୍ଥ ଷ୍ଟେଜରେ ଶରୀରର ଚାରିଆଡକୁ କର୍କଟ ରୋଗ ବ୍ୟାପିଥାଏ । ତେବେ କ୍ୟାନସରର ଏହି ଷ୍ଟେଜରେ ରୋମାନ୍ ସଂଖ୍ୟା ବ୍ୟବହାର ହୋଇଥାଏ । ତେବେ ଚତୁର୍ଥ ଷ୍ଟେଜଟି ଅନ୍ୟ ଷ୍ଟେଜମାନଙ୍କଠାରୁ ଅଧିକ ଘାତକ ସାବ୍ୟସ୍ତ ହୋଇଥାଏ ।

ତେବେ ହାଇ-ଗ୍ରେଡ୍ ସେଲ୍ ସାଧାରଣ ସେଲଠାରୁ ଖୁବ୍ ଅଲଗା । ଯେହେତୁ ହାଇ-ଗ୍ରେଡ୍ ସେଲ୍ ଲୋ-ଗ୍ରେଡ୍ ସେଲମାନଙ୍କ ଠାରୁ ସମ୍ପୁର୍ଣ୍ଣ ଅଲଗା ତେଣୁ ଏହାର ଚିକିତ୍ସା ମଧ୍ୟ ଖୁବ୍ ସତର୍କତାର ସହ ହେବା ଦରକାର । ଲୋ-ଗ୍ରେଡ୍ କ୍ୟାନସର୍ ବ୍ୟାପିବାକୁ ବହୁତ ସମୟ ନେଉଥିବା ବେଳେ ହାଇ-ଗ୍ରେଡ୍ କ୍ୟାନସର୍ ବ୍ୟାପିବାକୁ ବହୁତ କମ୍ ସମୟ ନେଇଥାଏ ।

ବିଭିନ୍ନ ଷ୍ଟେଜର ସୋପାନ :

୧. ଷ୍ଟେଜ୍ ୦ ର ଅର୍ଥ ଶରୀରରେ କ୍ୟାନସର ହେଲା ଭଳି କୌଣସି ଅସୁବିଧା ନାହିଁ । ଯଦି କିଛି ସେଲ୍ ନିଷ୍କ୍ରିୟ ହୋଇପଡିଛି ତେବେ ଏହା କ୍ୟାନସରରେ ଆକ୍ରାନ୍ତ ହେବାର ସାମର୍ଥ୍ୟ ରଖୁଛି ।

୨. ଷ୍ଟେଜ୍ ୧ ର ଅର୍ଥ ଶରୀରରେ କ୍ୟାନସରର ପ୍ରଭାବ ଖୁବ୍ କମ୍ ରହିଛି ଏବଂ କେବଳ ଗୋଟିଏ ସଂକିର୍ଣ୍ଣ ଏରିଆରେ ଏହା ବ୍ୟାପେ । ଏହାକୁ ଋବକ୍ସକ୍ଷଚ୍ଚ ଗ୍ଦଗ୍ଧବଶର ମବଦ୍ଭମରକ୍ସ ମଧ୍ୟ କୁହାଯାଏ ।

୩. ଷ୍ଟେଜ୍ ୨ ଏବଂ ୩ ର ଅର୍ଥ ଶରୀରରେ କ୍ୟାନସରର ମାତ୍ରା ଖୁବ୍ ଜଟିଳ ଅବସ୍ଥାରେ ଅଛି ଏବଂ ଏହା କିଡନୀ ଏବଂ ଅନ୍ୟ ଟିସ୍ୟୁକୁ ମଧ୍ୟ ନିଜ କବଳରେ ଅକ୍ତିଆର କରିସାରିଛି ।

୪. ଷ୍ଟେଜ୍ ୪ ର ଅର୍ଥ କ୍ୟାନସର ଶରୀରର ପ୍ରମୁଖ ଅଙ୍ଗକୁ ନିଜ ଅକ୍ତିଆରରେ କରିସାରିଛି ଏବଂ ଏହି ଷ୍ଟେଜରୁ ବଞ୍ଚି ନୂତନ ଜୀବନ ପାଇବା ଅର୍ଥ କୌଣସି ଚମତ୍କାରଠାରୁ କମ୍ ନୁହଁ । ଏହାକୁ ଆଡଭାନ୍ସଡ୍ ଏବଂ ମେଟାଷ୍ଟାଟିକ୍ କ୍ୟାନସର୍ ମଧ୍ୟ କୁହାଯାଏ ।