ଏହି ଗୋଟିଏ ଉଦାହରଣ ଦେଇ ପିଲାଙ୍କୁ ବୁଝାନ୍ତୁ ଭଲ ଓ ଖରାପ ସ୍ପର୍ଶ ମଧ୍ୟରେ ଫରକ୍ ! ଖୁବଶୀଘ୍ର ଚାଇଲ୍ଡ ଲାଇନ୍ ପକ୍ଷରୁ ମିଳିବ ସୁରକ୍ଷା

82

କୋମଳମତି ଶିଶୁଙ୍କ ସହ ହେଉଥିବା ନିର‌୍ୟ୍ୟାତନା ତଥା ଷଦୁଷ୍କର୍ମ ଭଳି କୁତ୍ସିତ ଘଟଣାରୁ ଜଣା ପଡିଯାଉଛି କି, ସେମାନଙ୍କୁ ଯୌନ ଶୋଷଣ କରୁଥିବା ବ୍ୟକ୍ତିବିଶେଷ ବାହାର କୌଣସି ବ୍ୟକ୍ତି ନୁହଁନ୍ତି ବରଂ କେହି ପରିଚିତ ଲୋକ ହିଁ ହୋଇଥାନ୍ତି । ଯାହାଙ୍କ ମିଠା ମିଠା କଥାରେ ଛୋଟପିଲା ଅତି ସହଜରେ ଫସିିଯାଇଥାନ୍ତି । ଅଧିକାଂଶ ମାମଲାରେ ଦେଖିବାକୁ ମିଳିଛି କି, କେହି ପଡୋଶୀ କିମ୍ବା ସଂପର୍କିୟ ବ୍ୟକ୍ତି, ଏପରିକି ଅନେକ ସମୟରେ ବରିଷ୍ଠ ଲୋକମାନେ ମଧ୍ୟ ଖରାପ ଶସ୍ପ କରି ଛୋଟ ଛୋଟ ଶିଶୁମାନଙ୍କୁ ଯୌନ ଉତ୍ପିଡନ କରିଥାନ୍ତି । ଯାହାକୁ ନିରୀହ ଶିଶୁମାନେ ବୁଝି ପାରିନଥାନ୍ତି । ତେଣୁ ଏଥିପାଇଁ ସମସ୍ତ ବାପାମାଆ ନିଜ ପିଲାମାନଙ୍କୁ ଉଭୟ ସ୍କୁଲ ଏବଂ ତାଙ୍କ ଚାରିପାଖରେ ଲୋକଙ୍କ ସହ ମିଳାମିଶା କରିବାର ପ୍ରତିଟି ଖବର ଜାଣିବା ରକିବା ଉଚିତ । ଏହାଦ୍ୱାରା ଆପଣ ଅତି ସହଜରେ ଜାଣିପାରିବେ କି ଛୋଟ ପିଲାଙ୍କ ସହ କଣ ସବୁ ଘଟୁଛି ? ଏବଂ ଛୋଟପିଲାଙ୍କୁ ଗୁଡ ଟଚ ଏବଂ ବ୍ୟାଡ ଟଚ ମଧ୍ୟରେ ଫରକ ସଂପର୍କରେ ବୁଝାନ୍ତୁ ? ତେବେ ଚାଇଲ୍ଡ ଲାଇନ ତରଫରୁ ଦିଆଯାଇଥିବା କିଛି ଗାଇଡଲାଇନ୍ସ ଯାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

ଗୁଡ ଟଚ୍ :

ଯଦି କେହି ଆପଣଙ୍କୁ ଛୁଇଁବା ଦ୍ୱାରା ଆପଣଙ୍କୁ ତାହା ଭଲ ଲାଗେ ତେବା ତାହା ଗୁଡ ଟଚ ଅଟେ । ଯାହାକୁ ଆପଣ ଆପଣଙ୍କର ମାଆ, ବାପା, ବଡ ଭଉଣୀ, ଜେଜେମାଆ ଙ୍କ ଛୁଇଁବା ଦ୍ୱାରା ଅନୁଭବ କରିପାରିବେ ।

ବ୍ୟାଡ ଟଚ୍ : 

ଯେତେବେଳେ କୌଣସି ବ୍ୟକ୍ତି ଆପଣଙ୍କୁ ଏଭଳି ଭାବରେ ଛୁଅଁନ୍ତି କି ଯାହାଦ୍ୱାରା ଆପଣଙ୍କୁ ଖରାପ ଲାଗେ । କିମ୍ବା ସେହି ବ୍ୟକ୍ତିଙ୍କ ଛୁଇଁବା ଦ୍ୱାରା ଆପଣ ନିଜକୁ ଅସୁରକ୍ଷିତ ମନେ କରନ୍ତି । ତେବେ ତାକୁ ବ୍ୟାଡ ଟଚ ବୋଲି କୁହାଯାଇଥାଏ । ଏଥିସହିତ ଯଦି କୌଣସି ଅଜଣା ତଥା ଅଚିହ୍ନା ବ୍ୟକ୍ତି ଆପଣଙ୍କର ପ୍ରାଇଭେଟ ପାର୍ଟ୍ସକୁ ଛୁଇଁବାକୁ ପ୍ରୟାସ କରନ୍ତି ତେବେ ଏହା ମଧ୍ୟ ବ୍ୟାଡ ଚଟ ଅଟେ । ତୃତୀୟ କଣ୍ଡିସନରେ ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଏଭଳି ପ୍ରକାରେ ଛୁଇଁନ୍ତି ଯାହାଦ୍ୱାରା ଆପଣ ଅସୁରକ୍ଷିତ ମନେକରନ୍ତି ଏଥିସହିତ ହିଁ ଏସଂପର୍କରେ କାହାକୁ ନଜଣାଇବାକୁ କୁହନ୍ତି ତେବେ ତାହା ମଧ୍ୟ ବ୍ୟାଡ ଟଚ ହୋଇଥାଏ ।

ପିଲାଙ୍କୁ ଶିଖାନ୍ତୁ ଗୁଡ ଟଚ ଏବଂ ବ୍ୟାଡ ଟଚ ମଧ୍ୟରେ ଫରକ : 

• ସର୍ବପ୍ରଥମେ ସବୁ ବାପାମାଆଙ୍କୁ ନିଜ ପିଲାମାନଙ୍କର ଭରସା ଜିତିବାକୁ ହେବ । ଯାହାଦ୍ୱାରା ପିଲାମାନେ ନିଜର ସବୁକଥା ବିନା ଭୟରେ ଆୁ ବିନା ଶଙ୍କୋଚରେ କହିପାରିବେ ।

• ପିଲାମାନଙ୍କୁ ସେମାନଙ୍କ ଶରୀର ସଂପର୍କରେ ସୂଚନା ଦିଅନ୍ତୁ । ସେମାନଙ୍କର ବ୍ୟକ୍ତିଗତ ଅଙ୍ଗ ସଂପର୍କରେ ଜଣାନ୍ତୁ । ଏଥିସହିତ ପିଲାମାନଙ୍କୁ ପୁଅ ଝିଅ ଶରୀରରେ ଥିବା ଅନ୍ତର ସଂପର୍କରେ ମଧ୍ୟ ଜଣାନ୍ତୁ ।

• ପିଲାଙ୍କୁ ବିଭିନ୍ନ ପଶୁପକ୍ଷୀଙ୍କ ଉଦାହରଣ ଦେଇ ଶିଖାନ୍ତୁ କି, ତୁମେ କୌଣସି ଗାଇ କିମ୍ବା କୁକୁରକୁ ଛୁଇଁବା କ୍ଷଣି ସେମାନଙ୍କୁୂ ତୁମର ଛୁଇଁବା ଖରାପ ଲାଗିଥାଏ ତ ସେମାନେ ତୁମକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥାନ୍ତି । ଯଦି ଏଭଳି କାହାର ଛୁଇଁବା ଦ୍ୱାରା ତୁମକୁ ଖରାପ ଲାଗେ ତେବେ ତାହା ବ୍ୟାଡ ଟଚ ହୋଇପାରେ ।