ରିଲ ଲାଇଫର କୃଷ୍ଣ ଏବେ ରିଅଲ ଲାଇଫରେ କରୁଛନ୍ତି କ’ଣ ? ଜାଣନ୍ତୁ ବାଲ୍ୟ କୃଷ୍ଣଙ୍କ ସମ୍ପର୍କରେ କିଛି ଅଜଣା କଥା । 

49
ମେଗା ଧାରାବାହିକ ହେଉ କିମ୍ବା କୌଣସି ଫିଲ୍ମ ଏ ସବୁରେ କେବେ ନା କେବେ କୁନି କଳାକାରମାନଙ୍କୁ ଅଭିନୟ କରୁଥିବାର ଦେଖିବାକୁ ମିଳିଥାଏ, ଆଉ ସେମାନଙ୍କର ମନଲୋଭା ଚେହୋର ଏବଂ ଅଭିନୟ ସବୁବେଳେ ଦର୍ଶକଙ୍କ ହୃଦୟରେ ଏକ ସ୍ମୃତି ହୋଇ ରହିଯାଏ । କିଛି କିଛି ମେଗା ଧାରାବାହିକର ଟିଆରପି ବଢିଥାଏ କେବଳ ଏହି ଶିଶୁ କଳାକାରଙ୍କ ଜୀବନ୍ତ ଅଭିନୟ ପାଇଁ । ଏହିଭଳି ଜଣେ  କଳାକାରଙ୍କୁ ଦେଖିବାକୁ ମିଳିଥିଲା କଲର୍ସ ଟିଭିର ଜୟ ଶ୍ରୀକୃଷ୍ଣ ମେଗା ଧାରାବାହିକରେ । ଯେଉଁଥିରେ ସେ ଭଗବାନ ଶ୍ରୀକୃଷ୍ଣଙ୍କ ଶିଶୁ ଅବତାରରେ ନଜର ଆସିଥିଲେ । ତାଙ୍କର ବାସ୍ତବ ନାମ ହେଲା ଧୃତି ଭାଟିୟା ।
୨୦୦୮ରେ ଧୃତି ଅଢେଇ ବର୍ଷ ବୟସରେ ଶ୍ରୀକୃଷ୍ଣଙ୍କ ଶିଶୁ ଚରିତ୍ରରେ ଅଭିନୟ କରିଥିଲେ । ଟିଭି ଠାରୁ ଦୂରେଇ ଯାଇଥିବା ଧୃତିଙ୍କୁ ଏବେ ୧୧ ବର୍ଷ ଏବଂ ସେ ତାଙ୍କ ପାଠପଢାରେ ଖୁବ ଧ୍ୟାନ ଦେଉଛନ୍ତି, କିନ୍ତୁ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ସେୟାର ହୋଇଥିବା ଦେଖିବାକୁ ମିଳିଛି । ତାଙ୍କର ଏହି ନୂଆ ଫଟୋକୁ ଦେଖିବା ପରେ ତାଙ୍କର ଛୋଟ ସମୟର ଚେହେରା ଏବେ ମଧ୍ୟ ଆଖି ସାମ୍ନାରେ ନାଚି ଉଠୁଛି ।
ଧୃତି ଜୟ ଶ୍ରୀକୃଷ୍ଣଙ୍କ ମେଗା ଧାରାବାହିକ ପରେ ଅନ୍ୟ କେତେକ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି, କିନ୍ତୁ ପୂର୍ବପରି ତାଙ୍କୁ ଏତେ ଭଲପାଇବା ମିଳିନାହିଁ । ସେ ଏବେ ବଡ଼ ହୋଇ ଗଲେଣି ଏବଂ ତାଙ୍କର ସଂପୂର୍ଣ୍ଣ ଧ୍ୟାନ ସେ ପଢା ପ୍ରତି ଦେଉଛନ୍ତି । ତେବେ ବଡ଼ ହୋଇ ସେ କୋରିଓଗ୍ରାଫର ଏବଂ ସିଙ୍ଗର ହେବାପାଇଁ ଇଛା ରଖିଛନ୍ତି ।