ଧାରା ଗୋଟିଏ କିନ୍ତୁ ଅଧିକାର ଅଲଗା ! କ’ଣ ଏହି ଧାରା ୩୭୦ ? ଯାହା ଜାମ୍ମୁକାଶ୍ମୀରକୁ ଭାରତର ଅନ୍ୟ ରାଜ୍ୟ ଠାରୁ କରିଛି ଅଲଗା ।

836

ଜାମ୍ମୁ କାଶ୍ମୀର ଏବଂ ସେଠାକାର ରାଜନୀତି କଣ ପାଇଁ ଏତେ ଖାସ । ଭାରତରୁ କଣ ପାଇଁ ସମ୍ପୃର୍ଣ୍ଣ ଅଲଗା ଜାମ୍ମୁକାଶ୍ମୀର । ତେବେ ଭାରତ ସମ୍ବିଧାନର ଧାରା ୩୭୦ ଅନୁଯାୟୀ ଜାମ୍ମୁ କାଶ୍ମୀରକୁ ଏକ ଭିନ୍ନ ପ୍ରକାର ଗୁଣମତା ମିଳିଛି । ଭାରତୀୟ ସମ୍ବିଧାନରେ ଧାରା ୩୭୦ ଏକ ବିଶେଷ ଅନୁଛେଦ ଅଟେ । ଯାହା ଜାମ୍ମୁକାଶ୍ମୀରକୁ ଭାରତର ଅନ୍ୟ ରାଜ୍ୟ ତୁଳନାରେ ବିଶେଷ ଅଧିକାର ପ୍ରଦାନ କରିଛି ।

୧୯୪୭ର ବିଭାଜନ ସମୟରେ ଯେତେବେଳେ ଜାମ୍ମୁକାଶ୍ମୀରକୁ ଭାରତୀୟ ସଂଘରେ ସାମିଲ କରାଯିବାର ପ୍ରକ୍ରିୟା ଆରମ୍ଭ କରାଗଲା ସେତେବେଳେ କାଶ୍ମୀରର ରାଜା ହରିସିଂହ ସ୍ୱତନ୍ତ୍ର ରହିବାକୁ ଚାହିଁଥିଲେ । ଠିକ ସେହି ସମୟରେ ପାକିସ୍ତାନ ଏହାର ସୁଯୋଗ ନେଇ କାଶ୍ମୀର ଉପରେ ଆକ୍ରମଣ କରିଦେଲା । ଏହା ପରେ କାଶ୍ମୀର ଭାରତରେ ମିଶିବା ପାଇଁ ସହମତି ପ୍ରକାଶ କରିଥିଲା । କିନ୍ତୁ ସେତେବେଳର ଆପାତ୍ତକାଳିନ ସ୍ଥିତିରେ କାଶ୍ମୀରକୁ ଭାରତ ସହିତ ମିଶାଇବା ପାଇଁ ସାମ୍ବିଧାନିକ ପ୍ରକ୍ରିୟା ପୁରା କରିବାର ସମୟ ନଥିଲା । ତେଣୁ ଏନେଇ ସମ୍ବିଧାନ ସଭାରେ ଗୋପାଳସ୍ୱାମୀ ଆୟଙ୍ଗର ଧାରା ୩୦୬-ଏ ଅନୁଯାୟୀ କାଶ୍ମୀରକୁ ଭାରତସହ ସାମିଲ କରିଥିଲେ । ପରେ ୩୦୬-ଏକୁ ବଦଳାଯାଇ ୩୭୦ରେ ପରିଣତ ହୋଇଥିଲା । ଯାହା ଫଳରେ କାଶ୍ମୀରକୁ ଅନ୍ୟରାଜ୍ୟ ଅପେକ୍ଷା ଏକ ଭିନ୍ନ ଅଧିକାର ମିଳିଛି । ୧୯୫୧ରେ ରାଜ୍ୟକୁ ସଂବିଧାନ ସଭାକୁ ଅଲଗା ଡକାଇବା ପାଇଁ ଅନୁମତି ଦିଆଗଲା । ୧୯୫୬ରେ ରାଜ୍ୟ ସଂବିଧାନର ସମସ୍ତ କାର୍ଯ୍ୟ ପୁରା କରାଯାଇଥିଲା । ୨୬ ଜାନୁଆରୀ ୧୯୫୭ରେ ରାଜ୍ୟରେ ବିଶେଷ ସଂବିଧାନ ଲାଗୁ କରାଗଲା ।

ଜାମ୍ମୁକାଶ୍ମୀରର ଅଧିକାର :

ଧାରା ୩୭୦ ଅନୁଯାୟୀ, ସଂସଦରେ ରକ୍ଷା, ବିଦେଶ ମାମଲା ଏବଂ ସଂଚାର ବିଷୟରେ ଆଇନ ତିଆରି କରିବାର କାଶ୍ମୀରର ଅଧିକାର ରହିଛି । ଭାରତର ଅନ୍ୟ ରାଜ୍ୟର ଲୋକ ଜାମ୍ମୁକାଶ୍ମୀରରେ ଜମି କିଣିପାରିବେ ନାହିଁ । ଏହି ଭଳି ଅନେକ ଅଧିକାର ଜାମ୍ମୁ କାଶ୍ମୀରକୁ ମିଳିଛି, ଯାହା ସମ୍ପୂର୍ଣ୍ଣ ଭାବେ ଅନ୍ୟ ରାଜ୍ୟ ମାନଙ୍କ ଠାରୁ ଅଲଗା ।