ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଶରୀର ପାଇଁ ହୋଇପାରେ କ୍ଷତିକାରକ : ଜାଣନ୍ତୁ ଶରୀରରେ ଦେଖାଯାଉଥିବା ସମସ୍ୟା

53

ପ୍ରୋଟିନ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶରୀରର ସଠିକ୍ ବିକାଶ ପାଇଁ ପ୍ରତିଦିନର ଖାଦ୍ୟରେ ପ୍ରୋଟିନ ଯୁକ୍ତ ଖାଦ୍ୟ ରହିବା ନିହାତି ଆବଶ୍ୟକ । କିନ୍ତୁ ସବୁ ଜିନିଷ ଅଧିକ ହେଲେ ଯେମିତି ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ, ସେଭଳି ପ୍ରତିଦିନର ଖାଦ୍ୟରେ ପ୍ରୋଟିନର ମାତ୍ରା ଦରକାର ଠାରୁ ଅଧିକ ହେଲେ ତାହା ଶରୀରକୁ ସୁସ୍ଥ ରଖିବା ପରିବର୍ତ୍ତେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଆସନ୍ତୁ ଜାଣିବା ଅଧିକ ମାତ୍ରାରେ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କେଉଁ ସବୁ ଶାରୀରିକ ସମସ୍ୟା ଦେଖା ଯାଇଥାଏ ।

• ଶରୀରରେ ପ୍ରୋଟିନର ମାତ୍ରା ଅଧିକ ହେଲେ ଫାଇବରର ମାତ୍ରା କମିବାକୁ ଲାଗିଥାଏ । ଯାହାଦ୍ୱାରା ପେଟଜନିତ ସମସ୍ୟା ଉପୁଜିଥାଏ ।

• ଅଧିକ ମାତ୍ରରେ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇଲେ ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ କ୍ୟାଲସିୟମ ମିଳିପାରିନଥାଏ । ଯାହାଦ୍ୱାରା ଶରୀରର ହାଡ଼କୁ ଶକ୍ତି ନ ମିଳିବାରୁ ତାହା ଦୁର୍ବଳ ହେବାକୁ ଲାଗିଥାଏ ।

• ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ଏବଂ ସେଚୁରେଟେଡ଼ ଫ୍ୟାଟର ମାତ୍ରା ବଢ଼ିବା ଆରମ୍ଭ ହୋଇଥାଏ । ଏହାଦ୍ୱାରା ଶରୀରରେ ହୃଦୟଜନିତ ସମସ୍ୟା ଉପୁଜିବାର ଆଶଙ୍କା ବଢ଼ି ଯାଇଥାଏ ।

• ଦରକାରଠାରୁ ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇଲେ ମୁଣ୍ଡ ବିନ୍ଧା, ନିଦ ନହେବା, ଚିନ୍ତାଗ୍ରସ୍ତ ରହିବା ଭଳି ସମସ୍ୟା ଦେଖାଯାଇଥାଏ ।