ବିପଦରେ ପୋଲିସକୁ କଲ୍ କରୁଛନ୍ତି କି ? ଜାଣନ୍ତୁ ୧୦୦ ଡାଏଲ କରିବା ପରେ କ’ଣ କ’ଣ ହୁଏ ?

113

ସାଧାରଣତଃ ବିପଦ ସମୟରେ କିମ୍ବା ବିପଦ ଆଶଙ୍କା କଲେ ଆମେ ୧୦୦ ଡାଏଲ କରି ପୋଲିସର ସହାୟତା ଦରକାର କରୁ । ଆପଣ ଜରୁରୀକାଳୀନି ସ୍ଥିତିିରେ ୧୦୦କୁ ଡାଏଲ କରିବା ପରେ ସେଠାରେ ମହଜୁଦ ଥିବା ଅପରଟେର ଅଭିଯୋଗକାରୀଙ୍କର ଠାରୁ ସାଧାରଣ ସୂଚନା ଜାଣିବା ପାଇଁ କିଛି ପ୍ରଶ୍ନ କରନ୍ତି । ଅଭିଯୋଗକାରୀ କେଉଁଠୁ କଲ କରୁଛନ୍ତି, କ’ଣ ଅସୁବିଧା ହୋଇଛି ଆଦି ସାଧାରଣ ସୂଚନା ମାଗନ୍ତି । ତା’ପରେ କଲକୁ ୩ଟି ବିଭାଗରେ ବିଭକ୍ତ କରାଯାଏ । ଗୋଟିଏ ହେଲା ଉଚ୍ଚ, ମାଧ୍ୟମ ଓ ନିମ୍ନ ଶ୍ରେଣୀରେ ବିଭକ୍ତ କରାଯାଏ ।

ଉଦାହରଣ ସ୍ୱରୂପ ବିପଦରେ ପଡ଼ିଥିବା ମହିଳାଙ୍କ ସମସ୍ତ କଲ ଉଚ୍ଚ ବିଭାଗରେ ଅନ୍ତର୍ଗତ । ଏହାବ୍ୟତୀତ ହତ୍ୟା, ଅପହରଣ, ଦଙ୍ଗା, ଶସସ୍ତ୍ର ଆକ୍ରମଣ ଆଦି ମଧ୍ୟ ଉଚ୍ଚ ବିଭାଗରେ ଅନ୍ତର୍ଗତ । ତେବେ ଆପଣ କଲ କରିବା ପରେ ଅପରେଟର ଉଚ୍ଚ ଲେବରଲର ସହାୟତା ପାଇଁ ନିଜ ସ୍କ୍ରିନର ଏକ ବକ୍ସରେ ଟିକ୍ କରନ୍ତି । ଯଦ୍ୱାରା ଜରୁରୀକାରଳୀନ ସେବା ଯେପରି ଆମ୍ବୁଲାନ୍ସ, ଟ୍ରାଫିକ ପୋଲିସ ଓ ଲୋକାଲ ପୋଲିସ ଆଦି ସହାୟତା ପାଇଁ ପ୍ରସ୍ତୁତ ହୋଇଯାଆନ୍ତି । ତେବେ ଆସନ୍ତୁ ଜାଣିବା ୧୦୦କୁ ଡାଏ କରିବା ପରେ ଆଉ କ’ଣ ସବୁ କ’ଣ ହୁଏ . .

ଆପଣ ୧୦୦କୁ ଡାଏଲ କରିବା ପରେ ଅପରେଟର ଆପଣଙ୍କ କଲ୍ ଶୁଣି ଜରୁରୀ ମୁତାବକ ସୂଚନା ମାଗି ପାଖ ପିସିଆରକୁ ଆପଣଙ୍କ ପାଖକୁ ପଠାନ୍ତି । ଏହାସହ ଲୋକାଲ ପୋଲିସକୁ ମଧ୍ୟ ଏନେଇ ସୂଚନା ଦିଆଯାଏ । କଲ୍ ଶୁଣିବାର ଦୁଇ ତିନି ମିନିଟ୍ ପରେ ପିସିଆର ପର୍ଯ୍ୟନ୍ତ ଆପଣଙ୍କ ସୂଚନା ପହଞ୍ଚିଯାଏ । ସୂଚନା ମିଳିବାର ୬ରୁ ୧୦ ମିନିଟ ଭିତରେ ପିସିଆର କଲ କରିଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚିଯାଏ । ପିସିଆର କଲ ସେଣ୍ଟର ୨୪ ଘଣ୍ଟା ଅନବରତ କାମ କରୁଥାଏ । ଯାହା ତିନୋଟି ସିପ୍ଟରେ ବିଭକ୍ତ । ୫୦ ଜଣ ଅପରେଟର ୫୦ ଟି ଚ୍ୟାନଲକୁ ଅପରେଟ୍ କରୁଥାଆନ୍ତି । ଆପଣ ୧୦୦କୁ କଲ କରିବା ପରେ ଅପରେଟର୍ ଆପଣଙ୍କ ବିଷୟରେ କିଛି ସୂଚନାକୁ କମ୍ୟୁଟରରେ ଫିଡ଼ କରିବାକୁ ପାଇଁ ଚେଷ୍ଟା କରେ ।

ଆପଣ କେଉଁ ସ୍ଥିତିରେ ୧୦୦କୁ କଲ୍ କରିପାରିବେ ?
ଯେତେବେଳେ ପୋଲିସର ସହାୟତା ଦରକାର ପଡ଼ୁଛି, ୧୦୦କୁ କଲ କରି ଅଭିଯୋଗ କରନ୍ତୁ । ସୂଚନା ଅନୁସାରେ ୧୦୦ ନମ୍ବରରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆପଣ କଥାବାତ୍ତର୍କା କରିପାରିବେ ।

୧୦୦ ଡାଏଲ କରିବା ପରେ କ’ଣ ଥାନାରେ ଚକ୍କର୍ ମାରିବା ପାଇଁ ପଡ଼ିବ ?
ଅଭେିଯାଗକୁ ଦୃଷ୍ଟିରେ ରଖି ଏକଥା ଥୟ ହେବ । ଯଦି ଆପଣଙ୍କ ସହ କିଛି କ୍ରାଇମ ହୋଇଛି ଆପଣଙ୍କୁ ଥାନାକୁ ଯିବା ପାଇଁ ପଡ଼ିବ । ତେବେ ବିଜୁଳି ,ପାଣି ଓ ଅନ୍ୟ କିିଛି ସଧାରଣ ସମସ୍ୟା ପାଇଁ ପୋଲିସକୁ କଲ କଲେ ଥାନାକୁ ଯିବା ପାଇଁ ପଡ଼ିବ ନାହିଁ ।

୧୦୦ କୁ କଲେ ନାମ କହିବା ଜରରୁୀ କି?
ଆପଣଙ୍କ ଅଭିଯୋଗ ଆଧାରରେ ଆପଣ ନାମ କହିବା ପରିଚୟ କହିବା ନିର୍ଭର କରେ । ଯଦି ଆପଣ ପୋଲିସକୁ କୌଣସିି ସୂଚନା ଦେଉଛନ୍ତି, ସେପରିସ୍ଥଳେ ନାମ କହିବା ଜରୁରୀ ନୁହେଁ । କିନ୍ତୁ ଆପଣ ଯଦି ବିପଦରେ ପଡ଼ିଛନ୍ତି, ତେବେ ଆପଣଙ୍କ ବିଷୟରେ ସବୁ କିଛି ପୋଲିସକ କହିବା ଦରକାର । ଏପରି ନକଲେ ପୋଲସି ଆପଣଙ୍କୁ ସାହଯ୍ୟ କରିପାରିବ ନାହିଁ । ଏହା ବ୍ୟତୀତ ଛାନଭିନରେ ପୋଲିସକ ସାହାଯ୍ୟ ମଳିବ ନାହିଁ । ଯଦି ଆପଣ ବୋଡ଼ରରେ ରହୁଛନ୍ତି ଦିଲ୍ଲୀର ଫୋନ ୟୁପିକୁ ଯାଇପାରେ । ଏପରିସ୍ଥଳେ କରିବେ କ’ଣ ? ଆପଣ କଲ କରିଥିବା ପସିଆର ନିଜେ ନିଜେ ଦିଲ୍ଲୀ ହଟଲାଇନକୁ ଆପଣଙ୍କ କଲ ଟ୍ରାନ୍ସଫର କରିଦେବ । କିମ୍ବା ଆପଣଙ୍କ ରାଜ୍ୟର କୌଣସି ପିଆର ନମ୍ବର ଆପଣକୁ ଦେବ ।

୧୦୦କୁ କଲ କରି ପୋଲିସ ଖରାପ ବ୍ୟବହାର କଲେ କ’ଣ କରିବେ ?
– ଲେକାଲ ପୋଲିସ ଷ୍ଟେସନ ଯାଇ ଏଏସଏଚଓଙ୍କ ପାଖରେ ଅଭିଯୋଗ କରନ୍ତୁ ।
– କିମ୍ବା ଡ଼୍ୟୁଟିରେ ଥିବା ଅଫିସରଙ୍କ ପଛରେ ଲାଗିଥିବା ବୋର୍ଡ଼ରେ ସିନିୟର ଅଫିସରଙ୍କୁ ଅଭିଯୋଗ କରନ୍ତୁ । ୧୦୦କୁ ଡାଏଲ କରିବାର କୌଣସି ସୀମା ନାହିଁ । ୧୦୦ ନମ୍ବରକୁ କଲ ଯାଇଥିବା ସମସ୍ତ କଲକୁ ରେକର୍ଡ଼ କରାଯାଏ ।