ଠିକ୍ ସମୟରେ ନଖାଇଲେ ଅନେକ ଅସୁବିଧା ଭୋଗିପାରନ୍ତି . . . .

56

ଆଜିକା ସମୟରେ ସମସ୍ତେ ଖୁବ୍ ବ୍ୟସ୍ତ । ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଅନେକ ସମୟରେ ଏପରି ହୁଏ , ଆମେ ଠିକ ସମୟରେ ଓ ଉଚିତ୍ ପରିମାଣର ଖାଦ୍ୟ ଗ୍ରହଣ କରିପାରୁ ନଥାଉ । ଆଜିକାଲି ବ୍ୟସ୍ତ ଜୀବନ ଶୈଳୀ ଭିତରେ ଅନେକ ଲୋକ ଖାଇବାକୁ ସମୟ ମିଳୁନାହିଁ ବୋଲି କହୁଥିବାର ଶୁଣାଯାଏ । ସେମାନେ ନା ଠିକ୍ ସମୟରେ ଖାଇପାରନ୍ତି ନା ପେଟପୁରା ମନପସନ୍ଦର ଖାଦ୍ୟ ଗ୍ରହଣ କରିପାରନ୍ତି । କିନ୍ତୁ ଜାଣନ୍ତିକି ଏହା ଆପଣଙ୍କୁ ଅସୁସ୍ଥ କରିପାରେ । ପେଟପୁରା ନ ଖାଇଲେ, ପ୍ରତିଦିନ ଶରୀରକୁ ଆବଶ୍ୟକୀୟ ପୁଷ୍ଟି ମିଳି ନ ଥାଏ । ଯଦି ଏପରି ବେଶି ଦିନ ଯାଏଁ ଚାଲିଥାଏ, ତେବେ ଆପଣ କେତେକ ଗମ୍ଭୀର ଶାରୀରିକ ସମସ୍ୟା ଭିତରେ ପଡ଼ିପାରନ୍ତି ।

ଯଦି ଆପଣ କ୍ଷୁଧାର୍ତ୍ତ ରହନ୍ତି ବା ଯେତିକି ଖାଦ୍ୟ ଆବଶ୍ୟକ, ତାହା ନ ଖାଆନ୍ତି, ତେବେ ଶରୀରରେ ଗ୍ଲୁକୋଜ୍ର ମାତ୍ରା ହ୍ରାସ ପାଇଥାଏ । ଏହାର ଫଳସ୍ୱରୂପ ବ୍ଲଡ ସୁଗାର୍ ସ୍ତର କମ୍ ହୋଇଯାଇଥାଏ । ଫଳତଃ ଆପଣଙ୍କୁ କ୍ଲାନ୍ତି ଲାଗି ପାରେ ଓ ମୁଣ୍ଡବିନ୍ଧାର ଶିକାର ହୋଇପାରନ୍ତି । ଯଦି ସଠିକ୍ ମାତ୍ରାରେ ଭୋଜନ କରିବେ ନାହିଁ, ତେବେ ପେଟରେ ଖାଦ୍ୟ ହଜମ କରୁଥିବା ଅମ୍ଲ ପେଟରେ କୁପ୍ରଭାବ ପକାଇଥାଏ । ଏହା ଫଳରେ ଆପଣ ଏସିଡିଟି ଭଳି ସମସ୍ୟା ଘେରକୁ ଆସିବେ । ପ୍ରଚୁର ଖାଦ୍ୟ ନ ଖାଇବା ଦ୍ୱାରା ଶରୀରରେ ଫାଇଭରର ମାତ୍ରା କମ୍ ହୋଇଯାଏ । ଏହା ଫଳରେ କୋଷ୍ଠକାଠିନ୍ୟର ଶିକାର ହୋଇପାରନ୍ତି ।