ବାତ୍ୟା ସମୟରେ ସତର୍କ : ବାତ୍ୟା ବେଳେ କଣ କରିବେ ଓ କଣ ନାହିଁ ? ଧନ ଜୀବନକୁ କିଭଳି ରଖିବେ ସୁରକ୍ଷିତ, ଜାଣନ୍ତୁ

171

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାରେ ପରିଣତ ହୋଇସାରିଛି । ଆସନ୍ତା ୧୨ଘଂଟା ମଧ୍ୟରେ ସିଭିୟର ସାକ୍ଲୋନିକ ଷ୍ଟର୍ମର ରୂପ ନେବ ତିତ୍ଲି । ଏବେ ଏହା ଗୋପାଳପୁର ଠାରୁ ୪୧୦ କିଲୋମିଟର ଦୂରରେ ରହିଥିବା ବେଳେ କଳିଙ୍ଗପଟ୍ଟନମ ଠାରୁ ୩୭୦କିଲୋମିଟର ଦୂରରେ ରହିଛି । ଘଂଟାପ୍ରତି ୧୦ କିଲୋମିଟର ବେଗରେ ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ତିତ୍ଲି । ଆସନ୍ତାକାଲି ସକାଳ ୧୧ଟା ସୁଦ୍ଧା ଏହା ଓଡିଶା ଉପକୂଳ ଛୁଇଁବ । ଏହି ସମୟରେ ବାତ୍ୟାର ବେଗ ଘଂଟାପ୍ରତି ୧୦୦ରୁ ୧୨୫ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଗଂଜାମ, ଗଜପତି, ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ବିଶେଷ କରି ବାତ୍ୟା ପ୍ରଭାବରେ ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ପ୍ରବଳ ବର୍ଷା ହେବ । ଆସନ୍ତାକାଲି ରାତି ସୁଦ୍ଧା ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ । ପରେ ୧୨ ତାରିଖରେ ଉତର ଓଡିଶାର ଅନେକ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ୧୨ ତାରିଖ ବେଳକୁ ବାତ୍ୟା ଦୁର୍ବଳ ହୋଇ ଡିପ୍ ଡିପ୍ରେସନ୍ ଏବଂ ପରେ ଡିପ୍ରେସନରେ ପରିଣତ ହେବ ।

ସମ୍ଭାବ୍ୟ ବାତ୍ୟା ଓ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ୧୨ ତାରିଖ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ତେବେ ଏହି ସମୟରେ କିଭଳି ସତର୍କତା ଅବଲମ୍ବନ କରିବେ ସେନେଇ ଆମେ ନିମ୍ନରେ ବିସ୍ତାର ଭାବରେ ଆଲୋଚନା କରିଛୁ ।

ବାତ୍ୟା ସମୟରେ କଣ କରିବେ ଓ କଣ କରିବେ ନାହିଁ

ବାତ୍ୟା ପୂର୍ବରୁ

• ଶାନ୍ତ ରୁହନ୍ତୁ , ଡରନ୍ତୁ ନାହିଁ ଏବଂ ମିଥ୍ୟା ଗୁଜକୁ ଅଣଦେଖା କରନ୍ତୁ ।

• ଯୋଗାଯୋଗ ହୋଇପାରୁଥିବା କ୍ଷେତ୍ରକରେ ନିଜର ମୋବାଇଲଫୋନ ଚାର୍ଜ ରଖନ୍ତୁ , ଏସଏମଏସର ବ୍ୟବହାର କରନ୍ତୁ ।
• ପାଣିପାଗର ତାଜା ସୂଚନା ପାଇଁ ରେଡିଓ ଶୁଣନ୍ତୁ, ଟିଭି ଦେଖନ୍ତୁ ଏବଂ ଖବରକାଗଜ ପଢନ୍ତୁ ।

• ନିଜର ଅତ୍ୟାବଶ୍ୟକୀୟ କାଗଜପତ୍ର ଏବଂ ମୂଲ୍ୟବାନ ସାମଗ୍ରୀକୁ ଏକ ଜଳ ପ୍ରତିରୋଧୀ ବ୍ୟାଗରେ ରଖନ୍ତୁ ।

• ଏକ ବିପର୍ଯ୍ୟୟ କିଟ୍ ପ୍ରସ୍ତୁତ କରନ୍ତୁ, ଯେଉଁଥିରେ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକୀୟ ସାମଗ୍ରୀ ରହିଥିବ ।

• ନିଜର ଘର, ଭବନକୁ ସୁଦୃଢ କରନ୍ତୁ, ଜରୁରୀ ମରାମତି କାର୍ଯ୍ୟ କରାନ୍ତୁ ଏବଂ ତୀକ୍ଷଣ ବସ୍ତୁକୁ ଏଣେତେଣେ ପକାନ୍ତୁ ନାହିଁ ।

• ଗୋ ମଇଷାଦି ପଶୁମାନଙ୍କର ସୁରକ୍ଷା ପାଇଁ ସେମାନଙ୍କୁ ନବାନ୍ଧି ଖୋଲା ଛାଡି ଦିଅନ୍ତୁ ।

ବାତ୍ୟା ସମୟରେ ଓ ତା’ପରେ

ଯଦି ଆପଣ ଭିତରେ ଥାଆନ୍ତି

• ବିଜୁଳି ମେନ ସୁଇଜ ଓ ଗ୍ଲାସ ସପ୍ଲାଏ ତୁରନ୍ତ ବନ୍ଦ କରିଦିଅନ୍ତୁ ।

• କବାଟ, ଧରକା କୁ ବନ୍ଦ ରଖନ୍ତୁ ।

• ଯଦି ଆପଣଙ୍କ ଘର ଅସୁରକ୍ଷିତ ଥାଏ ତେବେ ବାତ୍ୟା ଆସିବା ପୂର୍ବରୁ କୌଣସି ସୁରକ୍ଷିତ ସ୍ଥାନକୁ ଚାଲି ଯାଆନ୍ତୁ ।

• ରେଡିଓ/ଟ୍ରାଂଜିଷ୍ଟର ଶୁଣନ୍ତୁ ।

• ଫୁଟା ଯାଇଥିବା କିମ୍ବା କ୍ଲୋରିନ ଯୁକ୍ତ ପାଣି ପିଅନ୍ତୁ

• କେବଳ ସରକାରୀ ସତର୍କତା ସୂଚନା ଉପରେ ବିଶ୍ୱାସ କରନ୍ତୁ ।

ଯଦି ଆପଣ ବାହାରେ ଅଛନ୍ତି

• କ୍ଷତିଗ୍ରସ୍ତ କୋଠାବାଡିକୁ ଯାଆନ୍ତୁ ନାହିଁ ।

• ଭାଙ୍ଗି ଯାଇଥିବା ବିଜୁଳି ଖୁଣ୍ଟି, ତାର ଓ ଧାରୁଆ ପଦାର୍ଥ ଠାରୁ ଦୁରେଇ ରୁହନ୍ତୁ ।

• ଯଥା ସମ୍ଭବ କୌଣସି ସୁରକ୍ଷିତ ସ୍ଥାନକୁ ଚାଲିଯାଆନ୍ତୁ ।