ଆସନ୍ତାକାଲି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ : ବିଭିନ୍ନ ସ୍ଥାନରେ ଆଜି ତିହାର ହାଟ

27

କନକ ବ୍ୟୁରୋ : ଗଣପର୍ବ ନୂଆଁଖାଇ ପାଇଁ ସମଗ୍ର ପଶ୍ଚିମ ଓଡିଶାରେ ଉସôବର ମାହୋଲ । ସଜବାଜ ବି ଚୂଡାନ୍ତ ପର୍ଯ୍ୟାୟରେ ପହଂଚି ସାରିଛି। ସମସ୍ତ ଏକାଠି ନୂଆଁ ଖାଇବା ପାଇଁ ଘରର ପରିବାରଜନ ଯିଏ ଯେଉଁଠି ଥାନ୍ତି ଘରକୁ ପହଂଚିବାରେ ଲାଗିଛନ୍ତିି । ନୂଆଁଖାଇ ପାଇଁ ସବୁଠି ତିହାର ହାଟ ମଧ୍ୟ ଜମିଲାଣି । ଏହି ମହାନ ଗଣପର୍ବରେ ଛୋଟ ଠାରୁ ବଡ ସମସ୍ତେ ନୂଆ ପୋଷାକ ପରିଧାନ କରିଥାନ୍ତି , ଫଳରେ ବଜାର ମଧ୍ୟ ବେଶ ଜମିବାରେ ଲାଗିଛି । କାଲିକୁ ହିଁ ଅପେକ୍ଷା , କାଲି ସମଗ୍ର ପଶ୍ଚିମ ଓଡିଶା ହୋଇଯିବ ପାର୍ବଣମୟ ।