ଭୁବନେଶ୍ୱର: ଧଉଳିରୁ ଖସି ପଡିଲା ପଶ୍ଚିମବଙ୍ଗରୁ ଆସିଥିବା ଟୁରିଷ୍ଟ ବସ୍, ଦୁର୍ଘଟଣାରେ ୩୦ରୁ ଅଧିକ ଆହତ

24

କନକ ବ୍ୟୁରୋ : ଆଜି ସକାଳୁ ରାଜଧାନୀରେ ଏକ ବଡ ଦୁର୍ଘଟଣା ହୋଇଛି । ଧଉଳି ରାସ୍ତା ଉପରୁ ଖସି ପଡିଲା ଟୁରିଷ୍ଟ ବସ୍ । ପଶ୍ଚିମବଙ୍ଗରୁ ଆସିଥିବା ଏକ ଟୁରିଷ୍ଟ ବସ ଧଉଳିରୁ ଖସି ପଡିଥିବା ସୁଚନା ମିଳିଛି । ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଆହତ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ ଏବଂ ଅଗ୍ନିଶମ ବିଭାଗ ପହଂଚି ଉଦ୍ଧାର ଚଳାଇଛି  ।