ୱେଷ୍ଟଇଣ୍ଡିଜର ଦମଦାର ବ୍ୟାଟିଂ ! ଭାରତ ଆଗରେ ୩୨୩ ରନର ବିଜୟଲକ୍ଷ୍ୟ ।

24

ସିମରୋନ୍ ହେଟମେୟରଙ୍କ ବିସ୍ଫୋରକ ଶତକ (୧୦୬ ରନ୍, ୭୮ ବଲ, ୬ ଚୌକା, ୬ ଛକା) ବଳରେ ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ୍ ହରାଇ ୩୨୨ ରନ୍ ସଂଗ୍ରହ କରିବା ପରେ ଭାରତକୁ ୩୨୩ ରନ୍ ବିଜୟ ଲକ୍ଷ୍ୟ ମିଳିଛି । ଆସାମର ଗୌହାଟୀ ଷ୍ଟାଡିୟମରେ ୫ ମ୍ୟାଚ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ରବିବାର ଟସ୍ ଜିଣି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ୱେଷ୍ଟଇଣ୍ଡିଜ ବ୍ୟାଟିଂ କରିଥିଲା। ୟୁଜବେନ୍ଦ୍ର ଚହଲଙ୍କୁ ୩ଟି ଓ୍ଵକେଟ୍, ମହମ୍ମଦ ସାମି ଓ ରବୀନ୍ଦ୍ର ଜାଦେଜାଙ୍କୁ ୨-୨ ଓ୍ଵିକେଟ୍ ମିଳିଥବା ବେଳେ ଖଲିଲ ଅହମଦ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।

କିରଣ ପାୱେଲ ଓ ଚନ୍ଦ୍ରପଲ ହେମରାଜ ୱେଷ୍ଟଇଣ୍ଡିଜ ପାଇଁ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ। ଭାରତର ମହମ୍ମଦ ସାମି ୫ମ ଓଭରରେ ଚନ୍ଦ୍ରପଲଙ୍କୁ ବୋଲଡ୍ କରି ୱେଷ୍ଟଇଣ୍ଡିଜର ବିପର୍ଯ୍ୟୟ ଘଟାଇଥିଲେ। ପାୱେଲଙ୍କୁ ଖଲିଲ ଅହମଦ ଶିକାର କରିଥିଲେ ଓ ଶିଖର ଧାଓ୍ଵନ କ୍ୟାଚ ନେଇଥିଲେ। ଏହା ପରେ ମାର୍ଲୋନ ସାମୁଏଲ(୦)ଙ୍କୁ ୟୁଜବେନ୍ଦ୍ର ଚହଲ ଏଲବିଡବ୍ଲୁ କରିଥିଲେ।

ସାଈ ହୋପ୍(୩୨) ମହମ୍ମଦ ସାମିଙ୍କ ବଲ ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ। ହୋପ୍ ୫୧ଟି ବଲ ଖେଳି ୨ଟି ଚୌକା ମାରିଥିଲେ। ରୋଭମ୍ୟାନ ପାୱେଲଙ୍କ ଓ୍ଵିକେଟ ସହିତ ୱେଷ୍ଟଇଣ୍ଡିଜ ୫ ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ପାୱେଲଙ୍କୁ ରବୀନ୍ଦ୍ର ଜାଦେଜା ଆଉଟ୍ କରିଥିଲେ। ଶତକ ହାସଲ କରିବା ପରେ ସିମରୋନ ହେଟମେୟର ରବୀନ୍ଦ୍ର ଜାଦେଜାଙ୍କ ଶିକାର ହୋଇଥିଲେ। ସେ ଋଷଭ ପନ୍ତଙ୍କୁ କ୍ୟାଚ ଦେଇ ପାଭଲିଅନ ଫେରିଥିଲେ। ଏହା ପରେ ୟୁଜବେନ୍ଦ୍ର ଚହଲ ଏସ୍ଲେ ନର୍ସଙ୍କୁ ଏଲବିଡବ୍ଲୁ କରିଥିଲେ। ଭାରତର ୮ମ ଶିକାର ହୋଇଥିଲେ ଅଧିନାୟକ ଜେସନ୍ ହେଲଡର(୩୮)। ସେ ୟୁଜବେନ୍ଦ୍ର ଚଲଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଦେବେନ୍ଦ୍ର ବିଶୋ ଅପରାଜିତ ୨୨ ରନ୍ ଓ କେମରନ୍ ରୋଚ୍ ଅପରାଜିତ ୨୬ ରନ୍ ଯୋଡ଼ିଥିଲେ।