ବିରାଟଙ୍କ ଶତକ ସତ୍ତେ୍ୱ ହାରିଲା ଭାରତ ! ତୃତୀୟ ଦିନିକିଆରେ ଟିମ୍ ଇଣ୍ଡିଆକୁ ୪୩ ରନରେ ମାତ୍ ଦେଲା ୱେଷ୍ଟଇଣ୍ଡିଜ୍ ।

48

ଅଧିନାୟକ ବିରାଟ କୋହଲିଙ୍କ ଶତକ (୧୦୭ ରନ୍) କାମକୁ ଆସିନାହିଁ । ୱେଷ୍ଟଇଣ୍ଡିଜ ୩ୟ ଦିନିକିଆରେ ଭାରତକୁ ୪୩ ରନରେ ପରାସ୍ତ କରି ଶୃଙ୍ଖଳାକୁ ୧-୧ରେ ପହଞ୍ଚାଇଛି । ୨୮୪ ରନ୍ ବିଜୟ ଲକ୍ଷ୍ୟ ନେଇ ଭାରତ ୪୭.୩ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୪୦ ରନ୍ ସଂଗ୍ରହ କରିଛି । ଓପନର ରୋହିତ ଶର୍ମା ୮ ରନ୍ ସଂଗ୍ରହ କରିଥିବା ବେଳେ ଶିଖର ଧାଓ୍ଵନ ୩୫ ରନ୍ ଦଳ ପାଇଁ ଯୋଡ଼ିଥିଲେ । ସେହିପରି ଅମ୍ବାତି ରାୟଡୁ ୨୨ ରନ୍ ସଂଗ୍ରହ କରିଥିବା ବେଳେ ଋଷଭ ପନ୍ତ ୨୪ ରନ୍ ସଂଗ୍ରହ କରିଥିଲେ ।

ପୁନେ ଠାରେ ଶନିବାର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଭାରତ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ୱେଷ୍ଟଇଣ୍ଡିଜ ବ୍ୟାଟିଂ କରିଥିଲା । ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ଓ୍ଵିକେଟ ହରାଇ ୨୮୩ ରନ୍ ସଂଗ୍ରହ କରିବା ପରେ ଭାରତକୁ ୫ ଦିନିକିଆ ମ୍ୟାଚ ଶୃଙ୍ଖଳାର ୩ୟ ମ୍ୟାଚରେ ୨୮୪ ରନ୍ ବିଜୟ ଲକ୍ଷ୍ୟ ମିଳିଥିଲା । ତେବେ ୱେଷ୍ଟଇଣ୍ଡିଜର ଏହି ବିଜୟ ପରେ ୫ ଟିକିଆ ଦିନିକିଆ ସିରିଜ ଏବେ ୧-୧ରେ ବରାବର ରହିଛି ।