ପଶ୍ଚିମବଂଗ: ପଶ୍ଚିମ ମେଦିନୀପୁରରେ ତୃଣମୁଳ କଂଗ୍ରେସ କାର୍ଯ୍ୟାଳୟ ଉପରେ ଆକ୍ରମଣ,ଦୁଇ କାର୍ଯ୍ୟକର୍ତ୍ତା ମୃତ

38

କନକ ବ୍ୟୁରୋ : ପଶ୍ଚିମବଂଗର ପଶ୍ଚିମ ମେଦିନୀପୁରରେ ତୃଣମୁଳ କଂଗ୍ରେସର କାର୍ଯ୍ୟାଳୟ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ଟିଏମସିର ଖଡଗପୁର ଶାଖାରେ ଅଜ୍ଞାତ ଆତତାୟୀ ଆଖିବୁଜା ଗୁଳିଚାଳନା କରିଥିଲେ । ଫଳରେ ଏଥିରେ ଦୁଇଜଣ କାର୍ଯ୍ୟକର୍ତ୍ତା ପ୍ରାଣ ହରାଇଚନ୍ତି । ଏଥିରେ ୩ ଜଣ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି । ପୁଲିସ ପକ୍ଷରୁ କୁହାଯାଇଛି ଯେ ଦୁଇଜଣ ଆତତାୟୀ ଏକ ବାଇକରେ ଆସି ପ୍ରଥମେ କାର୍ଯ୍ୟାଳୟ ଉପରେ ବୋମାମାଡ କରିଥିଲେ ଓ ତାପରେ ଗୁଳିଚାଳନା କରିଥିଲେ । ପୁଲିସ ପକ୍ଷରୁ ଘଟଣାର ଅନୁସନ୍ଧାନ ଜାରି ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ :