ନିର୍ବାଚନ କମିସନଙ୍କ ପାଖରେ ଫେରାଦ ହେଲା ବିଜେପି ! ପଶ୍ଚିମବଙ୍ଗକୁ ସମ୍ବେଦନଶୀଳ ରାଜ୍ୟ ଘୋଷଣା ପାଇଁ ଦାବି

132

କନକ ବ୍ୟୁରୋ : ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ରାଜନୈତିକ ଦଳଗୁଡ଼ିକ ଭୋଟଙ୍କୁ ଆକର୍ଷିତ କରିବାରେ ଲାଗିପଡ଼ିଛନ୍ତି । ସମସ୍ତ ଦଳ ନିଜ ନିଜର ଆଶାୟୀ ପାର୍ଥୀଙ୍କ ନାମ ଚୟନ କରିବା ପାଇଁ ଲାଗିପଡିଛନ୍ତି । ଦେଶରେ ରାଜନୀତି ପାଣିପାଗ ଉଷ୍ମ ହୋଇପଡ଼ିଛି । କାହାକୁ ପ୍ରାର୍ଥୀ କରାଯିବ ସେନେଇ ରୀତିମତ କସରତ୍ ଚାଲିଛି । ନିର୍ବାଚନ ପାଖେଇ ଆସୁଥିବା ବେଳେ ଆରୋପ ପ୍ରତ୍ୟାରୋପ ପର୍ବ ମଧ୍ୟ ଆରମ୍ଭ ହୋଇଯାଇଛି । ଏହି ପରିପେକ୍ଷୀରେ ଆଜି ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହୋଇଛି ବିଜେପି ।

ଭାରତୀୟ ଜନତା ପାର୍ଟିର ପ୍ରତିନିଧ ମଣ୍ଡଳୀ ଆଜି ନିର୍ବାଚନ କମିସନଙ୍କ ପାଖରେ ଫେରାଦ ହୋଇଛି । ବିଜେପି ତରଫରୁ ଅପିଲ କରାଯାଇଛି ପଶ୍ଚିମବଙ୍ଗକୁ ସମ୍ବେଦନଶୀଳ ରାଜ୍ୟ ଘୋଷଣା କରାଯାଉ । ଆଉ ସେହି ଅନୁସାରେ ହିଁ ନିର୍ବାଚନ ପରିଚାଳିତ କରାଯାଉ । ପଶ୍ଚିମବଙ୍ଗକୁ ସମ୍ବେଦନଶୀଳ ରାଜ୍ୟ ଘୋଷିତ କଲେ ହିଁ ନିରପେକ୍ଷ ନିର୍ବାଚନ ହୋଇପାରିବ ।

ବିଜେପି ନିର୍ବାଚନ କମିସନଙ୍କୁ କିଛି ଅଫିସରଙ୍କ ତାଲିକା ମଧ୍ୟ ପ୍ରଦାନ କରିଛି । ତାଲିକାରେ ଥିବା ଅଫିସରଙ୍କମାନେ ଟିଏମସି କ୍ୟାଡ଼ର ରୂପେ କାମ କରନ୍ତି । ସେମାନେ ନିର୍ବାଚନୀ ଡ୍ୟୁଟି କଲେ ନିରପେକ୍ଷ ନିର୍ବାଚନ ହୋଇପାରିବ ନାହିଁ ବୋଲି ଅଭିଯୋଗ କରିଛି ବିଜେପି । ସେପଟେ କୋଲକାତାର ପୂର୍ବ କମିସନର ରାଜୀବ କୁମାରଙ୍କୁ ମଧ୍ୟ ନିର୍ବାଚନୀ ଦାୟିତ୍ୱରୁ ଦୂରେଇ ରଖିବା ପାଇଁ ଅନୁରୋଧ କରାଯାଇଛି । ଏହି ପ୍ରତିନିଧି ମଣ୍ଡଳରେ ପ୍ରତିରକ୍ଷା ମନ୍ତ୍ରୀ ନିମଳା ସୀଥାରମଣ, ରବିଶଙ୍କର ପ୍ରସାଦ, କୈଳାଶ ବିଜୟବର୍ଗୀୟ ସମତେ ଅନେକ ନେତା ସାମିଲ ଥିଲେ ।