ବେଲଗାମ୍ ହେଉଛି ପଶ୍ଚିମବଙ୍ଗ ହିଂସା : ଉତ୍ତର ୨୪ ପରଗନାରେ ଟିଏମସିର ୨ ଓ ହାୱଡ଼ାରେ ଜଣେ ବିଜେପି କର୍ମୀଙ୍କୁ ହତ୍ୟା

166

କନକ ବ୍ୟୁରୋ : ହିଂସାର ରଙ୍ଗରେ ଲାଲ ହେଲାଣି ପଶ୍ଚିମବଙ୍ଗ । ପଶ୍ଚିମବଙ୍ଗରେ ବଢ଼ିଚାଲିଛି ହିଂସାର ରାଜନୀତି । ଲୋକସଭା ନିର୍ବାଚନ ଫଳାଫଳ ଆସିବାର ୧୫ ଦିନରୁ ଉର୍ଦ୍ଧ୍ୱ ହେଲାଣି କିନ୍ତୁ ବିଜେପି-ଟିଏମସି କର୍ମୀଢ଼ଙ୍କ ଝଗଡ଼ାରେ ପୂର୍ଣ୍ଣଛେଦ ପଡ଼ିପାରିନି । ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଚାରିଆଡ଼ୁ ଦାବି ହେଉଛି । ଦିନ ଗଡ଼ି ଚାଲିଥିଲେ ମଧ୍ୟ କମିବା ପରିବର୍ତ୍ତେ ଷଡ଼ଯନ୍ତ୍ର ବଢ଼ିଚାଲିଛି । ଖୁନୀ ରାଜନୈତିକ ଷଡ଼ଯନ୍ତ୍ରରେ ଉଭୟ ଦଳର କର୍ମୀମାନେ ବଳି ପଡ଼ୁଛନ୍ତି । ଗତକାଲି ଉତ୍ତର ୨୪ ପରଗନାର ଭାଟପାଡ଼ାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳର ୨ ଜଣ ଓ ହାୱଡ଼ାରେ ବିଜେପିର ଜଣେ ର୍କମୀଙ୍କୁ ହତ୍ୟା କରାଯାଇଥିବା ଖବର ମିଳିଛି ।

ଟିଏମସି-ବିଜେପି ବିବାଦ ଥମିବାର ନା ଧରୁନି । ନିର୍ବାଚନ ପ୍ରଚାର ସମୟରୁ ହିଁ ପଶ୍ଚିମବଙ୍ଗରେ ନିର୍ବାଚନୀ ହିସାଂ ଜୋର୍ ଧରିଛି । ଏବେ ନିର୍ବାଚନ ସରିବା ପରେ ମଧ୍ୟ ରାଜନୈତିକ ହିସାଂରେ ଦଳୀୟ କର୍ମୀ ପ୍ରାଣ ହରାଉଛନ୍ତି । ଗତକାଲି ୨ ଜଣ ଟିମଏସି କର୍ମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହାବ୍ୟତୀତ ମୋହମ୍ମଦ ହଲୀମ ନାମକ ଜଣେ ଟିଏମସି ର୍କମୀଙ୍କୁ ଉପରେ ଆକ୍ରମଣ ହୋଇଥିବା କଥା ଜଣାପଡ଼ିଛି । ସେହିପରି ଗତକାଲି ହାୱଡ଼ାରେ ଜଣେ  ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡ ପଛରେ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

ଦିନକୁ ଦିନ ପଶ୍ଚିମବଙ୍ଗରେ ଅଣାୟତ ହେଉଛି ସ୍ଥିତି । ରାଜ୍ୟରେ ହେଉଥିବା ହିଂସାକୁ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଆଡଭାଇଜରି । ଆଇନଶୃଙ୍ଖଳା ପରିସ୍ଥିତି ଆୟତରେ ଅଛି ବୋଲି ସରକାର ଦାବି କଲେ ମଧ୍ୟ ପ୍ରକୃତ ସ୍ଥିତି ଜଣାପଡ଼ିଯାଉଛି ।