ସଂସଦରେ ପଶ୍ଚିମବଙ୍ଗ ଝଡ଼ ! କେନ୍ଦ୍ର ସରକାରଙ୍କୁ ସବୁ ଦଳର ଭର୍ସନା 

239

କନକ ବ୍ୟୁରୋ : ସଂସଦରେ ପଶ୍ଚିମବଙ୍ଗ ପ୍ରସଙ୍ଗରେ ହଙ୍ଗାମା । ସିବିଆଇ ବନାମ ମମତା ବାନାର୍ଜି ମାମଲାରେ ସଂସଦର ଉଭୟ ଲୋକସଭା ଓ ରାଜ୍ୟସଭାରେ ହୋହାଲ୍ଲା କରିଛନ୍ତି ବିରୋଧୀ । ଲୋକସଭାରେ ପ୍ରଶ୍ନକାଳ ଚାଲୁଥିବା ସମୟରେ ସିବିଆଇ ବିରୋଧରେ ନାରାବାଜି କରିଛନ୍ତି ବିରୋଧୀ । ସେପଟେ ରାଜ୍ୟସଭାରେ ଏହି ପ୍ରସଙ୍ଗରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ସିବିଆଇର କାର୍ଯ୍ୟକୁ ବିରୋଧ କରି ମମତା ଜାରି ରଖିଥିବା ଧାରଣାକୁ ସମର୍ଥନ କରିଛନ୍ତି ଏକାଧିକ ବିରୋଧୀ ଦଳ ।

ସେପଟେ କୋଲାକାତାରେ ଜାରି ରହିଛି ହାଇଡ୍ରାମା । ଗତ ରାତିରୁ ପଶ୍ଚିମବଙ୍ଗ ମମତା ବାନାର୍ଜି ଆରମ୍ଭ କରିବା ଧାରଣା ଆଜି ବି ଜାରି ରହିଛି । ସମ୍ବିଧାନ ବଂଚାଅ ନାରା ଦେଇ ଧାରଣା ଜାରି ରଖିଛନ୍ତି ମମତା । କୋଲକାତା ମେଟ୍ରୋ ଚ୍ୟାନେଲ ସମ୍ମୁଖରେ ଟିଏମ୍ସିର ନେତା ଓ କର୍ମୀଙ୍କ ସହ ଧାରଣାରେ ବସିଛନ୍ତି ଦିଦି । ଗତ ରାତି ପ୍ରାୟ ୮ଟାବେଳୁ ଧାରଣା ଆରମ୍ଭ କରି ରାତି ସାରା ବସିଥିଲେ ମମତା । କୋଲକାତା ପୁଲିସ କମିଶନରଙ୍କୁ ଜେରା କରିବାକୁ ଯାଇଥିବା ସିିବିଆଇକୁ ବିରୋଧ କରି ମମତା ବାନାର୍ଜୀ ଧାରଣା ଦେଇଛନ୍ତି ।