ପଶ୍ଚିମବଙ୍ଗରେ ହିଂସା ପରେ ନିର୍ବାଚନ କମିସନଙ୍କ କଡ଼ା ନିଷ୍ପତ୍ତି : ଦିନକ ଆଗରୁ ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ, ସପ୍ତମ ପର୍ଯ୍ୟାୟ ମତଦାନକୁ ଅବାଧ ଓ ହିଂସାମୁକ୍ତ କରିବା ପାଇଁ ପଦକ୍ଷେପ
କନକ ବ୍ୟୁରୋ : ପଶ୍ଚିମବଙ୍ଗ ପାଇଁ ନିର୍ବାଚନ କମିସନଙ୍କ କଡ଼ା ନିଷ୍ପତ୍ତି । ପଶ୍ଚିମବଙ୍ଗରେ ବିଜେପି ରାଷ୍ଟିୟ ଅଧ୍ୟକ୍ଷ ଅମିତ ଶାହଙ୍କ ରୋଡ ଼ସୋ’ରେ ହିଂସାକାଣ୍ଡ ପରେ କଡ଼ା ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିସନ୍ । ଦିନକୁ ଆଗରୁ ନିର୍ବାଚନ ପ୍ରଚାର ଉପରେ ରୋକ ଲଗାଇଛନ୍ତି । ଏହାବ୍ୟତୀତ ରାଜ୍ୟର ପ୍ରଧାନ ସଚିବ ଓ ଗୃହ ସଚିବଙ୍କୁ ଛୁଟିରେ ପଠାଇଛନ୍ତି ନିର୍ବାଚନ କମିସନ୍ । ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ ସଭା ଆୟୋଜନ ଉପରେ କଟକଣା ଲଗାଯାଇଛି । ସପ୍ତମ ପର୍ଯ୍ୟାୟ ମତଦାନକୁ ଅବାଧ ଓ ହିଂସାମୁକ୍ତ କିରବା ପାଇଁ
ଏପରି ପଦକ୍ଷେପ ନିଆଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
Election Commission: The Commission is deeply anguished at the vandalism done to the statue of Vidyasagar. It is hoped that the vandals are traced by the state administration. pic.twitter.com/IP2NWotJb2
— ANI (@ANI) May 15, 2019
ଏହାବ୍ୟତୀତ ସୋସିଆଲ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରିବା ଉପରେ ମଧ୍ୟ ବ୍ୟାନ ଲାଗାଇଛନ୍ତି ନିର୍ବାଚନ କମିସନ୍ । ଅନ୍ୟପଟେ ଇଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ମୂର୍ତ୍ତି ଭାଙ୍ଗିବା ନେଇ ତ୍ରୀବ୍ର ସମାଲୋଚନା କରିଛନ୍ତି ନିର୍ବାଚନ କମିସନ୍ । ଆଉ ଥରେ ଏପରି ପ୍ରକାର ହିଂସାକାଣ୍ଡ ଘଟିଲେ ଶକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସୂଚନାଯୋଗ୍ୟ ୧୯ ମେରେ ପଶ୍ଚିମବଙ୍ଗରେ ୯ ସିଟ ପାଇଁ ମତଦାନ ଅନୁଷ୍ଠିତ ହେବ । ରାଜ୍ୟରେ ୯ ସିଟ ପାଇଁ ଶୁକ୍ରବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରଚାର ଅବଧି ଥିଲା । କିନ୍ତୁ ହଂସାକାଣ୍ଡ ଯୋଗୁଁ ପ୍ରଚାର ଅବଧିକୁ ଏକ ଦିନ ପୂର୍ବରୁ ଶେଷ କରିବା ପାଇଁ ନିଷ୍ପତ୍ତ ନେଇଛନ୍ତି ।
ସୂଚନାଯୋଗ୍ୟ ଗତକାଲି କୋଲକାତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ର୍ୟାଲି ସମୟରେ ଟେକାପଥର ମାଡ ହୋଇଥିଲା । କୋଲକାତା ବିଶ୍ୱବିଦ୍ୟାଳୟ ନିକଟରେ ଯେତେବେଳେ ଅମିତ ଶାହାଙ୍କ ର୍ୟାଲି ଯାଉଥିଲା ସେହି ସମୟରେ ବାମ ଦଳର ଛାତ୍ର ନେତା ଏବଂ ବିଜେପି ଦଳର ଛାତ୍ରନେତାମାନେ ମୁହାଁମୁହିଁ ହୋଇଥିଲେ । ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ଅମିତ ଶାହା ରୋଡ ସୋରେ ଯାଉଥିବା ସମୟରେ ତାଙ୍କ ଗାଡି ଉପରକୁ ଲାଠି ମାଡ ହୋଇଥିଲା । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିବାରୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ମଧ୍ୟ ଲାଠିଚାର୍ଜ କରିବାକୁ ପଡିଥିଲା ।