ଚର୍ଚ୍ଚାରେ ମମତାଙ୍କ ଫିଟନେସ ଭିଡିଓ : ବ୍ୟାଡମିଣ୍ଟନ ଖେଳିଲେ, ଫିଟନେସ ମନ୍ତ୍ର ଦେଲେ

87

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ନିଜର ଫିଟନେସକୁ ନେଇ ବହୁତ ସଚେତନ । ମମତା ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ବ୍ୟାଡମିଣ୍ଟନ ଖେଳୁଥିବା ନଜର ଆସୁଛନ୍ତି । ଏହା ସହିତ ସେ ଲେଖିଛନ୍ତି କି, ସେ ଖେଳ ପସନ୍ଦ କରନ୍ତି । ମମତା ବାନାର୍ଜୀ ନିଜ ଫିଟନେସକୁ ବଜାୟ ରଖିବା ପାଇଁ ପ୍ରତିଦିନ ପାଖାପାଖି ୨୦ କିମି ଚାଲନ୍ତି । ଫିଟନେସ ମାମଲାରେ ଏବଂ ଲୋକଙ୍କ ଠାରୁ ଆଗରେ ରହିବା ପାଇଁ ବ୍ୟାଡମିଣ୍ଟନ ଖେଳକୁ ପ୍ରାଥମିକତା ଦିଅନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ନିର୍ବାଚନୀ ଗସ୍ତ ସମୟରେ ଏକ ଗାଁ ବୋଲପୁରରେ ପହଂଚିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେଠାରେ ସେ ବ୍ୟାଡମିଣ୍ଟନ ଖେଳିଥିଲେ ଏବଂ କହିଥିଲେ ନିଜକୁ ଫିଟ୍ ରଖିବା ହିଁ ତାଙ୍କର ମନ୍ତ୍ର ଓ ଏଥିପାଇଁ ସେ ଲଗାତାର ଚେଷ୍ଟା କରନ୍ତି । ମମତା ପ୍ରତି ସପ୍ତାହରେ ଭିନ୍ନ ଭିନ୍ନ ଜିଲ୍ଲାରେ ଦୁଇଟି ଜନସଭା କରାନ୍ତି । ଯଦି ସେ କୋଲକାତାରେ ରହନ୍ତି, ତେବେ ଜନସଭାର ସଂଖ୍ୟା ୧୦ରୁ ଅଧିକ ହୋଇଥାଏ । ମମତାଙ୍କ ସହ ତାଙ୍କର ଦଳୀୟ କାର୍ଯ୍ୟକର୍ତ୍ତା ମଧ୍ୟ ମମତାଙ୍କ ଫିଟନେସ ମନ୍ତ୍ରକୁ ଗ୍ରହଣ କରୁଛନ୍ତି । ଏହା ଉପରେ ଟିଏମସି ସାଂସଦ ଡେରେକ୍ ଓ ବ୍ରାୟନ କହିଲେ କି ସୁସ୍ଥ ଶରୀର ଭିତରେ ହିଁ ବିଚକ୍ଷଣ ବୁଦ୍ଧି ଥାଏ ଏବଂ ତାଙ୍କର ଫିଟନେସର ଚର୍ଚ୍ଚା ପଶ୍ଚିମବଙ୍ଗର ରାଜନୈତିକ ଗଳିକନ୍ଦିରେ ବହୁତ ସାଧାରଣ କଥା ।