ପୁରୀରୁ ଗିରଫ ହେଲେ ପଶ୍ଚିମବଙ୍ଗର ଅପରାଧୀ !

17

କନକ ବ୍ୟୁରୋ : ପୁରୀରୁ ଗିରଫ ହେଲେ ପଶ୍ଚିମବଙ୍ଗର ଅପରାଧୀ । ପୁରୀ ବଳିଆପଣ୍ଡା ଅଂଚଳରୁ ଗିରଫ ହୋଇଛନ୍ତି ପଶ୍ଚିମବଙ୍ଗର ୫ ଜଣ ହତ୍ୟା ଅଭିଯୁକ୍ତ । କୋଲକାତାରେ ଏକ ହତ୍ୟା ମାମଲାରେ ଏମାନଙ୍କର ସଂପୃକ୍ତି ରହିଥିବା ଅଭିଯୋଗ ରହିଛି । ପୁରୀ ଓ କୋଲକାତା ପୁଲିସ ଆଜି ପୁରୀର ବିଭିନ୍ନ ସ୍ଥାନରେ ମିଳିତ ଚଢାଉ କରିଥିଲେ । ବଳିଆପଣ୍ଡା ଅଂଚଳରେ ଥିବା ସ୍ୟାଣ୍ଡପାଇପର ହୋଟେଲରୁ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି । ପଶ୍ଚିମବଙ୍ଗର ବନୁଆପୁକୁର ଅଂଚଳରେ ଜଣେ ବ୍ୟକ୍ତିଙ୍କୁ ଏହି ଅପରାଧୀମାନେ ଗୁଳି କରି ହତ୍ୟା କରିବା ଅଭିଯୋଗ ରହିଛି । ସେମାନଙ୍କୁ ଗିରଫ ପରେ ବନୁଆପୁକୁର ପୋଲିସ କୋଲକାତା ନେଇଥିବା ସୂଚନା ଦେଇଛନ୍ତି ପୁରୀ ସିଟି ଡିଏସପି ।