ସ୍ୱାଗତମ ୨୦୧୭ ! ୨୦୧୬କୁ ବିଦାୟ ଦେଇ ୨୦୧୭କୁୁ ସ୍ୱାଗତ କଲେ ବିଶ୍ୱବାସୀ

118

କନକ ବ୍ୟୁରୋ : କ୍ୟାଲେଣ୍ଡରର ପୃଷ୍ଠା ଓଲଟିଛି । ଆସିଛି ନୂଆ ବର୍ଷ ୨୦୧୭ । ନୂଆ ଉତ୍ସାହ, ଉଦ୍ଦୀପନା ନେଇ ଆଗମନ କରିଛି ଆଉ ଏକ ସକାଳ । ନୂତନ ବର୍ଷର ଆଗମନରେ ଚାରିଆଡେ ଉତ୍ସବରେ ମାହୋଲ । ଗାଁଠୁ ସହର ସବୁଠି ଲାଗିଛି ମହୋତ୍ସବ । ପିଠାପଣା ସାଙ୍ଗକୁ ନାନାଦି ବ୍ୟଞ୍ଜନର ଜମିଛି ଆସର । କିଏ ମନ୍ଦିର ଯାଇ ନୂଆ ବର୍ଷର ଶୁଭ କାମନା କରିଛନ୍ତି ତ ଆଉ କିଏ କ୍ଲବ୍ , ହୋଟେଲ ଯାଇ ନାଚ ଗୀତର ମଜା ଉଠାଉଛନ୍ତି । ସବୁଠି ଜାରି ରହିଛି ଅଭିନନ୍ଦନର ପର୍ବ ।