ଅଜବ ନିୟମ କାନୁନର ଦେଶ ପାକିସ୍ତାନ ! ବିନା ଅନୁମତିରେ ଫୋନ୍ ଛୁଇଁଲେ ମିଳେ ଦଣ୍ଡ

25

ସବୁ ଦେଶରେ ନିୟମ କାନୁନ ଥାଏ , ଯାହାକୁ ମାନିବା ପାଇଁ ସମସ୍ତେ ବାଧ୍ୟ । କିନ୍ତୁ ପାକିସ୍ତାନରେ ଏମିତି କିଛି ଆଇନ୍ ଅଛି ଯାହା ନିଶ୍ଚିତ ଭାବରେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଆଉ ଏହି ଅଜବ ନିୟମ ପାଇଁ ପାକିସ୍ତାନ ବିଶ୍ୱ ଦରବାରରେ ଖୁବ୍ ଚର୍ଚ୍ଚିତ ମଧ୍ୟ ।

• ପାକିସ୍ତାନରେ କାହାର ବିନା ଅନୁମତିରେ ଫୋନ୍ ଛୁଇଁବା ବେଆଇନ ଅଟେ । ଯଦି ଅନୁମତି ନ ନେଇ କାହା ଫୋନ୍ ଛୁଇଁଲେ ତେବେ ୬ ମାସ ପାଇଁ ଦଣ୍ଡ ବିଧାନ ମଧ୍ୟ ଅଛି ।

• ଏଠାରେ କାହାକୁ ମୂଲ୍ୟହୀନ କିମ୍ବା କାରଣ ନଥାଇ ମେସେଜ୍ ମଧ୍ୟ ପଠାଇ ପାରିବେ ନାହିଁ । ଯଦି ଏମିତି କରୁଥିବାର କେହି ଧରା ପଡେ ତେବେ ୧୦ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିବ ।

• ସାଧାରଣତଃ ଅନ୍ୟ ଦେଶ ମାନଙ୍କରେ ଅଧିକ ପଢିବା ପାଇଁ ସରକାର ଶିକ୍ଷା ଋଣ ଦେଇଥାନ୍ତି । କିନ୍ତୁ ପାକିସ୍ତାନରେ ଓଲଟା ଆଇନ୍ ଅଛି । ଏଠାରେ ପାଠପଢା ଖର୍ଚ୍ଚ ଅଧିକ ହେଲେ ଟିକସ ଦେବାକୁ ପଡେ । ଅର୍ଥାତ୍ ଗୋଟିଏ ବର୍ଷ ମଧ୍ୟରେ ପଢିବା ପାଇଁ ୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଲେ, ବିଦ୍ୟାର୍ଥୀଙ୍କୁ ଖର୍ଚ୍ଚର ୫% ଟିକସ ଆକାରରେ ଦେବାକୁ ପଡେ ।

• ପାକିସ୍ତାନ ଦେଶର କୌଣସି ନାଗରିକଙ୍କୁ ଇସ୍ରାଏଲ ଯିବା ପାଇଁ ଭିସା ଦିଏ ନାହିଁ । ତେଣୁ କୌଣସି ପାକିସ୍ତାନୀ ନାଗରିକ ସେଠାରୁ ସିଧା ସିଧା ଇସ୍ରାଏଲ ଯାଇ ପାରନ୍ତି ନାହିଁ । ତେବେ ଏପରି ହେବା ପଛର ମଜାଦାର କଥା ହେଉଛି ପାକିସ୍ତାନ ଇସ୍ରାଏଲକୁ ଦେଶ ବୋଲି ମାନେ ନାହିିଁ । ଏଥିପାଇଁ ପାକିସ୍ତାନରେ ଇସ୍ରାଏଲ୍ ପାଇଁ ଭିସା ହିଁ ନାହିଁ ।

• ପାକିସ୍ତାନରେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ନେଇ କେହି ମଜାକ କଲା ବେଳେ ଯଦି ଧରାପଡନ୍ତି ତେବେ ଜରିମାନା ଦେବାକୁ ପଡେ ।

Pakistan-
image courtesy-http://www.neonetwork.pk

• ରମଜାନ ପରି ପବିତ୍ର ମାସରେ ବାହାରେ ଖାଦ୍ୟ ଖାଇବା ବେଆଇନ୍ ଅଟେ । ତେଣିକି ଆପଣ ହିନ୍ଦୁ ବି ହୁଅନ୍ତୁ ନାଁ କାହିଁକି ଏହି ଆଇନ ମାନିବା ପାଇଁ ବାଧ୍ୟ ।

• ଆଉ ଏକ ମଜାଦାର କଥା ହେଉଛି ଦେଶରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ହେବା ପାଇଁ ଶିକ୍ଷିତ ହେବା ଜରୁରୀ ନୁହେଁ । କିନ୍ତୁ କୌଣସି ସ୍କୁଲରେ ଚପରାସୀ ହେବା ପାଇଁ ଶିକ୍ଷିତ ହେବା ଜରୁରୀ ।

• ‘ଅଲ୍ଲା’ ‘ମସଜିଦ୍’ ଓ ‘ରସୁଲ’ ଓ ‘ନବୀ’ ଭଳି କିଛି ଆରବୀ ଶବ୍ଦର ଇଂରାଜୀ ଅନୁବାଦ ଏଠାରେ ବେଆଇନ୍ ଅଟେ ।

• ଏଠାରେ ଟ୍ରାନ୍ସଜେଣ୍ଡର ଆର୍ମିରେ ଯୋଗ ଦେଇପାରିବେ ନାହିଁ । କିନ୍ତୁ ପାକିସ୍ତାନରେ ଏମାନଙ୍କ ସଂଖ୍ୟା ଅଧିକ ।