କେଉଁଠି ରାତିରେ ଟଏଲେଟ୍ ଯିବା ମନା ତ କେଉଁଠି ହସିଲେ ଭରିବାକୁ ପଡେ ଜରିମାନା : ଜାଣନ୍ତୁ ଦୁନିଆର କିଛି ବିଚିତ୍ର ନିୟମ

52

ଦୁନିଆର ବିଚିତ୍ର ନିୟମ ବିଷୟରେ ଜାଣିଲେ ଆମେ ଆଶ୍ଚର୍ଯ୍ୟ ହୋଇଯାଉ । କିନ୍ତୁ ଆଜି ଆମେ ଯାହା ବିଷୟରେ କହିବାକୁ ଯାଉଛୁ । ଆପଣ ତାହା ପ୍ରଥମ ଥର ଶୁଣିବେ । ଏହି ଆଇନ ଆପଣଙ୍କ ପାଇଁ ବିଚିତ୍ର ସାବ୍ୟସ୍ତ ହୋଇପାରେ । କିନ୍ତୁ ଏହାକୁ କିଛି ଦେଶରେ ଅନୁକରଣ କରନ୍ତି । ପ୍ରକୃତରେ ପ୍ରତ୍ୟେକ ଦେଶରେ ନିଜ ନିଜର ଭିନ୍ନ ଭିନ୍ନ ଆବଶ୍ୟକତା ଥାଏ । ସେହି ହିସାବରେ ସେମାନେ ଆଇନ୍ ବି ତିଆରି କରନ୍ତି । ଯାହାର ପାଳନ କରିବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ହୋଇଥାଏ ।

• ସ୍ମାଇଲ କଲେ ଦେବାକୁ ପଡେ ଜରିମାନା : ଇଟଲୀ ର ମିଲାନରେ ଯଦି କେହି ସ୍ମାଇଲ କରୁଛନ୍ତି, ତେବେ ତାଙ୍କୁ ଜରିମାନା ଦେବାକୁ ପଡିପାରେ । ଏଠାରେ ସବୁବେଳେ ବତିଶ ଦାନ୍ତ ଦେଖାଇବା ଜରୁରୀ କିନ୍ତୁ ଅନ୍ତିମ ସଂସ୍କାର ଏବଂ ହସପିଟାଲରେ ଏହି ନିୟମ ଲାଗୁ ହୁଏନି ।

• ରାତିରେ ଟଏଲେଟ୍ ଯିବା ବେଆଇନ୍ : ରାତିରେ କାହାକୁ ଟଏଲେଟ୍ ଯିବା ପାଇଁ ଯଦି ନିୟମ ପାଳନ କରିବାକୁ ପଡେ ଯଦି ଏହା ଠାରୁ ବଡ ବିପଦ ଆଉ କ’ଣ ହୋଇପାରେ । ସ୍ୱିଜରଲ୍ୟାଣ୍ଡ ରେ ରାତି ୧୦ଟାରେ ପରେ ଫ୍ଲଶ୍ ର ବ୍ୟବହାର କରିବା ମନା । ଏଠି ଏହା କରିବା ଦ୍ୱାରା ଜରିମାନା ଦେବାକୁ ପଡେ । ଏହାକୁ ଏହି ଦେଶରେ ଧ୍ୱନି ପ୍ରଦୂଷଣର ସବୁଠାରୁ ବଡ କାରଣ ମାନନ୍ତି ।

• ରେଷ୍ଟୁରାଣ୍ଟରେ ପେଟ ପୁରିବା ପରେ ହିଁ ଟଙ୍କା ଦେଇପାରିବେ : ଡେନମାର୍କରେ ରେଷ୍ଟୁରାଣ୍ଟରେ ଭୋଜନ କରିବା ସମୟରେ ଯେ ପର୍ଯ୍ୟନ୍ତ ଆପଣଙ୍କୁ ପେଟ ପୁରିନି ବା ସନ୍ତୁଷ୍ଟ ହୋଇନାହାଁନ୍ତି, ସେପର୍ଯ୍ୟନ୍ତ ଆପଣଙ୍କୁ ଟଙ୍କା ଦେବାର ଆବଶ୍ୟକତା ନାହିଁ । ଏମିିତି କାହାକୁ ବି ବିଲ୍ ଦେବାକୁ ବାଧ୍ୟ କରାଯାଇପାରିବନି ।

• ଏହି ସ୍ଥାନରେ କାହାକୁ ବି ହଇରାଣ କରିପାରିବେନି : ଫିଲିପାଇନ୍ସରେ କାହାକୁ ବି ହଇରାଣ କରିପାରିବେନି । ଏମିତି କଲେ, ସେଠି ଆଇନ୍ ହିସାବରେ ଦଣ୍ଡ ମିଳେ । କୈାଣସି ବି ନାଗରିକ ଏହି ଦେଶରେ ଅନ୍ୟ କାହାକୁ କଷ୍ଟ ଦେଇପାରିବେନି ।

• ଏଠି ଅର୍ଦ୍ଧନଗ୍ନ ଅବସ୍ଥାରେ କରିପାରିବେନି ଏହି କାମ : ଟେକ୍ସାସ୍ ର ଦେବାନରେ ଅର୍ଦ୍ଧନଗ୍ନ ହୋଇ ଫର୍ଣ୍ଣିଚର ତିଆରି କରିବା ଆଇନବିରୁଦ୍ଧ ।