ବ୍ୟବସାୟ ହେବ ତ ଏମିତି ! ଗ୍ରାହକଙ୍କୁ ଭୟାନକ କୋଠରୀରେ ବନ୍ଦ କରି କରନ୍ତି ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ । 

37

ଆପଣ ଆଜି ପର୍ଯ୍ୟନ୍ତ କେତେ ପ୍ରକାରର ବ୍ୟବସାୟ ଦେଖିଥିବେ । କିନ୍ତୁ କେବେ ଶୁଣିଛନ୍ତି କି ଲୋକଙ୍କୁ ଡରାଇବା ମଧ୍ୟ ଏକ ରୋଜଗାରର ମାଧ୍ୟମ ହୋଇପାରିବ । ହଁ ଆଜ୍ଞା ଆପଣ ଯାହା ପଢୁଛନ୍ତି ତାହା ସମ୍ପୁର୍ଣ୍ଣ ସତ । ଆମେରିକାରେ ଏଭଳି ଏକ କମ୍ପାନୀ ରହିଛି ଯେଉଁଥିରେ ଲୋକଙ୍କୁ ଡରାଇ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରାଯାଇଥାଏ । ଏହି ବ୍ୟବସାୟକୁ ଆମେରିକାର ଆଣ୍ଡ୍ରୁ ମେକଜେନେଟ୍ ଏବଂ ତାଙ୍କ ପତ୍ନୀ ଚଲାଉଛନ୍ତି । ଏହି ଦମ୍ପତୀ ଇସ୍କେପ୍ ଏକ୍ସପର୍ଟ ନାମକ ନିଜର କମ୍ପାନୀ ଚଲାଉଛନ୍ତି ।

ଏହି ଦମ୍ପତୀ ଲୋକଙ୍କୁ ଏକ ଭୟାନକ କୋଠରୀରେ ବନ୍ଦ କରି ଲୋକଙ୍କୁ ଡରାଇଥାନ୍ତି । ଡର ଲାଗିବା ଭଳି ଯନ୍ତ୍ର ଏହି ବନ୍ଦ କୋଠରୀରେ ଲାଗିଛି । ଏହା ଅଜବ ଲାଗୁଥିଲେ ମଧ୍ୟ ସତ । ବଡ ବଡ କମ୍ପାନୀ ନିଜ କର୍ମଚାରୀଙ୍କୁ ଏହି କୋଠରୀରେ ବନ୍ଦ ହେବାକୁ ପଠାଇଥାନ୍ତି । ଇସ୍କେପ୍ ଏକ୍ସପର୍ଟ କମ୍ପାନୀର ୱେବସାଇଟରେ ଏହାର ସମ୍ପୁର୍ଣ୍ଣ ବିବରଣୀ ଦିଆଯାଇଛି ।

ଏଥିରେ ଲେଖାହୋଇଛି ଯେ ଦଳେ ଅଜଣା ଲୋକଙ୍କୁ ଏକାସଙ୍ଗେ ଏହି କୋଠରୀରେ ବନ୍ଦ କରାଯାଏ ଯେଉଁଠୁ ଡରାଇଲା ଭଳି ଶବ୍ଦ ମଧ୍ୟ ଆସିଥାଏ । ୧ ଘଣ୍ଟାର ଏହି ଖେଳ ମଧ୍ୟରେ କୋଠରୀରୁ ବାହାରକୁ ବାହାରିବାକୁ ୧ ଘଣ୍ଟା ସମୟ ମିଳିଥାଏ । କିନ୍ତୁ କୋଠରୀରୁ ବାହାରକୁ ବାହାରିବା ମଧ୍ୟ ଏତେ ସହଜ ନୁହଁ । ବାହାରକୁ ବାହାରିବା ସମୟରେ ଜୁମ୍ବିଜ୍ (ଭୂତ)ମାନଙ୍କ ସହ ଲୋକଙ୍କ ପ୍ରତିଯୋଗୀଙ୍କ ମୁକାବିଲା ହୁଏ । ବଡ ବଡ କମ୍ପାନୀ ମଧ୍ୟ ଏହି କୋଠରୀକୁ ବୁକ୍ କରିଥାନ୍ତି ମନୋରଞ୍ଜନ ପାଇଁ ।