ଡାଏଟ ସମୟରେ ଭାତ ଖାଇବେ ନାଁ ରୁଟି  ? ଜାଣନ୍ତୁ ଏହି ସମୟରେ କ’ଣ ଶରୀର ପାଇଁ ଉପଯୋଗୀ . . .

87

ଡାଏଟରେ କରୁଥିବା ବ୍ୟକ୍ତିମାନେ ଅନେକ ସମୟରେ ଭାତ ଏବଂ ରୁଟିକୁ ନେଇ ଚିନ୍ତିତ ଥାଆନ୍ତି । କାରଣ ସେମାନେ ଠିକ ଭାବରେ ଜାଣି ନଥାନ୍ତି ଯେ କେଉଁଟି ଡାଏଟ ପାଇଁ ଉପଯୁକ୍ତ ଖାଦ୍ୟ । ଓଜନ କମ କରିବା ପାଇଁ ସମସ୍ତ ବ୍ୟବସ୍ଥାକୁ ଆରମ୍ଭ କରିବା ସହଜ କିନ୍ତୁ ପ୍ରକୃତ ଖାଦ୍ୟକୁ ବାଛିବା କଷ୍ଟ । ଅନେକ ସମୟରେ ଏହାକୁ ନେଇ ମନରେ ଦ୍ୱନ୍ଦ ସୃଷ୍ଟି ହୋଇଥାଏ । ଆଉ କେବେ କେବେ ଅନ୍ୟ ମାନଙ୍କର କଥା ଶୁଣି ମଧ୍ୟ କେତେକ ଦ୍ୱନ୍ଦରେ ପଡ଼ିଯାଆନ୍ତି । କାରଣ କେହି କେହି ଠିକ ଉପାୟ ବିଷୟରେ ଜାଣି ପାରନ୍ତି ନାହିଁ, ଯାହା ଦ୍ୱାରା ଡାଏଟରେ ବାଧା ସୃଷ୍ଟି ହୋଇଥାଏ । ତେବେ ଡାଏଟ୍ ସମୟରେ କ’ଣ ଖାଇବା ସେନେଇ ଜାଣିବା କିଛି ସାଧାରଣ କଥା । ଶରୀରର ଓଜନ ହ୍ରାସ ପାଇଁ କାର୍ବୋହାଇଡ୍ରେଟକୁ କମ କରିବା ନିହାତି ଦରକାର । କିନ୍ତୁ ଆମ ଭାରତର ପ୍ରମୁଖ ଖାଦ୍ୟ ଭାତ ଏବଂ ରୁଟି । ଯେଉଁଠି କାର୍ବୋହାଇଡ଼୍ରେଟର ପରିମାଣ ଅଧିକ ଥାଏ ।


ଯେତେବେଳେ ଓଜନ ହ୍ରାସ କରିବା କଥା ଆସେ, ସଂପୂର୍ଣ୍ଣ ଭାବରେ କୁହାଯାଇପାରେରୁଟି ଭାତ ଠାରୁ ଅଧିକ ଉପଯୋଗୀ । ଭାତ ଏବଂ ରୁଟି ମଧ୍ୟରେ ବିରାଟ ସାମଞସ୍ୟ ନାହିଁ । କିନ୍ତୁ ମୂଲ୍ୟାଙ୍କନ କଲେ ଜଣାପଡ଼ିବ ଯେ ଭାତ ଏବଂ ରୁଟି ମଧ୍ୟରେ ସୋଡ଼ିୟମ କେବଳ ମୁଖ୍ୟ ପ୍ରଭେଦ ସୃଷ୍ଟି କରିଥାଏ । ଗୋଟିଏ ପାଶ୍ୱର୍ରେ ଭାତରେରେ ଥିବା ସୋଡିୟମ ଅଳ୍ପଥିବା ବେଳେ, ଅନ୍ୟ ପାଶ୍ୱର୍ରେ ୧୨୦ ଗ୍ରାମ ଗହମରେ ୧୯୦ ମିଲିଗ୍ରାମ ସୋଡିୟମ ରହିଥାଏ । ତେବେ ଭାତରେ ଅଧିକ କ୍ୟାଲୋରୀ ପ୍ରୋଟିନ ରହିଥାଏ । ତେଣୁ ରୁଟି ଅପେକ୍ଷା ଭାତ ଅଧିକ କ୍ୟାଲୋରୀ ଧାରଣ କରିଥାଏ । କିନ୍ତୁ ରୁଟିରେ ଡାଏଟାରୀ ଫାଇବର କମ ଥାଏ, ଯାହାକୁ ଡାଏଟ ପ୍ଲାନରେ ଅନ୍ତର୍ଭୁକ୍ତ କରାଯାଏ ।

ଯଦିଓ ରୁଟିକୁ ଡାଏଟ ପ୍ଲାନରେ ଅନ୍ତର୍ଭୁକ୍ତ କରାଯାଏ, ତେବେ ମଧ୍ୟ ଏହାକୁ ଅଧିକ ଖାଇବା ଆଦୌ ଠିକ ନୁହେଁ । ଗୋଟିଏ ଦିନରେ ୪ଟି ରୁଟି ଖାଇବାକୁ ପ୍ରୟାସ କରନ୍ତୁ, କିନ୍ତୁ ତାହାଠାରୁ ଅଧିକ ନୁହେଁ । ଯଦି ଆପଣ ରାତ୍ରିଭୋଜନରେ ରୁଟି ଖାଇବାକୁ ଇଛା କରନ୍ତି, ତେବେ ୭ଟା ୩୦ ପୂର୍ବରୁ ଖାଇବାକୁ ଚେଷ୍ଟା କରନ୍ତୁ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ ।