ଆପଣ ନିଜର ଶରୀର ଓଜନକୁ ନେଇ ଚିନ୍ତିତ କି ? ୨୦ଦିନରେ ବିନା ଔଷଧରେ କରିପାରିବେ ଓଜନ ହ୍ରାସ ! ଆପଣାନ୍ତୁ ଏହି ତରିକା

81

ଆଜିକାଲିର ଫ୍ୟାଶନ ଦୁନିଆରେ ପ୍ରତ୍ୟେକ ଲୋକମାନେ ଚାହାନ୍ତିି ସେମାନେ କିପରି ଫିଟ୍ ଓ ସୁନ୍ଦର ଦେଖାଯିବେ । ଏହାସହ ଲୋକଙ୍କର ଖାଇବା ଓ ଚଳନୀ ସେମାନଙ୍କୁ ଅଧିକ ଅସୁବିଧାରେ ପକାଏ । ଖାଦ୍ୟରେ ସନ୍ତୁଳନତା ନଥାଏ । ଧିରେ ଧିରେ ମୋଟା ହୋଇଯାନ୍ତି । ଫଳରେ ଏହି ମୋଟାପା ହ୍ରାସ ପାଇଁ ଅନେକ ଉପାୟ ଆପଣାନ୍ତି । ସେଥିପାଇଁ ମଧ୍ୟ ଅନେକ ଟଙ୍କା ଖର୍ଚ୍ଚକରି ଜିମ୍ ଯାଇଥାନ୍ତି । କିନ୍ତୁ ଆପଣମାନେ ଜାଣିନଥିବେ ଯେ ବିନା ଜିମ୍ ଏବଂ ଡାଇଟିଙ୍ଗ୍ ରେ ମଧ୍ୟ ଓଜନ ହ୍ରାସ ହୋଇପାରିବ । ସେଥିପାଇଁ କେବଳ ଆପଣଙ୍କୁ ଗୋଟିଏ ନିୟମ ମାନି ଚଳିବାକୁ ପଡିବ । ଯାହାଦ୍ୱାରା ମାତ୍ର ୨୦ ଦିନ ମଧ୍ୟରେ ବିନା ଝାଳ ବୁହାଇ ଆପଣ ପାଇପାରିବେ ତନୁପତଳା ଶରୀର । ଆସନ୍ତୁ ଜାଣିବା ସେହି ନିୟମ ଗୁଡିକ ବିଷୟରେ –

୧ – ଦିନ ଭିତରେ ୩ ଲିଟର ପାଣି ପିଇଲେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏବଂ ଯଦି ଆପଣ ଓଜନ ହ୍ରାସ ପାଇଁ ଭାବୁଛନ୍ତି ତାହାହେଲେ ସେଥିପାଇଁ ମଧ୍ୟ ଏହା ସହାୟକ ହୋଇଥାଏ ।

୨ – ୩୦ ମିନିଟ୍ ଧରି ଚାଲିଲେ ଶରୀରରୁ ଝାଳ ବାହାରିଥାଏ ଏବଂ ୧୨୦ କ୍ୟାଲୋରୀ ହ୍ରାସ ହୋଇଥାଏ । ଏହାଫଳରେ ଆପଣ ଦିନ ଯାକରେ ଯେଉଁ ଖାଦ୍ୟ ଖାଉଛନ୍ତି ତାହାର ଫ୍ୟାଟକୁ ହ୍ରାସ କରାଇଥାଏ । ଯଦି ଆପଣ ୨୦ ଦିନ ମଧ୍ୟରେ ଠିକ୍ ସମୟରେ ନିୟମିତ ଚାଲିବେ ତାହାହେଲେ ଆପଣଙ୍କୁ ଫାଇଦା ମିଳିବ ।

୩ – ଜୁସ୍ ଠାରୁ ଅଧିକ ଫଳରେ ଫାଇବର ଥାଏ । ସେଥିପାଇଁ ସ୍ୱାସ୍ଥ୍ୟ ପାଇଁ ଜୁସ୍ ଠାରୁ ଅଧିକ ଫଳ ଲାଭଦାୟକ । ଏବଂ ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଜୁସ୍ ପିଇବା ଛାଡି ଫଳ ଖାଆନ୍ତୁ । ଏଥିରେ ଥିବା ଫାଇବର ଆପଣଙ୍କ ଶରୀରକୁ ଯିବା ସହିତ ଭୋକ ମଧ୍ୟ ମେଣ୍ଟିଥାଏ ।

୪ – ଦଲିଆ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଦଲିଆ ଖାଇବା ଦ୍ୱାରା ଆପଣଙ୍କ ଶରୀରରେ ସମସ୍ତ ମିନେରାଲ ଓ ଭିଟାମିନ୍ ମିଶି ଯାଇଥାଏ । ଯାହା ଆପଣଙ୍କ ଶରୀରରେ ଦିନଯାକ ଆବଶ୍ୟକ ପଡିଥାଏ । ଏଥିରେ କୌଣସି ପ୍ରକାର ଫ୍ୟାଟ୍ ଜାତୀୟ ପଦାର୍ଥ ନଥାଏ । ଏହାକୁ ଖାଇଲେ ଭୋକ ଲାଗିନଥାଏ ଏବଂ ହଜମ କ୍ରିୟା ଠିକ୍ ହୋଇଥାଏ । ସେଥିପାଇଁ ଓଜନ ହ୍ରାସ ଲୋକମାନଙ୍କ ପାଇଁ ଦଲିଆ ଲାଭଦାୟକ ।

୫ -ଦିନ ଭିତରେ ଗୋଟେ ଗିନା ଡ୍ରାଇଫ୍ରୁଟ୍ସ ନିହାତି ଖାଆନ୍ତୁ । ଏହାଦ୍ୱାରା ଆପଣଙ୍କ ଶରୀରରେ ଶକ୍ତି ବଢିଥାଏ । ଓଜନ ହ୍ରାସ ହେଉଥିବାରୁ ଶରୀର ଦୁର୍ବଳ ଲାଗେ ନାହିଁ ବରଂ ଫୁର୍ତି ଲାଗେ ।

୬ -ଶରୀର ପାଇଁ ଆରାମ ନିତ୍ୟାନ୍ତ ଆବଶ୍ୟକ । ଦିନ ଯାକ କାମକରି ଥକି ଯିବା ପରେ ରାତିରେ ନିର୍ଦ୍ଦିଷ୍ଟ ସମୟରେ ୮ ଘଣ୍ଟା ଶୁଅନ୍ତୁ । ଏହାଦ୍ୱାରା ଆପଣଙ୍କ ଶରୀରରେ ପ୍ରଭାବ ପକାଇଥାଏ ।