ଓଜନ ଓ ମାପ ବିଭାଗର ସହକାରୀ ନିୟନ୍ତ୍ରକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ : ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ, ମୋଟ ୫ଟି ସ୍ଥାନରେ ଚଢ଼ାଉ

25

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଓଜନ ଓ ମାପ ବିଭାଗର ସହକାରୀ ନିୟନ୍ତ୍ରକ । ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଓଜନ ଓ ମାପ ବିଭାଗର ସହକାରୀ ନିୟନ୍ତ୍ରକ ବିଦ୍ୟାଧର ବିଶ୍ୱାଳଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ କରିଛି । ଭୁବନେଶ୍ୱର ସ୍ଥିତ ପୋଖରିପୁଟ ଓ ପାତ୍ରପଡାରେ ଥିବା ବିଦ୍ୟାଧରଙ୍କ ପୈତୃକ ଘର ସହ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ହୋଇଛି । ଉଭୟ ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।

ଏହା ସହ ତାଙ୍କର ସରକାରୀ କାର୍ଯ୍ୟାଳୟ ଓ ବାଲୁଗାଁ ସ୍ଥିତ ପୈତୃକ ବାସଭବନରେ ମଧ୍ୟ ଏକକାଳୀନ ଚଢାଉ କରାଯାଇଛି । ଭିଜିଲାନ୍ସ ପକ୍ଷରୁ ମୋଟ ୫ଟି ସ୍ଥାନରେ ଚଢାଉ କରାଯାଇଥିବା ବେଳେ ଓଜନ ଓ ମାପ ବିଭାଗର ସହକାରୀ ନିୟନ୍ତ୍ରକ ବିଦ୍ୟାଧର ବିଶ୍ୱାଳ ଫେରାର ହୋଇ ଯାଇଛନ୍ତି । ତେବେ ବିଦ୍ୟାଧର ଫେରାର ଥିବାରୁ ତାଙ୍କର ସରକାରୀ କାର୍ଯ୍ୟାଳୟ ଓ ବାସଭବନକୁ ସିଲ କରିଛି ଭିଜିଲାନ୍ସ ।