ଆଜିଠାରୁ ଟଙ୍କା ଉଠାଣ କଟକଣା କୋହଳ ! ସଂଚୟ ଖାତାରୁ ସପ୍ତାହରେ ୨୪ ହଜାର ବଦଳରେ ଉଠାଇ ହେବ ୫୦ହଜାର ଟଙ୍କା

35

କନକ ବ୍ୟୁରୋ : ନଗଦ ଟଙ୍କା ଉଠାଣରେ ଥିବା କଟକଣାକୁ ଆଜିଠୁ କୋହଳ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ  । ଏଣିକି ଆଜିଠୁ ସପ୍ତାହକ ମଧ୍ୟରେ ସଂଚୟ ଖାତାରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇ ହେବ । ପୂର୍ବରୁ କଟକଣା ଯୋଗୁଁ ସପ୍ତାହରେ ୨୪ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇ ହେଉଥିଲା । ଦୁଇଟି ପର୍ଯ୍ୟାୟରେ ସମସ୍ତ କଟକଣା ଉଠାଇ ଦିଆଯିବ ବୋଲି ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଉର୍ଜିତ ପଟେଲ ସୂଚନା ଦେଇଥିଲେ । ସେହିପରି ୧୩ ମାର୍ଚ୍ଚରୁ ଟଙ୍କା ଉଠାଣ କଟକଣା ହଟିଯିବ ବୋଲି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି । ନଭେମ୍ବର ୮ରେ ବିମୁଦ୍ରାକରଣ ଘୋଷଣା ପରେ ଟଙ୍କା ଉଠାଣ ଉପରେ କଟକଣା ଜାରି କରାଯାଇଥିଲା ।