କୋହଳ ହେଲା କଟକଣା ! ଏଣିକି ଏଟିଏମରୁ ଉଠାଇ ପାରିବେ ୪,୫୦୦ ଟଙ୍କା

30

ଏଣିକି ଏଟିଏମରୁ ଆପଣ ଦୈନିକ ୪୫୦୦ ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ । କାରଣ ଏନେଇ ହୋଇଥିବା କଟକଣାକୁ କୋହଳ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ କାର୍ଡରେ ଦିନକୁ ୨,୫୦୦ ଟଙ୍କା ଉଠାଇ ହେଉଥିବାବେଳେ ଭାରତୀୟ ରିର୍ଜଭ ବ୍ୟାଙ୍କ ଏହି ପରିମାଣକୁ ୪,୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ।ତେବେ ସାପ୍ତାହିକ ୨,୪୦୦ ଟଙ୍କା ଉଠାଣ ସୀମାକୁ ଅପରିବର୍ତ୍ତିତ ରଖିଛନ୍ତି ।

ତେବେ, ଏହି ବର୍ଦ୍ଧିତ ଉଠାଣ ସୁବିଧା ଆସନ୍ତାକାଲିଠାରୁ କାର୍ଯ୍ୟକାରୀ କରାଯିବ । ଦେଶରେ ନୋଟ୍ ଯୋଗାଣ ସ୍ଥିତି ସମୀକ୍ଷା କରି ଆରବିଆଇ ଏହି ନିଷ୍ପତ୍ତି ନେଇଛନ୍ତି । ଏଥିସହିତ ସମସ୍ତ ଏଟିଏମରେ ନୂଆ ୫୦୦ ଟଙ୍କିଆ ନୋଟ୍ ଯଥେଷ୍ଟ ପରିମାଣରେ ବାହାରିବ ,ତାହା ସୁନିଶ୍ଚିତ କରିବାକୁ ଆରବିଆଇ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ,ଉଭୟ ଆରବିଆଇ ଓ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ନଗଦ ଟଙ୍କା ସମସ୍ୟା ଦୂର କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ନୂଆ ନୋଟ୍ ଯୋଗାଇ ଦିଆଯାଉଛି ।