ଆଖି ସାମ୍ନାରେ ଥିଲା କନ୍ୟାର ମୃତ୍ୟୁ ! ଜୀବନର ଶେଷ ୧୮ ଘଂଟା ପାଇଁ ହେଲା ବିବାହ

52

ପ୍ରେମ ଚିରନ୍ତନ, ପ୍ରେମ ଶାସ୍ୱତ. ପ୍ରେମ ଚିରନ୍ତନ । ପ୍ରେମରେ ନଥାଏ ଆବିଳତା । ପ୍ରେମ ହିଁ ମାନବ ଜୀବନର ଲକ୍ଷ୍ୟ, ଅଥବା ପ୍ରକୃତ ଜୀବନ । ଯେଉଁଠାରେ ପ୍ରେମ, ସେହିଠାରେ ଜ୍ଞାନ ଆଉ ସେହଠାରେ ପବିତ୍ରତା । ଆଉ ସେହିଠାରେ ବାଧ୍ୟତା ଓ କର୍ତ୍ତବ୍ୟ ନିଷ୍ଠା । ପ୍ରେମ ମାନବ ହୃଦୟକୁ ଭେଦାଭେଦ ଶୂନ୍ୟ କରେ, ଆତ୍ମ-ବିସ୍ମୃତ କରେ । ପ୍ରେମରେ ଛୋଟବଡ଼ ନାହିଁ, ‘ମୁଁ’ ‘ତୁ’ ନାହିଁ । ଯେଉଁ ପ୍ରେମ ମନୁଷ୍ୟ ହୃଦୟରେ ଦେବଭାବ ବିକଶିତ କରେ, ତାହାହିଁ ପ୍ରକୃତ ପ୍ରେମ । କେବଳ କଥାରେ ପ୍ରେମ ହୁଏ ନାହିଁ, ପ୍ରେମ ପାଇଁ ଅନେକ ତ୍ୟାଗ କରିବା ପାଇଁ ପଡ଼େ ।

ଏମିତି ଏକ ଅନାବିଳ ପ୍ରେମ ସମ୍ମର୍କ ଦେଖିବା ପାଇଁ ମିଳିଛି ଆମେରିକା ନ୍ୟୁଜର୍ସିରେ । କନ୍ୟାର ମୃତ୍ୟୁ ଅତି ପାଖରେ ଥାଇ ମଧ୍ୟ ହେଲା ବିବାହ । ୩୧ ବର୍ଷୀୟ ହେଦର ଲିଣ୍ଡସେ ମୃତ୍ୟୁର କିଛି ଘଂଟା ପୂର୍ବରୁ ୩୫ ବର୍ଷୀୟ ଯୁବକ ଡ଼େଭିଡ଼୍ ମୋଶରଙ୍କୁ କରିଥିଲେ ବିବାହ । ତେବେ ଏହି ବିବାହ କୌଣସି ମଣ୍ଡପରେ ନୁହେଁ ହୋଇଥିଲା ହସ୍ପିଟାଲରେ । ବିବାହ ସମୟରେ କନ୍ୟା ହେଦର ଲିଣ୍ଡସେଙ୍କ ଚେହେରାରେ ଲାଗିଥିଲା ଅକ୍ସିଜେନ୍ ମାସ୍କ ।

ଲମ୍ବା ସମୟ ଧରି କ୍ୟାସନର ଚିକିତ୍ସା ପରେ ମଧ୍ୟ ହେଦରଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଆସିନଥିଲା । ବିବାହର ମାତ୍ର ୧୮ ଘଂଟା ପରେ ହିଁ ତାଙ୍କର ମୃତ୍ୟୁ ହେଇଥିଲା । ବିବାହ ସମୟରେ କନ୍ୟାର ଦେଖାଶୁଣା କରିବା ପାଇଁ ଡକ୍ଟର ଓ ନର୍ସ ମଧ୍ୟ ସାମିଲ ଥିଲେ । ବିବାହ ସମୟରେ କେବଳ ନିକଟ ସମ୍ପର୍କୀୟ ବନ୍ଧୁବାନ୍ଧବ ହିଁ ସାମିଲ ଥିଲେ । ହେଦର ଓ ଡେଭିଡ଼ ୨୦୧୫ରେ ଭେଟିଥିଲେ । ଏବଂ ଖୁବ ଉଭୟ ଉଭୟଙ୍କୁ ଭଲପାଇ ବସିଲେ । ତେବେ ଦୁର୍ଭାଗ୍ୟଜନକ ପରେ ଜଣାପଡ଼ିଲା ବିଷୟରେ ହେଲା ହେଦରଙ୍କୁ ଟ୍ରିପଲ ନେଗେଟିଭ୍ ବ୍ରେଷ୍ଟ କ୍ୟାନସରରେ ପୀଡ଼ିତ ଥିଲେ । ଭୟଙ୍କର ରୋଗ ହେବା ସତ୍ୱେ ହାର ମାନି ନଥିଲେ ଲିଣ୍ଡସେ । ପ୍ରେମର ପରିଭାଷାରେ ପରିିବର୍ତ୍ତନ ଆଣି ପ୍ରେମିକୁ କଲେ ବିବାହ ।